୧୪ବର୍ଷର ଝିଅର ପ୍ରେମ ପାଇଁ ରାଗିଯାଇ ବାପା କଲା ଏମିତି କାମ ଜାଣି ଆପଣଙ୍କ ରାମ ଟାଙ୍କୁରି ଉଠିବ

ଇରାନରେ ଅନର କିଲିଙ୍ଗ ସାମନାକୁ ଆସିଛି । ସେଠାରେ ଜଣେ ପିତା ପ୍ରେମ ସମ୍ବନ୍ଧରେ ନାରାଜ ହୋଇ ଝିଅର ବେକ କାଟି ଦେଲେ । ଇରାନରେ ଅନର କିଲିଙ୍ଗ ଘଟଣା ଲଗାତାର ବୃଦ୍ଧି ପାଉଛି । ଏଥିପାଇଁ ସୋସିଆଲ ମିଡିଆରେ ଲୋକ ବହୁତ କ୍ରୋଧ ପ୍ରକାଶ କରୁଛନ୍ତି । ସେଠାରେ ୧୪ବର୍ଷର ରୋମିନା ଅସରଫିଙ୍କ ପିତା ଦାଆରେ ତାଙ୍କ ବେକ କାଟି ତାଙ୍କର ହତ୍ୟା କରିଛନ୍ତି । ପିତା ରୋମିନାଙ୍କ ପ୍ରେମ ପାଇଁ ତାଙ୍କ ଉପରେ ରାଗିଥିଲେ । ସେ ରୋମିନାଙ୍କ ବେକ ସେତବେଳେ କାଟିଲେ ଯେତବେଳେ ସେ ଶୋଇ ଥିଲେ । ପୋଲିସ ରେଜା ଅସରଫିଙ୍କୁ ଗିରଫ କରି ନେଇଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ଏହି ଘଟଣା ଇରାନର ତାଲେଶର ଅଟେ । ରୋମିନା କିଛି ଦିନ ପୂର୍ବରୁ ଜଣେ ୩୪ବର୍ଷ ବ୍ୟକ୍ତି ସହିଲଙ୍କ ସହ ପଳାଇ ଯାଇଥିଲେ । ୫ଦିନ ପରେ ତାଙ୍କର ଠିକଣା ମିଳିଥିଲା । ରୋମିନାଙ୍କୁ ଥାନାରୁ ତାଙ୍କ ବାପା ଘରକୁ ନେଇ ଆସିଲେ । ରୋମିନା ଦାବି କରିଥିଲେ କି ତାଙ୍କ ବାପାଙ୍କ ଠାରୁ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କିନ୍ତୁ ଏହାପରେ ମଧ୍ୟ ପୋଲିସ ରୋମିନାଙ୍କୁ ତାଙ୍କ ବାପାଙ୍କ ସହିତ ଘରକୁ ପଠାଇ ଦେଲେ ।

ଏହି ଘଟଣା ପରେ ଇରାନର ଲୋକମାନେ ବହୁତ ରାଗି ଯାଇଛନ୍ତି । ମିଡିଆ ଏହି ଖବରକୁ ମୁଖ୍ୟ ଭାବରେ ଛାପିଛନ୍ତି । ଏହା ଛଡା ସୋସିଆଲ ମିଡିଆରେ ବି ଲୋକମାନେ #RominaAshrafi ଟ୍ରେଣ୍ଡ ଚଳାଇଲେ । ଇରାନରେ ଅନର କିଲିଙ୍ଗ ବିରୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଇନ ତିଆରି ହୋଇ ନାହିଁ । ରୋମିନାଙ୍କ ହତ୍ୟା ପରେ ଇରାନର ରାଷ୍ଟ୍ରପତି ହସନ ରୁହାନୀ ଏମିତି ହତ୍ୟାକୁ ବନ୍ଦ କରିବା ପାଇଁ କଠୋର ଆଇନ କରିବେ ବୋଲି କହିଛନ୍ତି ।

ଇରାନରେ ଅନର କିଲିଙ୍ଗ ବହୁତ କମ ସଂଖ୍ୟାରେ ହୋଇଥାଏ । ଇରାନରେ କେବଳ ୧୩ବର୍ଷ ବୟସରେ ଝିଅ ମାନଙ୍କର ବିବାହ କରାଯାଇ ଥାଏ । ଏଠାରେ ମହିଳାଙ୍କ ହାରାହାରି ବୟସ ୨୩ ବର୍ଷ ଅଟେ । ଇରାନର କୋର୍ଟ ଏହି ଘଟଣାକୁ ବିଶେଷ ଅଦାଲତରେ ଚଳାଇବା ପାଇଁ କହିଛନ୍ତି । ପ୍ରଚଳିତ ନିୟମ ଅନୁସାରେ ରୋମିନାଙ୍କ ପିତାଙ୍କୁ ୧୦ବର୍ଷ ପାଇଁ ହିଁ ଦଣ୍ଡ ମିଳି ପାରିବ ।

ଇରାନରେ ମହିଳା ଅଧିକାରକୁ ରକ୍ଷା କରିବା ବାଲା ସଂଗଠନ ଇରାନ ସୋସାଇଟ ଅଫ ପ୍ରୋଟେକଟିଙ୍ଗ ଓମେନ ରାଇଟସ ଘଟଣାକୁ ବିରୋଧ କରି କହିଛନ୍ତି ରୋମିନା ଅନର କିଲିଙ୍ଗ ନା ପ୍ରଥମ ପୀଡ଼ିତା ଅଟନ୍ତି ନା ଶେଷ । ଇରାନରେ ମାନବଧିକାରୀ ମାମଲାର ଅଧକ୍ଷ ଶାହିଦ ସଜ୍ଜାଦୀ କହିଛନ୍ତି ଆମକୁ ଏହି କଥା ଉପରେ ବିଚାର କରିବା ଦରକାର କି ପିଲା ଏବଂ ମହିଳା ମାନେ ଘରେ ସୁରକ୍ଷିତ ଅଟନ୍ତି । ମହିଳାଙ୍କ ଉପରେ ହେଉଥିବା ଅଧିକାଂଶ ଅତ୍ୟାଚାର ବାହାର ଅପେକ୍ଷା ଘରେ ହେଉଛି । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।