Vastu Tips- ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ସକାଳୁ ଉଠି ଏହି 3 ଟି ଜିନିଷ କେବେ ବି ଦେଖିବା କଥା ନୁହେଁ, ଜୀବନରେ ଆସିଥାଏ ଭୟଙ୍କର ଦରିଦ୍ରତା

ଆମେ ସମସ୍ତେ ଚାହୁଁ ଆମ ଜୀବନରେ ଓ ଆମ ପରିବାରରେ କୌଣସି ପ୍ରକାର ଅଭାବ ଓ ସମସ୍ୟା ନ ଆସୁ, କେହି ରୋଗରେ ନ ପଡନ୍ତୁ ଓ ସମସ୍ତେ ନିଜ କାର୍ଯ୍ୟରେ ସଫଳ ହୁଅନ୍ତୁ । ସେଥିପାଇଁ ଆମ ଶାସ୍ତ୍ରରେ କିଛି ମହତ୍ତ୍ୱପୂର୍ଣ୍ଣ ବିଷୟ କୁହାଯାଇଛି ଯାହା ଆମକୁ ସକାଳ ସମୟରେ ଅବଶ୍ୟ କରିବା ଉଚିତ୍ ଅଟେ ।

କିଛି ବସ୍ତୁ ଅଛି ଯାହା ସକାଳେ ଦେଖିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି । ମାତ୍ର କିଛି ଏପରି ବସ୍ତୁ ମଧ୍ୟ ଅଛି ଯାହା ସକାଳୁ ଉଠି ଦେଖିବା ବହୁତ ଅଶୁଭ ମାନା ଯାଇଛି । ସକାଳୁ ଉଠିବା ମାତ୍ରେ ଘରର ମୁଖ୍ୟ ଦ୍ୱାର ଖୋଲିବା ପରେ ସାଙ୍ଗେ ସାଙ୍ଗେ ଅଳିଆ ଆବର୍ଜ୍ଜନା ଦେଖନ୍ତୁ ନାହିଁ । ଯଦି ଆପଣଙ୍କ ଘର ସାମନାରେ ଅସନା ଅଛି ତେବେ ତାକୁ ତୁରନ୍ତ ସଫା କରନ୍ତୁ । କାରଣ ସକାଳୁ ଉଠିବା ତୁରନ୍ତ ପରେ ଅଳିଆ ଆବର୍ଜ୍ଜନା ଦର୍ଶନ କରିବା ଦ୍ୱାରା ମନୁଷ୍ୟ ଜୀବନରେ ଦୁର୍ଭାଗ୍ୟ ଆସିଥାଏ ।

ଏହା ସହ ଏହି ଅଳିଆ ଆବର୍ଜ୍ଜନା ବାସ୍ତୁ ଦୋଷର କାରଣ ମଧ୍ୟ ବନିଥାଏ । ସେଥିପାଇଁ ଘରର ମୁଖ୍ୟ ଦ୍ଵାରର ସାମନାରେ କେବେ ମଧ୍ୟ କୌଣସି ପ୍ରକାର ଅଳିଆ ଆବର୍ଜ୍ଜନା ଆଦି ରଖନ୍ତୁ ନାହିଁ । ଏହା ଦ୍ବାରା ମା ଲକ୍ଷ୍ମୀ ଘରେ ପ୍ରବେଶ ନ କରି ବାହାରୁ ଫେରି ଯାଆନ୍ତି ଓ ତାଙ୍କ କୃପା ପାଇବାରୁ ଆମେ ବଞ୍ଚିତ ହୋଇଥାଉ ।

ସକାଳୁ ଉଠିବା ପରେ ତୁରନ୍ତ ଦର୍ପଣ ଦେଖିବା ମଧ୍ୟ ଅଶୁଭ ବୋଲି ମାନାଯାଏ । ଏପରି କଲେ ବ୍ୟକ୍ତି ଜୀବନରେ ଦୁର୍ଭାଗ୍ୟ ବାସ କରିଥାଏ । ସେଥିପାଇଁ ଆପଣଙ୍କ ଶୋଇବା ଘରେ କୌଣସି ଦର୍ପଣ ଥିଲେ, ତାହା ସେଠାରୁ ହଟାଇ ଦିଅନ୍ତୁ । ସକାଳୁ ଉଠିବା ପରେ ଆଇନା ଦେଖିବା ବାସ୍ତୁ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ ଅଶୁଭ ଅଟେ । ଏଥିପାଇଁ ସକାଳୁ ସକାଳୁ ଦର୍ପଣ ଦେଖନ୍ତୁ ନାହିଁ । ଏହା ଆପଣଙ୍କ ଘରେ ଦରିଦ୍ରତା କୁ ଯିବାକୁ ଦେବ ନାହିଁ ।

ସକାଳୁ ଉଠିବା ପରେ ତୁରନ୍ତ ଛୁରୀ ଓ କଇଁଚି ପରି ଧାର ଯୁକ୍ତ ବସ୍ତୁ ଦେଖିବା ମଧ୍ୟ ଅଶୁଭ ବୋଲି କୁହା ଯାଇଛି । ଏହି ବସ୍ତୁ ଗୁଡ଼ିକ ନକାରାତ୍ମକ ଉର୍ଜା ର ସଞ୍ଚାର କରିଥାଏ । ଏହା ସହ ଏପରି ଧାର ବସ୍ତୁ ଗୁଡ଼ିକର ଦର୍ଶନ କରିବା ଦ୍ୱାରା ମଧ୍ୟ ବ୍ୟକ୍ତିର ସ୍ଵଭାବ କ୍ରୋଧୀ ହୋଇଥାଏ ଓ ଘର ପରିବାରରେ ସର୍ବଦା କ୍ଲେଶର ବାତାବରଣ ବନି ରହିଥାଏ । ସେଥିପାଇଁ ସକାଳୁ ଉଠୁ ଉଠୁ ଧାରୁଆ ବସ୍ତୁ ଗୁଡ଼ିକର ଦର୍ଶନ କରନ୍ତୁ ନାହିଁ ।

ଏହା ସହ ସକାଳୁ ଉଠିବା ତୁରନ୍ତ ପରେ ଗାଳି ଗୁଲଜ ଓ ଅପଶବ୍ଦ କରିବା ମଧ୍ୟ ଉଚିତ୍ ନୁହେଁ । କେଉଁଠାରେ ଯଦି ବାଦ ବିବାଦ ହେଉଛି ତେବେ ସେଥିରେ ମଧ୍ୟ ସାମିଲ ହୁଅନ୍ତୁ ନାହିଁ । ଖାସ୍ କରି ମହିଳା ମାନେ ସକାଳୁ ଉଠିଲା ପରେ ବଡ଼ ପାଟିରେ ଚିଲାଇବା ଉଚିତ୍ ନୁହେଁ ବା କାହାକୁ ଜୋର୍ ପାଟିରେ ମଧ୍ୟ ଡାକିବା ଉଚିତ୍ ନୁହେଁ । ଏହାକୁ ମଧ୍ୟ ଅଶୁଭ ବୋଲି ମାନା ଯାଏ । ଏହା ଦ୍ବାରା ଦାରିଦ୍ର୍ୟତା ଘର ଛାଡ଼ି ଯାଏ ନାହିଁ ।

ଆହୁରି ମଧ୍ୟ ସକାଳୁ ଉଠିବା ତୁରନ୍ତ ପରେ ଯଦି ଆପଣଙ୍କ ଘରେ କୌଣସି ହିଂସ୍ର ପଶୁଙ୍କ ଚିତ୍ର ଅବା କେଉଁ ଅଶ୍ଳୀଳ ଚିତ୍ର ରହିଛି ତେବେ ତାହା ଦର୍ଶନ କରନ୍ତୁ ନାହିଁ । ଏହା ଦ୍ବାରା ଆପଣଙ୍କ ମନରେ ନକାରାତ୍ମକ ଭାବ ସଞ୍ଚାର ହୁଏ ଓ ଆମ ଜୀବନରେ ବିଭିନ୍ନ ବାଧାବିଘ୍ନ ଉପୁଜେ । ଏହି ସବୁ ବିଷୟ ପ୍ରତି ଧ୍ୟାନ ଦେଲେ ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିବ ଓ ଦରିଦ୍ରତା ରହିବ ନାହିଁ ।ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।