ଚାଣକ୍ୟ ନୀତି : ସକାଳୁ ଉଠିବା ପରେ କରନ୍ତୁ ନାହିଁ ଏହି 4ଟି କାମ, ନେହେଲେ ଦିନଟି..

ଆଚାର୍ଯ୍ୟ ଚାଣକ୍ୟ ପାଟଲିପୁତ୍ରର ଏକ ମହାନ ବିଦ୍ଵାନ ଥିଲେ । ଚାଣକ୍ୟଙ୍କର ନ୍ୟାୟପ୍ରିୟ ଆଚରଣ ପାଇଁ ସେ ଲୋକପ୍ରିୟ ଥିଲେ । ଏତେ ବଡ ସାମ୍ରାଜ୍ୟର ମନ୍ତ୍ରୀ ହେବା ସତ୍ବେ ସେ ଏକ ସାଧାରଣ କୁଟିଆରେ ରହୁଥିଲେ । ଚାଣକ୍ୟ ନିଜ ଜୀବନରେ ମିଳିଥିବା ଅନୁଭବକୁ ଚାଣକ୍ୟ ନୀତିରେ ଜାଗା ଦେଇଛନ୍ତି । ଚାଣକ୍ୟଙ୍କ ନୀତିରେ କିଛି ଏମିତି କଥା କୁହା ଯାଇଛି ଯାହାକୁ ଯଦି କୌଣସି ବ୍ୟକ୍ତି ନିଜ ଜୀବନରେ ପାଳନ କରେ ତେବେ ସେ ନିଶ୍ଚୟ ସଫଳ ହୋଇ ପାରିବ ।

ଶାସ୍ତ୍ରରେ କୁହାଯାଇଛି ଯେ ଯଦି ଆପଣଙ୍କର ସକାଳର ଆରମ୍ଭ ଭଲ ହୁଏ ତେବେ ଆପଣଙ୍କର ପୁରା ଦିନ ଭଲ ରହିବ । ଯଦି ଆପଣ ସକାଳୁ ଉଠି କୌଣସି ଖରାପ ଜିନିଷ ଗୁଡିକୁ ଦେଖି ଦେଉଛନ୍ତି ତେବେ ଆପଣଙ୍କର ପୁରା ଦିନ ଖରାପ ଯାଇପାରେ । ଚାଣକ୍ୟ କିଛି ଏମିତି ଜିନିଷ ବିଷୟରେ କହିଛନ୍ତି ଯାହାକୁ ସକାଳୁ ଉଠି ଦେଖିବା ଉଚିତ ନୁହେଁ । ତେବେ ଚାଲନ୍ତୁ ଦେଖିବା କଣ ଅଟେ ସେହି ନୀତି ଗୁଡିକ ।

ଆଇନା ଦେଖିବା

କିଛି ଲୋକମାନେ ସକାଳୁ ଉଠି ସଙ୍ଗେ ସଙ୍ଗେ ଆଇନା ଦେଖିବାର ଅଭ୍ୟାସ ରଖନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ କହିବାକୁ ଗଲେ ସକାଳେ ଉଠି ଆଇନା ଦେଖିବା ଉଚିତ ନୁହେଁ । ସକାଳୁ ଉଠି ଆଇନା ଦେଖିବା ଅଶୁଭ ବୋଲି କୁହାଯାଏ । ଯେଉଁ ବ୍ୟକ୍ତି ଏପରି କରିଥାଏ ତାହାର ପୁରା ଦିନ ଖରାପ ଯାଇଥାଏ । ସେଥିପାଇଁ ଚେଷ୍ଟା କରନ୍ତୁ ସକାଳୁ ଉଠି ଆଇନା ନ ଦେଖିବା ପାଇଁ ।

ଝଗଡା ବା ଲଢେଇ

ସକାଳୁ ଉଠି ଯଦି ଆପଣ ମାଙ୍କଡ କିମ୍ବା କୌଣସି କୁକୁରର ଲଢେଇ ଦେଖିଦେଉଛନ୍ତି ତେବେ ଜାଣିନିଅନ୍ତୁ ଆପଣଙ୍କର ପୁରା ଦିନ ଖରାପ ଯିବାର ଅଛି କିମ୍ବା ଆପଣ ଏକ ବଡ ସଙ୍କଟରେ ପଡିବାକୁ ଯାଉଛନ୍ତି । ସେଥିପାଇଁ ଏହିଭଳି ଦୃଶ୍ୟକୁ ଦେଖିବାଠାରୁ ବଞ୍ଚନ୍ତୁ ।

କାହାର ଚେହେରା

ଆଇନ ଛଡା ସକାଳୁ ଉଠି କାହାର ଚେହରା ଦେଖିବା ଉଚିତ ନୁହେଁ କାରଣ ଆପଣ ଜାଣିନାହାନ୍ତି କି କେତେବେଳ କାହାର ଚେହେରା ଆପଣଙ୍କ ପାଇଁ ଅଶୁଭ ହୋଇଥିବ । ସେଥିପାଇଁ ସକାଳୁ ଉଠି ଭଗବାନଙ୍କୁ ଦର୍ଶନ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଦିନ ମଙ୍ଗଳମୟ ରହିବ ।

ପଶୁ କିମ୍ବା କୌଣସି ଗ୍ରାମର ନାମ

କୁହନ୍ତି କି ଯଦି ଆପଣ ସକାଳ ଖାଇବା ସମୟରେ ପ୍ରଥମେ କୌଣସି ପଶୁ କିମ୍ବା ଗ୍ରାମର ନାମ ନେଉଛନ୍ତି ତେବେ ଆପଣଙ୍କର ପୁରା ଦିନ ଅଶୁଭ ରହିବ । ସେଥିପାଇଁ ସକାଳୁ ଉଠି କୌଣସି ପଶୁ କିମ୍ବା ଗ୍ରାମର ନାମ ନିଅନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ସକାଳୁ ଉଠି ନିଜ ହାତକୁ ଯୋଡି ପାପୁଲିକୁ ଦେଖିବା ଶୁଭ ହୋଇଥାଏ । ବନ୍ଧୁମାନେ ! ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲ ପସନ୍ଦ ଆସିଥିବ। ପସନ୍ଦ ଆସିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।