ଶୀତ ଋତୁରେ ସବୁ ଦିନ ଖାଆନ୍ତୁ କେବଳ 5ଟି ଖଜୁରୀ, କିଛି ହିଁ ଦିନରେ ମିଳିବ ଏହି 7 ଟି ଜବରଦସ୍ତ ଫାଇଦା

ଶୀତ ଦିନରେ ଥଣ୍ଡା, କାଶ, ତଣ୍ଟି ଦରଜ, ଶାରୀରକ ପୀଡା ଆମ୍ଭେମାନେ ଭୋଗିଥାଉ । ଶୀତ ଦିନରେ ଯଦି ଆପଣ ନିଜର ଖାଦ୍ୟପେୟ ର ଧ୍ୟାନ ରଖିଲେ ତ ଠିକ କିନ୍ତୁ ଯଦି ନ ରଖନ୍ତି ତେବେ ଆପଣ ବହୁତ ପ୍ରକାର ରୋଗର ଶିକାର ହୋଇ ଥାନ୍ତି। ଏହି ସମୟରେ ଛୋଟ ପିଲା ଓ ବୃଦ୍ଧ ଲୋକଙ୍କର ବିଶେଷ ଧ୍ୟାନ ରଖିବା ଆବଶ୍ୟକ। ଲୋକ ଶୀତଦିନେ ଗରମ ଜିନିଷର ସେବନ କରିଥାନ୍ତି ଏବଂ ଖଜୁରୀ ଭଳି ଡ୍ରାଇଫୃଡ୍ଡ ଅଧିକ ଲାଭକାରୀ ହୋଇଥାଏ ।

ଶରୀରକୁ ସୁସ୍ଥ ରଖିବା ପାଇଁ ସମସ୍ତଙ୍କୁ ଶୀତଦିନେ ଏହାକୁ ଖାଇବା ନିହାତି ଜରୁରୀ ଅଟେ କାରଣ ଏଥିରୁ ମିଳୁଥିବା କିଛି ଲାଭ ଆପଣଙ୍କୁ କେବେ ବି ଅସୁସ୍ଥ ହେବାକୁ ଦିଅନ୍ତି ନାହିଁ । ଶୀତଦିନେ ପ୍ରତିଦିନ କେବଳ 5ଟି ଖଜୁରୀ ଖାଆନ୍ତୁ , ଏହାପରେ ଆପଣଙ୍କ ଶରୀରକୁ ଖଜୁରୀ ଉପରେ ଛାଡି ଦିଅନ୍ତୁ କାରଣ ଶୀତଦିନେ ଏହା ଏକ ବହୁତ ଭଲ ଚିକିତ୍ସା ହୋଇଥାଏ ।

ଶୀତଦିନେ ସୁସ୍ଥ ରହିବା ପାଇଁ ଲୋକ କଣ କଣ ନ କରନ୍ତି କିନ୍ତୁ ଯଦି ଠିକ ଜିନିଷର ସେବନ କରନ୍ତି ଥଣ୍ଡା ସେମାନଙ୍କୁ ଛୁଇଁ ବି ପାରେନାହିଁ । ସେହି ଠିକ ଜିନିଷ ହେଲା ଖଜୁରୀ ଯାହାର ୫ଟି ଫାଇଦା ଆମେ ଆପଣଙ୍କୁ ଜଣେଇ ଦେବାକୁ ଚାହୁଁ ଛୁ ।

୧. ଖଜୁରୀ ଖାଇବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଏବଂ ଏଥିରୁ ଆପଣଙ୍କୁ ଶୀତଦିନେ ହେଉଥିବା ଥଣ୍ଡାରୁ ଉପଶମ ମିଳିଥାଏ ବା ଏଥିରୁ ଆପଣଙ୍କୁ ବଞ୍ଚାଇଥାଏ । ଥଣ୍ଡାହେଲେ ଯଦି ଆପଣ ଗୋଟିଏ ଗ୍ଳାସ କ୍ଷୀରରେ ୫-୬ଟି ଖଜୁରୀ,ଗୋଲମରୀଚ , ଗୋଟିଏ ଗୁଜୁରାତି ଏବଂ ଗୋଟିଏ ଚାମଚ ଘିଅ ପକାଇ ପାଣି ସହିତ ଗରମ କରି ନିଅନ୍ତୁ ଏବଂ ଶୋଇବା ପୂର୍ବରୁ ଏହାକୁ ପିଇଲେ ଥଣ୍ଡାରୁ ଶୀଘ୍ର ଉପଶମ ମିଳିଥାଏ ।

୨. ଖଜୁରୀରେ ବହୁତ ମାତ୍ରାରେ ପ୍ରୋଟିନ , ଫାଇବର ମିଳିଥାଏ ଯାହାଦ୍ୱାରା ଆପଣଙ୍କର କୋଷ୍ଟକାଷ୍ଟିନ୍ୟର ସମସ୍ୟା ଦୂର ହୋଇଥାଏ। ଏହାକୁ ରାତିସାରା ବତୁରାଇ ଦିଅନ୍ତୁ ଏବଂ ସକାଳେ ଖାଆନ୍ତୁ । ଖଜୁରୀର ସେବନଦ୍ଵାରା ଅନ୍ତକୁ ବଳ ଏବଂ ଶରୀରକୁ ଶକ୍ତି ମିଳିଥାଏ ।

୩. ଖଜୁରୀ ଶରୀରରେ ରକ୍ତର ଅବଶ୍ୟକତାକୁ ପୂରଣ କରିଥାଏ । ରାତିରେ ଖଜୁରୀ ବତୁରାଇ ସକାଳେ କ୍ଷୀର ସହିତ ପ୍ରତିଦିନ ଖାନ୍ତୁ । ଖଜୁରୀ ଖାଇବା ଦ୍ଵାରା ନିଚ୍ଚ ରକ୍ତଚାପ ମଧ୍ୟ ହୋଇନଥାଏ ।

୪. ଖଜୁରୀ ଶରୀରରେ କ୍ୟାଲସିୟମର ଅବଶ୍ୟକତାକୁ ମଧ୍ୟ ପୂରଣ କରିଥାଏ । ଯଦି ଆପଣ ନିୟମିତ ଗୋଟିଏ ଖଜୁରୀ ଖାଇବେ ଆପଣଙ୍କ ଶରୀରରେ ହିମୋଗ୍ଲୋବିନର ମାତ୍ରା ବଢିଥାଏ । ଗର୍ଭବତୀ ସ୍ତ୍ରୀମାନେ ଏହାକୁ ଖାଇବା ନିତ୍ୟାନ୍ତ ଆବଶ୍ୟକ ଯାହାଦ୍ୱାରା ସେମାନଙ୍କୁ ଏଥିରୁ ଆଇରନ, କ୍ୟାଲସିୟମ, ମ୍ୟାଗ୍ନେସିଅମ, ଏବଂ ସେଲିନିୟମ ମିଳିଥାଏ।

୫. ଖଜୁରୀ ଖାଇବା ଦ୍ଵାରା ଶରୀରରେ ଭିଟାମିନ ସି ର ଆବଶ୍ୟକତା ପୂରଣ ହୋଇଥାଏ , ଯାହାଦ୍ୱାରା ତ୍ଵଚ୍ଚା ସତେଜ ହୋଇଥାଏ ଏବଂ ତ୍ଵଚ୍ଚାରେ ଝୁରିୟାଁ ଆସି ନ ଥାଏ ।

ଆଶା କରୁଛୁ ଆମ ଏଇ ସ୍ୱାସ୍ଥ୍ୟ ଟିପ୍ସ ଟି ଆପଣଙ୍କୁ ନିଶ୍ଚିତ ସାହାଯ୍ୟ କରିବ । ପୋଷ୍ଟଟିକୁ ଅନ୍ୟମାନଙ୍କ ସହିତ ଶେୟାର କରି ସେମାନଙ୍କୁ ମଧ୍ୟ ଜାଣିବାର ସୁଯୋଗ ଦିଅନ୍ତୁ । ଆଗକୁ ମଧ୍ୟ ଆମେ ଆପଣଙ୍କ ପାଇଁ ଏମିତି ନୂଆ ନୂଆ ଟିପ୍ସ ନେଇକି ଆସିବୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ ନିଶ୍ଚୟ କରନ୍ତୁ, ଧନ୍ୟବାଦ ।