ବଲିଉଡର ପୁଣି ଆସିଲା ଦୁଃଖ ଖବର, ଶୋକରେ ବୁଡିଲା ପୁରା ବଲୀଉଡ

ବଲିଉଡରେ ସବୁବେଳେ ବିବାହ ବିଷୟରେ ବା କୌଣସି ଉତ୍ସବ ବିଷୟରେ ଆମେ ଶୁଣୁ ନତୁବା ତାଙ୍କର ଫୋଟୋ ମିଡିଆରେ ଦେଖିବାକୁ ମିଳିଥାଏ । ବଲିଉଡରେ ପୁଣି ଗୋଟିଏ ଏମିତି ଖବର ଆସିଛି ଯେଉଁଥିପାଇଁ ବଲିଉଡରେ ଶୋକର ଛାୟା ଖେଳି ଯାଇଛି ।

୨୮ ଅକ୍ଟୋବର ୨୦୧୮ ରେ ବଲିଉଡର ଅଭିନେତା ଯିଏ ମଡେଲ ବି ରହିସାରିଛନ୍ତି ଅର୍ଜୁନ ରାମପାଲଙ୍କର ମା’ ଙ୍କର ଦେହାନ୍ତ ହୋଇଗଲା । ଯାହା କାରଣରୁ ପୁରା ବଲିଉଡରେ ଶୋକର ଲହରୀ ଖେଳିଗଲା । ତାଙ୍କୁ ବ୍ରେଷ୍ଟ କ୍ୟାନ୍ସର ଥିଲା ଯେଉଁଥିପାଇଁ ତାଙ୍କର ନିଧନ ହୋଇଗଲା ଓ ସେ 4 ବର୍ଷରୁ ଏହି ରୋଗରେ ପୀଡିତ ଥିଲେ ।

ଏହି ନିଧନରେ ଅର୍ଜୁନ ରାମପାଲଙ୍କର ପୂର୍ବପତ୍ନୀ ମେହେର ଆସି ଥିଲେ । ତାଙ୍କର ନିଧନ ପରେ ଶେଷକୃତ୍ୟ ସମୟରେ କୌଣସି ବଲିଉଡ ଷ୍ଟାର ଆସି ନଥିଲେ । ଏହା ପୂର୍ବରୁ ବି ଶ୍ରୀଦେବୀଙ୍କର ନିଧନ ହୋଇଥିଲା ଓ ତାଙ୍କର ଶୋକର ଲହରୀ ଶେଷ ହୋଇନଥିଲା କି ପୁଣି ଏକ ଶୋକର ଲହରୀ ବଲିଉଡରେ ଖେଳିଗଲା । ବଲିଉଡର କୌଣସି ବି ବଡ ଷ୍ଟାର ତାଙ୍କର ଶେଷକୃତ୍ୟ ସମୟରେ ଆସି ନଥିଲେ ।