ସରକାରଙ୍କ ବଡ ନିଷ୍ପତ୍ତି: ବଦଳିଲା ଏହି ସବୁ ନିୟମ, ଶେଷ ତାରିଖ ପୂର୍ବରୁ ସାରି ଦିଅନ୍ତୁ ନିଜର ଏହି ସବୁ ଜରୁରୀ କାମ

ନୂଆ ବର୍ଷ ଆରମ୍ଭ ହେବାର ମାତ୍ର ଆଉ ଅଳ୍ପ ଦିନ ଅଛି । କିଛି ଦିନ ପରେ ମାନେ ୩୧ ଡିସେମ୍ବର ପରେ କିଛି ନିୟମ ଗୁଡିକରେ ପରିବର୍ତ୍ତନ ଆସିବ । ଆପଣଙ୍କୁ ଏହାକୁ ନିଶ୍ଚିତ ଜାଣିନେବା ଉଚିତ କି ନୂଆ ବର୍ଷରେ କେଉଁ କେଉଁ ନିୟମ ଗୁଡିକ ବଦଳିବାର ଅଛି । ଯାହାଦ୍ୱାରା ଆପଣ ଆପଣଙ୍କର କାମ ସଠିକ ସମୟ ଭିତରେ କରିଦେବେ, ଯାହାଦ୍ୱାରା ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ଆଜି ଆମେ ଏହି ପୋଷ୍ଟରେ ଆପଣ ମାନଙ୍କୁ ବ୍ୟାଙ୍କ ସହିତ ଜଡିତ କିଛି ନୂଆ ନିୟମ ବିଷୟରେ କହିବାକୁ ଯାଉଛୁ ।

୧. ମୈଗ୍ନେଟିକ ସ୍ଟ୍ରିପ ଏଟୀଏମ କାର୍ଡ ହୋଇଯିବ ବନ୍ଦ :

ଭାରତୀୟ ରିଜର୍ବ ବ୍ୟାଙ୍କ ନିର୍ଦେଶ ଅନୁସାରେ ୩୧ ଡିସେମ୍ବର ପରେ ମୈଗ୍ନେଟିକ ସ୍ଟ୍ରିପ ଏଟୀଏମ କାର୍ଡ ବନ୍ଦ ହେବାକୁ ଯାଉଛି । ସେହି ଜାଗାରେ ନୂଆ ଈଏମବୀ ଚିପ କାର୍ଡ ଆପଣମାନଙ୍କୁ ଦିଆଯିବ । ସ୍ଟେଟ ବ୍ୟାକ ଅଫ ଇଣ୍ଡିଆ ଏବଂ ପଂଜାବ ନେଶନଲ ବ୍ୟାଙ୍କ ଭଳି ବଡ ବଡ ବ୍ୟାଙ୍କ ନିଜ ଗ୍ରାହକମାନଙ୍କୁ ମାଗଣାରେ ପୁରୁଣା କାର୍ଡ ବଦଳାଇ ନୂଆ କାର୍ଡ ଦେଉଛନ୍ତି । ଆପଣମାନେ ବି ୩୧ ଡିସେମ୍ବର ପୂର୍ବରୁ ନିଜ ବ୍ୟାଙ୍କରେ ନୂଆ ଏଟୀଏମ କାର୍ଡ ପାଇଁ ଆବେଦନ କରିଦିଅନ୍ତୁ ।

୨. ନନ – ସୀଟୀଏସ ଚେକ କରାଯିବ ନାହିଁ ସ୍ଵୀକାର :

ଯେଉଁଲୋକମାନେ ଟଙ୍କା ଦେବା ନେବା ପାଇଁ ଚେକ୍ ର ବ୍ୟବହାର କରିଥାନ୍ତି ସେମାନଙ୍କୁ କହିଦେଉଛୁ ଯେ ୩୧ ଡିସେମ୍ବର ପରେ ପୁରୁଣା ନନ – ସୀଟୀଏସ ଚେକ ବ୍ୟାଙ୍କରେ ସ୍ଵୀକାର କରାଯିବ ନାହିଁ । ସେଥିପାଇଁ ଆପଣ ବ୍ୟାଙ୍କରୁ ନୂଆ ସୀଟୀଏସ -୨୦୧୦ର ଚେକବୁକ ନେଇ ଆସନ୍ତୁ ।

୩. ଭରିଦିଅନ୍ତୁ ଆପଣଙ୍କର ଇନକମ ଟୈକ୍ସ ରିଟର୍ନ :

ଯେଉଁମାନେ ନିଜର ଇନକମ ଟୈକ୍ସ ରିଟର୍ନ ଫାଇଲ କରିନାହାନ୍ତି, ସେମାନେ ୩୧ ଡିସେମ୍ବର ପୂର୍ବରୁ ନିଜର ଆଇଟିଆର ଫାଇଲ କରିଦିଅନ୍ତୁ । ଆପଣ ଇନକମ ଟୈକ୍ସ ଡିପାର୍ଟମେଂଟର ଅଫିଶିୟଲ ୱେବସାଇଟରେ ଯାଇ ଅନଲାଇନ ମଧ୍ୟ ITR ଫାଇଲ କରିପାରିବେ ।

୪. ମହିଳାଙ୍କ ପାଇଁ ନୂଆ ବ୍ୟାଙ୍କ ଏକାଉନ୍ଟ :

ICICI ବ୍ୟାଙ୍କ ନୂଆ ବର୍ଷରେ ମହିଳାଙ୍କ ପାଇଁ ଏକ ନୂଆ ସେଭିଙ୍ଗ ଆକାଉଣ୍ଟ ଆରମ୍ଭ କରିଛନ୍ତି । ଏହି ଆକାଉଣ୍ଟ ୧୮ ବର୍ଷ କିମ୍ବା ତାହାଠୁ ଉର୍ଦ୍ଧ ମହିଳାଙ୍କ ପାଇଁ ଫ୍ରୀ ଅନଲିମିଟେଡ ଟ୍ରାଂଜୈକ୍ଶନ କରିବାର ସୁବିଧା ଦିଆ ଯାଇଛି ।

୫. EMI ରେ ମିଳିବ ମୁକ୍ତି :

ଯଦି ଆପଣ ନୂଆ କାର ନେବାପାଇଁ ଭାବୁଛନ୍ତି ତେବେ ଆମେ ଆପଣମାନଙ୍କୁ କହିଦେଉଛୁ ଯେ ବର୍ତ୍ତମାନ ଏଚଡୀଏଫସୀ ବ୍ୟାଙ୍କ କସ୍ଟମ-ଫିଟ କାର ଲୋନ ସ୍କୀମ ଲଞ୍ଚ କରିଛନ୍ତି । ଏହା ଦ୍ଵାରା ଗ୍ରାହକମାନେ ବର୍ତ୍ତମାନ କମ ଇଏମଆଇରେ କାର କିଣି ପାରିବେ ଏବଂ ଆପଣ ବର୍ତ୍ତମାନ ବଲୂନ ରିପେମେଂଟ ପ୍ରୋଗାମ ଅନୁସାରେ ଆପଣଙ୍କର କାର ଲୋନର ରିପେମେଂଟ ପୂର୍ବରୁ ୨୪ % କମ ଇଏମଆଇରେ କରି ପାରିବେ ।