ସକାଳୁ ଶୀଘ୍ର ଉଠିବାର ସବୁଠୁ ବେଷ୍ଟ ଉପାୟ, ଭୋର 4 ଟା ରୁ ହିଁ ଉଠାଇଦେବ

ସାଧାରଣତଃ ଛାତ୍ର ମାନଙ୍କ ସକାଳୁ ଶୀଘ୍ର ଉଠିବାର ଅଭ୍ୟାସ କରିବା ଉଚିତ । ଛାତ୍ର ମାନେ ନିଜ ପରୀକ୍ଷା ସମୟରେ ବହିର ସବୁ ବିଷୟକୁ ପଢି ସମାପ୍ତ କରିବା ଆବଶ୍ୟକ ହୋଇଥାଏ କିନ୍ତୁ ଡେରିରେ ଉଠିବା ଦ୍ୱାରା ଏହା ସମ୍ଭବ ହୋଇନଥାଏ । ଏଥିପାଇଁ ସବୁ ବିଷୟକୁ ପଢିବାକୁ ହେଲେ ସକାଳୁ ଶୀଘ୍ର ଉଠିବା ଆବଶ୍ୟକ ହୋଇଥାଏ । ଯଦି ଛାତ୍ର ମାନଙ୍କୁ ପରୀକ୍ଷାରେ ଭଲ ସଫଳତା ଆବଶ୍ୟକ ତେବେ ବହିର ସବୁ ବିଷୟକୁ ପଢିବା ଆବଶ୍ୟକ ନକରି ସବୁ ବିଷୟର ସରଳିକାରଣ କରି ପଢିବାକୁ ହୋଇଥାଏ ।

ଯାହାଫଳରେ ପାଠ ବହୁତ ଶୀଘ୍ର ମନେ ରହିଥାଏ । ଏଠି ପାଇଁ ସକାଳୁ ଶୀଘ୍ର ଉଥିବା ଆବଶ୍ୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସକାଳୁ ଶିଘ୍ର ଉଠିବାର ଉପାୟ ବିଷୟରେ ।

୧ – ଆପଣଙ୍କୁ ସକାଳୁ ଶୀଘ୍ର ଉଥିବାକୁ ହେଲେ ରାତିରେ ଶୀଘ୍ର ଶୋଇବା ଜରୁରୀ ହୋଇଥାଏ । ଆପଣ କେବଳ ରାତିରେ ଜଲ୍ଦି ସୋଇଲେ ହେବନାହିଁ । ଯଦି ଆପଣଙ୍କୁ ରାତିରେ ଠିକ ଶୋଇବା ମିଳିବ ନାହିଁ ତେବେ ଆପଣଙ୍କୁ ସକାଳୁ ଉଥିବାକୁ ଇଛା ହେବନାହିଁ । ସବୁ ଛାତ୍ରମାନଙ୍କୁ ପାଖା ପାଖି ୭ ଘଣ୍ଟାର ନିଦ ମିଳିବା ଆବଶ୍ୟକ ହୋଇଥାଏ । ଆପଣଙ୍କୁ ଯଦି ସକାଳୁ ୫ଟା ବେଳେ ଉଠିବାର ଅଛି ତେବେ ଆପଣଙ୍କୁ ରାତି ୧୦ ତା ଭିତରେ ଶୋଇବାକୁ ହେବ ଯାହାଫଳରେ ଆପଣଙ୍କୁ ସକାଳୁ ବହୁତ ଆନନ୍ଦ ଲାଗିବ ।

୨ – ବହୁତ ଛାତ୍ର ଅଛନ୍ତି ସକାଳେ ଘଣ୍ଟାର ଆଲାରାମକୁ ବନ୍ଦ କରି ଓୟୁନି ସୋଇଯାନ୍ତି । କିନ୍ତୁ ଏହା ସେମାନେ ଜାଣନ୍ତି ନାହିଁକି ଥରେ ନିଦ ଭାଙ୍ଗି ଆଉଥରେ ସୋଇବା ଦ୍ୱାରା ପୁଣି ମୂଳରୁ ନିଦ ଆରମ୍ଭ ହୋଇଯାଏ ଯାହାଫଳରେ କି ସକାଳୁ ଉଥିବା ବେଳେ ଭଲ ଲାଗେନାହିଁ । ଏହି ଅଭ୍ୟାସ ରୁ ରକ୍ଷା ପାଇବା ପାଇଁ ଆପଣ ଆଲାରାମ ସାଙ୍ଗରେ କୌଣସି ଗଣିତର ଶୁତ୍ର କୁ ସମାଧାନ କରିବାକୁ ଆଲାରାମ ଲଗାଇଦିଅ ଯାହାଫଳରେ ଆପଣ ଏହି ଗଣିତର ଉତ୍ତର କରୁ କରୁ ନିଦ ଛାଡିଯିବ ।

୩ – ଆଜିକାଲି ସମସ୍ତଙ୍କର ଏକ ଅଭ୍ୟାସ ହୋଇଯାଇଛି ଯେ ଶୋଇବା ପୂର୍ବରୁ ଫୋନ ବ୍ୟବହାର କରିବା । ଏହାଦ୍ୱାରା ଆମକୁ ବହୁତ କ୍ଷତି ହୋଇଥାଏ । କାହିଁକି ନା ଫୋନରୁ ଯେଉଁ କିରଣ ବା ଆଲୋକ ପଡେ ସେଥିରେ ଆମକୁ ନିଦ ଲାଗେ ନାହିଁ । ଆମେ ସୋସିଆଲ ମିଡିଆ ବ୍ୟବହାର କରିବା ଦ୍ୱାରା ଆମକୁ ଆହୁରି ଆଗକୁ ଦେଖିବାକୁ ଇଛା ହୋଇଥାଏ । ଯାହାଫଳରେ ଆମେ ସୋଇପାରୁନା । ଏଥିପାଇଁ ଶୋଇବାର ଅଧା ଘଣ୍ଟା ପୂର୍ବରୁ ଆଂଲୁ ଫୋନ ବ୍ୟବହାର କରିବା ବନ୍ଦ କରିବା ଉଚିତ ।

୪ – ଯଦି ଆପଣ ସକାଳୁ ଶୀଘ୍ର ଉଠିବାର ଅଛି ତେବେ ରାତିରେ ଶୋଇବାବେଳେ କିଛି ଏମିତି ଲକ୍ଷ୍ୟ ରଖି ଶୁଅନ୍ତୁ ଯେମିତି କି ଆପଣଙ୍କୁ ସକାଳୁ ଉଠିବାକୁ ବାଧ୍ୟ କରିବା । ଯେମିତି କି କୌଣସି ବିଷୟକୁ ଶେଷ କରିବାର କାରବାର ଅଛି କି କୌଣସି ଜାଗାକୁ ଯିବାର ଅଛି । ଯେତେବେଳେ ଆପଣଙ୍କୁ ନିଜ ପସନ୍ଦର କୌଣସି କାମ କରିବାର ଥିବ ତେବେ ଆପଣଙ୍କର ନିଦ ଶୀଘ୍ର ଭାଙ୍ଗିଯିବ ଓ ଆପଣ ଶୀଘ୍ର ଉଠି ଖୁବ ଫ୍ରେସ ଅନୁଭବ କରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।