Health Tips- ସକାଳୁ ସକାଳୁ ଆପଣ ଖାଲି ପେଟରେ ଚା ପିଉଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ ! ନିଶ୍ଚୟ ପଢନ୍ତୁ ଏହି ଖବର

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମେ ଆମର ଦୈନନ୍ଦିନ ଜୀବନ ରେ ଅନେକ ପ୍ରକାର ପାନୀୟ ଦ୍ରବ୍ୟ ଗ୍ରହଣ କରିଥାଉ । ଯାହା ଦ୍ୱାରା ଆମକୁ ବହୁତ ଆରାମ ଲାଗିଥାଏ । ଏପରି କିଛି ପାନୀୟ ଦ୍ରବ୍ୟ ଅଛି ଯାହାକୁ ଆମେ ଦିନ ରେ ଅତି କମ ରେ ଥରେ କିମ୍ବା ଦୁଇଥର ନ ପିଇଲେ ରହି ପାରି ନ ଥାଉ । ଏହା ଏକ ପ୍ରକାର ଆମକୁ ନିଶାପରି ଲାଗି ଯାଇଥାଏ । କିଛି ଲୋକ ଏପରି ଅଛନ୍ତି ଯେଉଁ ମାନେ ନିଜର ପାନୀୟ ଦ୍ରବ୍ୟ ନ ପିଇଲେ ତାଙ୍କର ମୁଣ୍ଡ ବିନ୍ଧା ହୋଇଥାଏ ।

ଚାହା ପ୍ରାୟତଃ ସମସ୍ତେ ପିଇ ବାକୁ ବହୁତ ଭଲ ପାଇଥାନ୍ତି । ଛୋଟ ଠାରୁ ନେଇକି ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହି ପାନୀୟ ଦ୍ରବ୍ୟକୁ ବହୁତ ପସନ୍ଦ କରିଥାନ୍ତି । ଭାରତ ରେ ସବୁଠାରୁ ଅଧିକ ଲୋକ ଚାହା ପିଇ ଥାନ୍ତି । ଭାରତ ର ଅନେକ ସ୍ଥାନରେ ଚାହା ଦୋକାନ ମଧ୍ୟ ଦେଖିବାକୁ ମିଳିଥାଏ । ଲୋକମାନେ ଘରେ ମଧ୍ୟ ନିଜେ ଚାହା ବନାଇ ପିଇଥାନ୍ତି । କିନ୍ତୁ ବନ୍ଧୁଗଣ ଏହି ସାଧାରଣ ଚାହା ରୁ ମଧ୍ୟ ଆମର ବହୁତ କ୍ଷତି ହୋଇଥାଏ । ଏହି ଚାହା କୁ ପିଇବା ଦ୍ୱାରା ଆମ ଶରୀର ର ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦେଖା ଯାଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଚାହା ପିଇବା ଦ୍ୱାରା ଆମର କଣ ସବୁ କ୍ଷତି ହୋଇଥାଏ ।

ବନ୍ଧୁଗଣ ଖାଲି ପେଟ ରେ ଚାହା ପିଇବା ଦ୍ୱାରା ଆମର ଅନେକ ପ୍ରକାର ପେଟ ରୋଗ ଦେଖିବାକୁ ମିଳିଥାଏ । ଖାଲି ପେଟ ରେ ଚାହା ପିଇବା ଦ୍ୱାରା ଆମ ର ଏସିଡିଟି ଓ ଗ୍ୟାଷ୍ଟିକ ଭଳି ରୋଗ ଦେଖା ଯାଇଥାଏ । ଅନେକ ଲୋକ ଖାଲି ପେଟ ରେ ସକାଳୁ ଚାହା ପିଇ ଥାଆନ୍ତି । ଯେଉଁମାନେ ଏପରି କରିଥାନ୍ତି ସେମାନଙ୍କର ଏହି ପରି ରୋଗ ଦେଖିବାକୁ ମିଳିଥାଏ ।

ସକାଳୁ ଖାଲି ପେଟ ରେ ଚାହା ପିଇବା ଦ୍ୱାରା ଏହା ଆମ ପାଚନ କ୍ରିୟା ରେ ବାଧା ସୃଷ୍ଟି କରିଥାଏ ଯାହା ଦ୍ୱାରା ଆମକୁ ଏହି ପରି ରୋଗ ର ସମ୍ମୁଖୀନ ହେବାକୁ ପଡିଥାଏ । ବେଶୀ ଚାହା ପିଇବା ଦ୍ୱାରା ଆମର ଭୋକ ମରି ଯାଇଥାଏ ଓ ଆମର ଶରୀର ଦୁର୍ବଳ ହୋଇଯାଇଥାଏ । ଯେଉଁମାନେ ଅଧିକ ଚାହା ପିଇଥାନ୍ତି ସେମାନଂକୁ ବେଶୀ ଭୋକ ଲାଗି ନ ଥାଏ । ଭୋକ ନ ହେବାରୁ ଖାଦ୍ୟ ନ ଖାଇବା ଦ୍ୱାରା ଆମର ଶରୀର ଦୁର୍ବଳ ହୋଇ ଯାଇଥାଏ ଓ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଆମ ଶରୀର ରେ ସୃଷ୍ଟି ହୋଇଥାଏ । ତେଣୁ ବେଶୀ ଚାହା ପିଇବା ବିଲକୁଲ ବି ଉଚିତ ନୁହେଁ ।

ପ୍ରତିଦିନ ଅଧିକ ଚାହା ପିଇବା ଦ୍ୱାରା ନିଦ ହୋଇ ନ ଥାଏ । ଯେଉଁମାନେ ପ୍ରତିଦିନ ୪ ରୁ ୫ କପ ଭଳି ଚାହା ପିଇ ଥାଆନ୍ତି ସେମାନଙ୍କୁ ନିଦ ଭଲ ଭାବରେ ଆସି ନ ଥାଏ । ନିଦ ଭଲ ଭାବରେ ନ ହେବା ଦ୍ୱାରା ଶରୀର ବହୁତ ଦୁର୍ବଳ ହୋଇ ପଡିଥାଏ ଓ ବିଭିନ୍ନ ପ୍ରକାର ରୋଗ ମଧ୍ୟ ହୋଇଥାଏ । ନିଦ ନ ହେବା ଦ୍ୱାରା ଶରୀର ରେ ଆଳସ୍ୟ ଭରି ରହିଥାଏ ଯାହା ଦ୍ୱାରା କୌଣସି କାମ କରିବାକୁ ଇଛା ହୋଇ ନ ଥାଏ । ତେଣୁ ଚାହା ଅଧିକ ପିଇବା ଉଚିତ ନୁହେଁ ।

ଖାଇବା ପରେ ଚାହା ପିଇବା ଉଚିତ ନୁହେଁ । ଏହା ଦ୍ଵାରା ଖାଦ୍ୟ ରେ ଥିବା ଆଇରନ କୁ ନଷ୍ଟ କରି ଦେଇଥାଏ । ଚାହା ରେ ଟନିକ ନାମକ ଏସିଡ ରହିଥାଏ । ଏହି ଟନିକ ଏସିଡ ଖାଦ୍ୟ ରେ ଥିବା ଆଇରନ କୁ ନିଜ ଆଡକୁ ଟାଣି ଆଣିଥାଏ । ଯାହା ଦ୍ୱାରା ରକ୍ତ ରେ ଆଇରନ ର ଅଭାବ ଦେଖିବାକୁ ମିଳିଥାଏ । ଏହା ଦ୍ଵାରା ରକ୍ତ ଜନିତ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।