vastu Tips- କିଛି ବି ହେଇଯାଉ ନା କାହିଁକି ସକାଳୁ ସକାଳୁ ଏହି 1 କାମ କେବେ ବି କରିବେନି, ଧନବାନ ହେବା ପାଇଁ ସବୁବେଳେ କରନ୍ତୁ ଏହି 3 ଟି କାମ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯିଏ ଯେଉଁ ପରି କର୍ମ କରିବ ସେହି ପରି ଫଳ ପାଇବେ । ଆମେ ଜୀବନରେ ସଫଳତା ପାଇବାକୁ ହେଲେ ଭଲ କର୍ମ ଓ ନିୟମ କାନୁନ ମାନି ଚଳିବା ଦରକାର । ଆମ ଘରର କୌଣସି କୌଣସି ଅସୁବିଧା ହେବାର ଥିଲେ ତାର ପୂର୍ବରୁ କିଛି ସଙ୍କେତ ଆମ ଘରେ ଦେଖା ଯାଇଥାଏ । ଯାହାକୁ କେବେ ହେଲେ ନଜର ଅନ୍ଦାଜ କରିବା କଥା ନୁହେଁ ।ତେବେ ଆସନ୍ତୁ ଜାଣିବା ବ୍ୟକ୍ତିକୁ ସକାଳୁ ଉଠିବା ପରେ କଣ କରିବା ଦରକାର ଓ ସେ କେଉଁ ସଂକେତ ଅଟେ ଯାହା ଦ୍ଵାରା ଆମକୁ ଜଣାପଡିବ କି ଆମର କିଛି ଅସୁବିଧା ହେବାକୁ ଯାଉଛି ।

ପ୍ରଥମେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠିବା ଦରକାର । କାରଣ ହିନ୍ଦୁ ଶାସ୍ତ୍ରର ଲେଖା ଅଛି କି ଯେଉଁ ମାନଙ୍କୁ ସୂର୍ଯ୍ୟ ଦେବତା ସକାଳୁ ଉଠାନ୍ତି ତାଙ୍କର କୌଣସି ଜିନିଷରେ ଭଲ ହୁଏ ନାହିଁ । ସେଥିପାଇଁ ସୂର୍ଯ୍ୟ ଉଦୟ ପୂର୍ବରୁ ଆପଣ ସ୍ନାନ ସାରିଦେବା ଉଚିତ ଓ ଦେବତାଙ୍କର ପୂଜା କରିବା ଦରକାର ।

ସକାଳୁ ଉଠି ଘରେ ଥିବା ଝରକା ଖୋଲି ଦିଅନ୍ତୁ ଯେପରି ସୂର୍ଯ୍ୟ କିରଣ ଘରେ ପଡିବ ଓ ଘର ସଫା କରିବା ଉଚିତ ଏଥିରେ ମାତା ଲକ୍ଷ୍ମୀ ବହୁତ ଖୁସି ହେବେ । ଦେବତାଙ୍କୁ ପ୍ରାଥର୍ନା କରିବେ ଓ କହିବେ ଆପଣଙ୍କ ଯୋଗୁ ମୁ ସକାଳ ଦେଖିପାରୁଛି ଏବଂ ମୋ ଜୀବନରେ ଘଟୁଥିବା ଦୁର୍ଘଟଣା ଗୁଡିକୁ ଏଡାଇ ଦିଅନ୍ତୁ ।

ହେ ପ୍ରଭୁ ମୋ ଦ୍ଵାରା କିଛି ଭୁଲ ଥିଲେ ମତେ କ୍ଷମା କରନ୍ତୁ ମୁଁ ସବୁବେଳେ ସତ୍ୟ ପଥରେ ଚାଲେ ଓ କେବେ ମିଥ୍ୟ ସାୟାରୁ ବଚେଇବେ । ପୃଥିବୀ ମାତାଙ୍କ ଉପରେ ପାଦ ରଖିବା ପୂର୍ବରୁ କହିବେ ହେ ମାତା ମୁଁ ଆପଣଙ୍କ ଉପରେ ପାଦ ରଖିବାକୁ ଯାଉଛି ମତେ ଠିକ ରାସ୍ତା ଦେଖାନ୍ତୁ ଓ ଏହାପରେ ଦୁଇ ହାତକୁ ଘଷି ନିଜ ମୂହରେ ଲଗାନ୍ତୁ । ସକାଳୁ ଉଠି ଆପଣ ତୁଳସୀ ଗଛର ଦର୍ଶନ କରିବା ଦ୍ଵାରା କୌଣସି ନକରାତ୍ମକ ଶକ୍ତି କିଛି କରିପାରିବ ନାହିଁ ।

ସକାଳୁ ଉଠି ସ୍ନାନ କରି ସାରିବା ପରେ ସଫା କପଡା ପିନ୍ଧି ସୂର୍ଯ୍ୟ ଦେବତାଙ୍କୁ ତମ୍ବା ପାତ୍ରରେ ପାଣି ଦେବା ଦରକାର । ଏହା ଦ୍ଵାରା ଆପଙ୍କୁ ତାଙ୍କର ଆଶୀର୍ବାଦ ମିଳିବ ଓ ଆପଣ ଯେଉଁ କର୍ମ କରିବେ ସେଥିରେ ସଫଳତା ହାସଲ କରିବେ । ଆପଣ କାର୍ଯ୍ୟ ମନ ମୁତାବକ ହେବ । ଆସନ୍ତୁ ଜାଣିବା କେଉଁ କର୍ମ କରିବା ଦ୍ଵାରା ନିଜର ଭଲ ହେବ । ରାତିରେ ଯେତେବେଳେ ଶୋଇବେ ସେତେବେଳେ ମୁଣ୍ଡକୁ ପୂର୍ବ ବା ଉତ୍ତର ଦିଗକୁ ରାଖୀ ଶୋଇବା ଉଚିତ ।

ଯାହା ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ସନ୍ଧ୍ଯା ପୂର୍ବରୁ ଖାଇବା ଉଚିତ ପରେ କେବେ ହେଲେ ଖାଇବେ ନାହିଁ । ଯଦି ଆପଣଙ୍କ ଘରେ ପିଲା ଅଛନ୍ତି ତେବେ ସୂର୍ଯ୍ୟ ଦେବତାଙ୍କୁ ତମ୍ବା ପାତ୍ରରେ ପାଣି ଦେବତାଙ୍କୁ ଚଢାଇବା ଦରକାର । ତୁଲସୀ ଦେବତାଙ୍କ ଉପର ପାଣି ଚଢାଇବା ଦରକାର କାରଣ ଏହା ଦ୍ଵାର ସମସ୍ତ ଦେବତା ଖୁସି ହେବେ ଓ ଯେଉଁ ଘରେ ଆପଣ ରହୁଛନ୍ତି ସେହି ଘରେ ତୁଲସୀ ଗଛ ରହିବା ଦରକାର ।

ସେହି ଘରେ ସବୁବେଳେ ଖୁସି ରହିଥାଏ ଓ ତୁଲସୀ ଗଛ ଦ୍ଵାର ନିଜ ଘର ଉପରକୁ ଆସୁଥିବା ବିପଦକୁ ଆପଣ ଜାଣିପାରିବେ । ଯେତେବେଳେ ଘର ଉପରେ କୌଣସି ଅସୁବିଧା ଦେଖା ଦିଏ ସେହି ସମୟରେ ତୁଲସୀ ଗଛ ସୁଖୀ ଯାଏ । ଏହା ଦ୍ଵାରା ଜାଣି ପାରିବେ ଘରେ କାହାର ଅସୁବିଧା ହୋଇପାରେ । ଆପଣ ସତର୍କ ରହିବା ନିହାତି ଦରକାର ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।