ସକାଳୁ ବାହାରି ଥିଲା ଘରୁ ଓ ରାସ୍ତାରେ ଆସିବା ସମୟରେ ଯାହା ହେଲା.. ଏବେ ପୁରା ପରିବାର ଦୁଃଖରେ

ଇଟାୱାରେ ଯମୁନା-ତଲହଟୀ ରାସ୍ତାରେ ବୁଲିବାକୁ ଯାଇଥିବା ମହିଳା ମଙ୍ଗଳବାର ଦିନ ସକାଳେ ଛିଣ୍ଡି ପଡିଥିବା ହାଈଟେଂଶନ ଲାଇନର ତାର ର ସଂସ୍ପର୍ଶରେ ଆସିଥିଲା । ଯାହା ଦ୍ଵାରା ସେହି ସ୍ଥାନରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଗଲା । ପୋସ୍ଟମାର୍ଟମ ପରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ଉପରେ ଶବ ରଖି ପାଖପାଖି ୨୦ ମିନିଟ ପର୍ଯ୍ୟନ୍ତ ପ୍ରଦର୍ଶନ କରିଥିଲେ । ଏହା ପରେ ଏସଡୀଏମ ସେହି ସ୍ଥାନରେ ପହଞ୍ଚିଲେ ଓ ବିଜୁଳି ବିଭାଗର ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରି ପରିଜନଙ୍କୁ ପାଞ୍ଚ ଲକ୍ଷ ଆର୍ଥିକ ସାହାର୍ଯ୍ୟ ଦେବା ପାଇଁ ଆଶ୍ଵାସନା ଦେଲେ ।

କୋତଵାଲୀ କ୍ଷେତ୍ରର ସହରର ଦକ୍ଷିଣ ପାର୍ଶ୍ଵରେ ସ୍ଥିତ ଯମୁନା-ତଲହଟୀ ରାସ୍ତାରେ ମଙ୍ଗଳବାର ଦିନ ପାଖାପାଖି ସକାଳ ୫.୩୦ ସମୟରେ ସେହି ଅଞ୍ଚଳରେ ରହୁଥିବା ପ୍ରିୟଙ୍କା (୨୮) ବୁଲିବାକୁ ଯାଇଥିଲା । ଫେରିବା ସୟରେ ରାମ ମନ୍ଦିର ନିକଟରେ ପଡିଥିବା ହାଈଟେଂଶନ ଲାଇନ ତାରରେ ଥିବା କରେଣ୍ଟର ସଂସ୍ପର୍ଶରେ ଆସିବା ଦ୍ଵାରା ପ୍ରିୟଙ୍କାର ମୃତ୍ୟୁ ସେହି ସ୍ଥାନରେ ହିଁ ହୋଇଗଲା ।

ଏହା ପରେ ସେଠିକାର ଲୋକମାନଙ୍କର କହିବା ଅଟେ କି ପ୍ରିୟଙ୍କା ରାସ୍ତା କଡରେ ଯାଉଥିଲା ଓ ସେହି ସମୟରେ ଅଚାନକ ୧୧ ହଜାର ଭୋଲ୍ଟେଜ ଲାଇନର ଏକ ତାର ଛିଣ୍ଡି ଯାଇ ମାଟିରେ ପଡିଗଲା । ଏହି ସମୟରେ ପ୍ରିୟଙ୍କା ସେହି ତାରର ସଂସ୍ପର୍ଶରେ ଆସିଗଲା ଓ ତାହାର ସେହି ସ୍ଥାନରେ ହିଁ ମୃତ୍ୟୁ ହୋଇଗଲା । ହାଈଟେଂଶନ ତାରର ସଂସ୍ପର୍ଶରେ ଆସିବା ଦ୍ଵାରା ଆଖପାଖର କିଛି ଗଛର ଡାଳ ବି ଜଳି ଯାଇଛି ।

ଏହା ପରେ ପରିଜନମାନଙ୍କୁ ଯେମିତି ହିଁ ପ୍ରିୟଙ୍କା ବିଷୟରେ ଜଣା ପଡିଲା ତେବେ ସେମାନେ ସଙ୍ଗେ ସଙ୍ଗେ ପ୍ରିୟଙ୍କାକୁ ହସ୍ପିଟାଲ ନେଇଗଲେ । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷିତ କରିଲେ । କୋତବାଲୀ ପୋଲିସ ଶବର ପୋସ୍ଟମାର୍ଟମ କରିସାରିଛନ୍ତି । ପ୍ରିୟଙ୍କାର ସ୍ଵାମୀ ବିବେକ ଦୁର୍ଘଟଣା ସମୟରେ ଫିରୋଜାବାଦରେ ଥିଲେ । ଯିଏକି ଜଳନିଗମ ବିଭାଗରେ ଅସ୍ଥାୟୀ ରୂପରେ କାର୍ଯ୍ୟରତ ଅଛନ୍ତି ।

ସୂଚନା ମିଳିବା ପରେ ସେ ଘରକୁ ଫେରିଲେ । ବିଜେପି ନେତା ବିକାଶ ଭଦୌରିୟା ଓ ଯୁବ ମୋର୍ଚାର ଜିଲ୍ଲା ମହାମନ୍ତ୍ରୀ ସାଗର ଦୁବେ ପୋସ୍ଟମାର୍ଟମ ସ୍ଥଳରେ ପହଞ୍ଚି ଏସଡ଼ିଏମ ସଦରଙ୍କୁ ଦୁର୍ଘଟଣାର ସୂଚନା ଦେଲେ ଓ ପୀଡ଼ିତା ପରିବାରକୁ ଆର୍ଥିକ ସାହାର୍ଯ୍ୟ ଦେବା ପାଇଁ ବି କହିଲେ ।

ଏହା ପରେ ଦ୍ଵିପହର ୧.୩୦ ସମୟରେ ପୋସ୍ଟମାର୍ଟମ ପରେ ପରିଜନମାନେ ଅଳ୍ପ ବର୍ଷା ମଧ୍ୟରେ ଶବକୁ ନେଇ ରାସ୍ତା ଅବରୋଧ କରିଥିଲେ । ସେଠି ଶବ ରଖି ବିଜୁଳି ବିଭାଗ ବିରୁଦ୍ଧରେ ପ୍ରଦର୍ଶନ କରିବାକୁ ଲାଗିଲେ । କିନ୍ତୁ କିଛି ସମୟରେ ମାମଲା ଶାନ୍ତ ହୋଇଗଲା ।