ସକାଳ ଜଳଖିଆରେ ଏହି 4ଟି ଖାଦ୍ୟ ଜିନିଷ ସେବନ କରନ୍ତୁ, ଖାସ୍ କରି ଡାଇବେଟିସ ରୋଗୀଙ୍କ ପାଇଁ ଏହା ଉତ୍ତମ ବ୍ରେକଫାଷ୍ଟ ଅଟେ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଖାଦ୍ୟ ଆମ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ । କାରଣ ଖାଦ୍ୟ ଖାଇବା ଦ୍ଵାରା ଆମ ଶରୀରକୁ ଶକ୍ତି ମିଳିଥାଏ । ତେବେ ଖାଦ୍ୟ ତ ଆମେ ଅନେକ ପ୍ରକାରର ଖାଇଥାଉ । ହେଲେ ଆଜି ଆମେ ଆପଣଙ୍କୁ ଯେଉଁ ୪ ପ୍ରକାରର ଖାଦ୍ୟ ବିଷୟରେ କହିବ ପାଇଁ ଯାଉଛୁ । ସେହି ଖାଦ୍ୟ ଡାଇବେଟିସ ପେସେଣ୍ଟ ପାଇଁ ତ ବହୁତ ଭଲ ବ୍ରେକଫାଷ୍ଟ ହୋଇଥାଏ । ଡାଇବେଟିସ ପେସେଣ୍ଟଙ୍କ ଛଡା ଅନ୍ୟ କୌଣସି ବ୍ୟକ୍ତି ମଧ୍ୟ ନିଜ ବ୍ରେକଫାଷ୍ଟରେ ଏହାର ଆରାମ ସେ ସେବନ କରିପାରିବ ।

ତେବେ ପ୍ରଥମ ଖାଦ୍ୟ ସାମଗ୍ରୀଟି ହେଉଛି ଆଲମଣ୍ଡ । ଆଲମଣ୍ଡ ମଧ୍ୟରେ ବହୁତ ସାରା ହେଲଦି ଫ୍ୟାଟ, ଫାଇବର, ପ୍ରୋଟିନ ଭରପୁର ମାତ୍ରାରେ ରହିଛି । ରାତିରେ ବାଦାମକୁ ପାଣିରେ ଭେଦାଇ ସକାଳୁ ଏହାର ଚୋପା ଛଡାଇ ଖାଇବା ଦ୍ଵାରା ଆପଣଙ୍କୁ ଏହାର ଭଲ ଫାଇଦା ମିଳିଥାଏ । ଡାଇବେଟିସ ପେସେଣ୍ଟ ମଧ୍ୟ ବାଦାମକୁ ଖାଇପାରିବେ ।

ଦିତୀୟ ହେଲଦି ଖାଦ୍ୟ ସାମଗ୍ରୀ ହେଉଛି ଫ୍ଲାକ୍ସ ସିଡ୍ସ ବା ଅଳସୀ ଦାନା । ଏଥିରେ ଅମେଗା-୩, ଫ୍ୟାଟି ଏସିଡ, ସଲ୍ୟୁବଲ ଓ ଇନସଲ୍ୟୁବଲ ଫାଇବର ମଧ୍ୟ ଅଳସୀରେ ରହିଥାଏ । ଏହାସହ ଏଥିରେ ପ୍ରୋଟିନ ଓ ଭିଟାମିନ ମଧ୍ୟ ରହିଥାଏ । ଅଳସୀକୁ ଯଦି ପାଣିରେ ଭେଦାଇ ଆପଣ ଏହାର ସେବନ କରିଥାନ୍ତି । ଏହା ଆପଣଙ୍କ ଶରୀରକୁ ଅନେକ ସ୍ଵାସ୍ଥଗତ ଫାଇଦା ପହଞ୍ଚାଇବା ସହ ଏହା ସହଜରେ ଶରୀରରେ ଡାଇଜେଷ୍ଟ ମଧ୍ୟ ହୋଇଯାଇଥାଏ ।

ତୃତୀୟ ଖାଦ୍ୟ ସାମଗ୍ରୀଟି ହେଉଛି ମେଥି ଦାନା । ମେଥି ସେବନ ଡାଇବେଟିସ ପେସେଣ୍ଟ ମାନଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ । କାରଣ ଏଥିରେ ଥିବା ପୋଷକ ପଦାର୍ଥ ବ୍ଲଡ଼ସୁଗାରକୁ ନିୟନ୍ତ୍ରଣ କରି ରଖିବାରେ ବହୁତ ସାହାଜ୍ଯ କରିଥାଏ । ମେଥିରେ ୪ ହାଇଡ୍ରୋକ୍ଷୀ ଇସୋଲୁସିନ ନାମକ ଏକ ଖାସ୍ ପୋଷକ ରହିଥାଏ । ଯାହାକି ଡାଇବେଟିସ ରୋଗୀଙ୍କ ଡାଇବେଟିସ କଣ୍ଟ୍ରୋଲ କରିବା କ୍ଷେତ୍ରରେ ହେଲ୍ପ କରିଥାଏ । ମେଥିକୁ ମଧ୍ୟ ପାଣିରେ ଭିଦାଇ ଖାଇବା ଉଚିତ ।

ଚତୁର୍ଥରେ ସୋଲା ବୁଟ ବ ବ୍ଲାକ ଗ୍ରାମ । ସୋଲା ବୁଟରେ ଅନେକ ପ୍ରକାର ନ୍ୟୁଟ୍ରିଏଣ୍ଟ୍ସ, ପ୍ରୋଟିନ, ଫାଇବର, ମିନେରଲ୍ସ ଓ ଭିଟାମିନ ମହଜୁଦ ରହିଥାଏ । ସୋଲା ବୁଟକୁ ସକାଳ ବ୍ରେକଫାଷ୍ଟରେ ଖାଇବା ଦ୍ଵାରା ସାରା ଦିନ ଶରୀରରେ କାମ କରିବା ପାଇଁ ଏନର୍ଜୀ ଭରି ହୋଇରହିଥାଏ । ତେବେ ୧୦ ରୁ ୧୨ ଟି ବାଦାମ, ୧ ଚାମଚ ମେଥି, ୧ ଚାମଚ ଅଳସୀ ଓ ୪ ଚାମଚ ସୋଲାବୁଟ ନିଅନ୍ତୁ ।

ଅଳସୀକୁ ଅଳ୍ପ ଭାଜି ଦିଅନ୍ତୁ । ଆପଣ ଏହି ୪ ଟି ସାମଗ୍ରୀକୁ ରାତିରେ ଅଲଗା ଅଲଗା ପାତ୍ରରେ ଭଲ ଭାବରେ ଏହାକୁ ଧୋଇ ପାଣିରେ ଭରି ରଖି ଦିଅନ୍ତୁ । ଏହାପରେ ୪ ଟି ଜିନିଷକୁ ଗ୍ରାଇଣ୍ଡରରେ ପକାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ଏଥିରେ ପାଣି ମିଶାଇ ସେବନ କରିପାରିବେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ