ମନୁଷ୍ୟ ଭଗବାନ ବ୍ରହ୍ମାଙ୍କ ଠୁ କିପରି ଅଧିକ ଆୟୁଷ ପ୍ରାପ୍ତ କରିଥିଲା, ଆସନ୍ତୁ ଜାଣିବା ଏହାର ରହସ୍ୟ …. Garuda Purana

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣମାନଙ୍କ ପାଇଁ ନେଇ ଆସିଛୁ ମନୁଷ୍ୟ ଆୟୁଷ ସମ୍ବନ୍ଧରେ । ଆପଣମାନଙ୍କୁ ମନରେ ଅନେକ ଥର ପ୍ରଶ୍ନ ଉଠିଥାଏ କି ମଣିଷଙ୍କୁ ବ୍ରହ୍ମାଙ୍କ ଠୁ କିପରି ଅଧିକ ଆୟୁଷ ନେଲା । ତେବେ ଏହା ପଛରେ ରହିଛି ପୌରଣିକ ରହସ୍ୟ । ତେବେ ସେହି ସମୟରେ ସୃଷ୍ଟି ନିର୍ମାଣ ସଋ ପଶୁପକ୍ଷୀ ଓ ମଣିଷ ମଧ୍ୟ ସୃଷ୍ଟି ହୋଇଯାଇଥିଲେ । ଦିନେ  ଗୋଟାଏ ହଂସ ମାନସରବର ପାହାଡ ଉପରେ ବସିଥାଏ ।

ସେହି ସମୟରେ ତିନିଜଣ ଜୀବ ହଂସ ପାଖ ଆସିବାର ଦେଖିଥିଲେ । ଗଧ ,କୁକୁର ଓ ପେଚା ଆସି ସମସ୍ତର କଥାବାର୍ତ୍ତା କରୁଥାନ୍ତି ତେବେ ଗଧ କହିଲା ଭଲ ହେଲା ଭଗବାନ ମୋହର ଆୟୁଷକୁ ଅଧା କରିଦେଲେ । ନହେଲେ ମୁଁ ଦୀର୍ଘ ବୟସ ଜଗତରେ ବଞ୍ଚି ଦୁଃଖକଷ୍ଟକୁ ଅନୁଭବ କରିଥାନ୍ତି । ଏହା ଶୁଣି ପେଚା କହିଲା ହଁ ମୋର ବି ବ୍ରହ୍ମାଦେବ ଅଧା ଆୟୁଷ କରିଦେଲେ  ଏଭଳି ତିନିଜଣ  ଜୀବ କହୁଥାନ୍ତି ।

ଏହା ଶୁଣି ହଂସ ଆଶ୍ଚର୍ଯ୍ୟ ହୋଇଗଲା ଏବଂ ମାନସରବର ପାହାଡ  ପାଖରେ ଥିବା କୈଳାଶ ମହାଦେବ ଶିବ ରୁହନ୍ତି । ହଂସ ତିଳେ ମାତ୍ର ଡେରି ନ କରି ମହାଦେବ ପାଖକୁ ଯାଇ  ପଚାରିଲା ହେଁ ମହାଦେବ କୁକୁର ,ଗଧ ଓ ପେଚା କଥା ହେଉଥାନ୍ତି କି ତାଙ୍କ ଆୟୁଷକୁ ଅଧା କରାଦିଆଯାଇଛି ଏବଂ ସେମାନେ ବହୁତ ଖୁସି ଅଛନ୍ତି । ଏହା ପଛରେ ରହସ୍ୟ କଣ  ପ୍ରଭୁ ମହାଦେବ ହସିକି କହିଲେ ହେଁ ହଂସ ମୋ କଥାକୁ ଭଲଭାବରେ ଶୁଣ ବ୍ରହ୍ମା ସମଗ୍ର ସୃଷ୍ଟିକୁ ରଚନା କରିଥିଲେ ଆୟୁଷ ପ୍ରଦାନ କରିଥିଲେ ।  ଦିନେ କୁକୁର ,ପେଚା ,ଗଧ ଓ ମଣିଷ ବ୍ରହ୍ମାଙ୍କ ପାଖକୁ ଯାଇଥାନ୍ତି ।

ତେବେ ବ୍ରହ୍ମା ସେମାନଙ୍କୁ 40 ବର୍ଷ ଲେଖାଏ ଆୟୁଷ ପ୍ରଦାନ କରିଥାନ୍ତି । ମାତ୍ର ଗଧ କହିଲା ହେଁ ପ୍ରଭୁ ମୁ ଏତେ ବର୍ଷ ବଞ୍ଚି କଣ କରିବି ଗଧ କଥା ଶୁଣି ବ୍ରାଂହଦେବ କହିଲେ ତାହାହେଲେ ଯଦି ତୁମମାନଙ୍କ ମଧ୍ୟରୁ କେହି ତୁମର ଅଧା ଆୟୁଷ ନିଅନ୍ତି ତେବେ ତୁମ ଆୟୁଷ କମ୍ ହୋଇଯିବ । ତେବେ ମଣିଷ କହିଲା ପ୍ରଭୁ ମୁଁ 40 ବର୍ଷରେ କିଛି କରିପାରିବି ନାହିଁ ମଣିଷ ଆୟୁଷ 60 ବର୍ଷ ବୃଦ୍ଧି ହେଲା ।

ଏହିପରି କୁକୁର ଓ ପେଚା ମଧ୍ୟ କହିଲେ ପୁଣି ମଣିଷ ଆୟୁଷ 20 ହୋଇ 20 ସମୁଦାୟ 100 ବର୍ଷ ଆୟୁଷ ପ୍ରାପ୍ତ କଲା ,ମଣିଷ । ମହାଦେବ କହିଲେ ମଣିଷ 40 ବର୍ଷ ଯାଏ ସ୍ଵାଧୀନ ଭାବରେ ବଞ୍ଚିଥାଏ ପରେ ଗଧ ଭଳି 20 ବର୍ଷ ଭାରବହନ କରେ ଏବଂ ଆଉ କୋଡିଏ ବର୍ଷ କୁକୁର ପରି କେହି ଟା କଥାକୁ  ଶୁଣନ୍ତି ନାହିଁ ।

ଶେଷରରେ ଯଦି 80 କୁ ଅତିକ୍ରମ କରରେ ତେବେ ପେଚା ଭଳି ଗୋଟାଏ ସ୍ଥାନରେ ବସିଥାଏ । ଶେଷରେ ହଂସ ମହାଦେବଙ୍କ ଠାରୁ ଏହି ଗୁପ୍ତ ରହସ୍ୟ ଜାଣିବା ପରେ ବହୁତ ଖୁସି ହୋଇ ଚାଲିଗଲା । ତେବେ ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ୍ କୁ ଲାଇକ ,ଶେୟାର ଓ କମେଣ୍ଟ କରନ୍ତୁ ।