ମୁହଁରେ ଥିବା ସମସ୍ତ Skin ପ୍ରୋବ୍ଲେମକୁ ଏହି ଉପାୟରେ କରନ୍ତୁ ଗାୟବ, ଚେହେରା କାଚ ଭଳି ଚମକି ଉଠିବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୁନ୍ଦର ଚେହେରା ପାଇଁ କାହାର ଅବା ଇଛା ନଥାଏ । ହେଲେ ଢେର ସାରା ବିଉଟି ପ୍ରଡ଼କ୍ଟ ବ୍ୟବହାର କରିବା ସତ୍ବେ ମଧ୍ୟ ବର୍ତ୍ତମାନ ସମୟରେ ଅନେକ ଲୋକଙ୍କର ଚେହେରାରେ ଅନେକ ପ୍ରକାର ସମସ୍ଯା ଦେଖିବାକୁ ମିଳିଥାଏ । ଯେପରି ମୁହଁରେ ପିମ୍ପଲ, ଆକନି, କଳା ଦାଗ, ଚର୍ମ କୁଞ୍ଚନ ଭଳି ଅନେକ ସ୍କିନ ଜନିତ ସମସ୍ଯା ଚେହେରାରେ ନଜର ଆସିଥାଏ । ହେଲେ ଆପଣ ମାନଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଆସୁଥିବ ?

ଏତେ ସବୁ ଦାମୀ ଦାମୀ ପ୍ରଡ଼କ୍ଟ ବ୍ୟବହାର କରିବା ସତ୍ବେ ମଧ୍ୟ ସ୍କିନରେ ଏତେ ସବୁ ପ୍ରୋବ୍ଲେମ କାହିଁକି ଆସିଥାଏ ? ତେବେ ଏଠାରେ ଆମେ ଆପଣଙ୍କୁ କହି ରଖିବା ପାଇଁ ଚାହିଁବୁ । ଯେ ଚେହେରା ଉପରେ ଆସୁଥିବା ସମସ୍ତ ପ୍ରକାର ସ୍କିନ ପ୍ରୋବ୍ଲେମକୁ ଦୂର କରିବା ପାଇଁ ହେଲେ ପ୍ରଥମେ ନିଜର ଶରୀର ମଧ୍ୟରେ ଜମି ରହିଥିବା ମଇଳାକୁ ପରିଷ୍କାର କରନ୍ତୁ ।

ଏହାପରେ ଯାଇ ଆପଣଙ୍କର ମୁହଁରେ ଥିବା ଅନେକ ପ୍ରକାର ସ୍କିନ ପ୍ରୋବ୍ଲେମ ଗାୟବ ହୋଇପାରିବ । ପ୍ରଥମେ ତ ଏଠାରେ କହି ରଖିବା ପାଇଁ ଚାହିଁବୁ । ଚେହେରାରେ ଦାମୀ ଦାମୀ କେମିକାଲ ପ୍ରଡ଼କ୍ଟ ବ୍ୟବହାର କରିବା ବଦଳରେ ପ୍ରାକୃତିକ ପ୍ରଡ଼କ୍ଟ ବ୍ୟବହାର କରନ୍ତୁ । ଯେପରି ଚେହେରାକୁ ମଏଶ୍ଚର କରି ରଖିବା ପାଇଁ ମୁହଁରେ ନଡିଆ ତେଲରେ ଭଲସେ ମସାଜ କରନ୍ତୁ । ଏହାପରେ ମୁହଁକୁ ସାଧା ପାଣିରେ ଧୋଇ ପରିଷ୍କାର କରି ଦିଅନ୍ତୁ ।

ଯଦି ଚେହେରାରେ ମଇଳା ଜମି ରହିଛି । ତେବେ ବେସନରେ ମୁହଁର ସଫେଇ କରନ୍ତୁ । ଏହିପରି ଭାବରେ ନାଚୁରାଲି ଯଦି ନିଜର ମୁହଁର ସଫେଇ ଓ କେୟାର କରିବେ । ତେବେ ନିହାତି ଭାବରେ ଆପଣଙ୍କ ସ୍କିନରେ ଥିବା ସମସ୍ତ ବ୍ରଣ, ବ୍ରଣର ଦାଗ ଦୂର ହୋଇବା ସହ ମୁହଁର ଚମକ ଫୁଟିକି ହିଁ ନଜର ଆସିବ । ଏହା ସହ ଶରୀର ମଧ୍ୟକୁ ସଫା କରିବାକୁ ଚାହୁଁଥିଲେ । ଆପଣଙ୍କୁ ସୁଷମ ସନ୍ତୁଳିତ ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି ।

ଯେପରି ଫାଷ୍ଟଫୁଡ, ଜଙ୍କଫୁଡ, ମାର୍କେଟରେ ମିଳୁଥିବା ପାକେଟ ଫୁଡ, ଘରର ବେଶୀ ଅଏଲି ଓ ମସଲା ଜାତୀୟ ଫୁଡ ଖାଇବାରୁ ନିଜକୁ ଦୂରେଇ ରଖନ୍ତୁ । ଏହା ଛଡା ଫଳ, ପନିପରିବା, ସ୍ପ୍ରାଉଟ୍ସ, ଓ ଭିନ୍ନ ଭିନ୍ନ ଶଶ୍ଯ ଜାତୀୟ ଖାଦ୍ୟର ମଧ୍ୟ ସେବନ କରିପାରିବେ । ଏହା ଆମ ଶରୀରକୁ ପୁଷ୍ଟି ଦେବା ସହ ଶରୀରକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇବାକୁ ଦେଇନଥାଏ ।

ଆପଣ ସକାଳ ବ୍ରେକଫାଷ୍ଟ ପୂର୍ବରୁ କୌଣସି ପ୍ରକାର ଫଳ କିମ୍ବା ପରିବାର ଜୁଷ ସେବନ କରିପାରିବେ । ଯାହା ଦ୍ଵାରା ଆପଣଙ୍କର ଶରୀର ମଧ୍ୟରେ ସଫେଇ ମଧ୍ୟ ହୋଇଯାଇଥାଏ । ବ୍ରେକଫାଷ୍ଟରେ ଯଥା ସମ୍ଭବ ତେଲ ଓ ମସଲା ଖାଦ୍ୟରୁ ଦୂରେଇ ଫଳ ଖାଇବାକୁ ଚେଷ୍ଟା କରନ୍ତୁ । ଲଞ୍ଚରେ ଭାତ କିମ୍ବା ରୁଟି ସହ କୌଣସି ପ୍ରକାର ପନିପରିବାରୁ ପ୍ରସ୍ତୁତ ଆଇଟମ ଖାଇପାରିବେ । ଡିନରରେ ସ୍ଯାଲାଡ କି ସୁପ ମଧ୍ୟ ଖାଇପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ