Vastu Tips- ସକାଳ ୮ ଟା ପରେ ଗାଧଉଥିବା ମହିଳା ମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ, ଜାଣନ୍ତୁ ସ୍ନାନ କରିବାର ସଠିକ ସମୟ ?

ଜ୍ଯୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଆମ ଜୀବନର ଦୁଇ ଅଭିନ୍ନ ଅଙ୍ଗ ଅଟନ୍ତି । ଆମର ପ୍ରତ୍ଯେକ କାର୍ଯ୍ୟର ଫଳ ଆମକୁ ଏହି ଶାସ୍ତ୍ରର ଆଧାରରେ ମିଳିଥାଏ । କାରଣ ଘରର ବାସ୍ତୁ ପୁରୁଷଙ୍କ ଧ୍ୟାନ ଆମ ଉପରେ ନିରନ୍ତର ରହିଥାଏ । ବାସ୍ତୁ ଶାସ୍ତ୍ରରେ ଆମ ଦୈନିକ କ୍ରିୟା କର୍ମ ପାଇଁ କେତେକେ ନିୟମ ନିର୍ଦ୍ଧାରିତ କରାଯାଇଛି । ସେହିପରି ସ୍ନାନ କରିବାକୁ ନେଇ ମଧ୍ୟ କେତେକ ନିୟମ ରହିଛି । ତେବେ ଚାଲନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ ମହିଳାଙ୍କୁ ସ୍ନାନ କରିବା ବିଷୟରେ କେଉଁ ସବୁ ନିୟମ ପାଳନ କରିବା ଉଚିତ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଶାସ୍ତ୍ର ଅନୁସାରେ ସ୍ନାନ କରିବା ସମୟରେ ମଧ୍ୟ ମହିଳାମାନେ ଯଦି କିଛି ନିୟମ ପାଳନ କରନ୍ତି ତେବେ ଘରେ ସୁଖ ସମୃଦ୍ଧି ଆସିଥାଏ । ପ୍ରଥମ ନିୟମ ହେଉଛି ମହିଳାମାନେ ସକାଳୁ ଶୀଘ୍ର ଉଠି ସର୍ବ ପ୍ରଥମେ ସ୍ନାନ କରିବା ଉଚିତ ଓ ଏହାପରେ ଯାଇ ରୋଷେଇ ଘରେ ପ୍ରବେଶ କରିବା ଉଚିତ । ଶୀଘ୍ର ସ୍ନାନ କରିବା ଦ୍ଵାରା ପୁରା ଦିନ ଶରୀର ଫୁର୍ତ୍ତି ରହିଥାଏ ଓ କାର୍ଯ୍ୟରେ ମନ ଲାଗିଥାଏ । ଅଳସପଣ ଦୂର ହେବା ସହ ସ୍ୱାସ୍ଥ୍ୟ ଭଲ ରୁହେ ଓ ମନରେ ନକରାତ୍ମକ ବିଚାର ଆସେ ନାହିଁ ।

ଏହାର ଶୁଭ ପରିଣାମ ଘରର ଅନ୍ୟ ସଦସ୍ୟଙ୍କ ଉପରେ ମଧ୍ୟ ପଡିଥାଏ । ସ୍ନାନ ପରେ ଭଗବାନଙ୍କ ପୂଜା କରିବା ଦ୍ଵାରା ଘରେ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ ଓ ସୁଖଶାନ୍ତି ଆସିଥାଏ । ମନରୁ ଚିନ୍ତା, କ୍ରୋଧ, ଦ୍ଵେଷ ଆଦି ଦୂର ହୋଇଥାଏ ଓ ପରିବାରରେ ପରସ୍ପର ମଧ୍ୟରେ ପ୍ରେମ ବଜାୟ ରୁହେ । ସେଥିପାଇଁ ସ୍ନାନ ପରେ ସବୁଦିନ ଭଗବାନଙ୍କ ନାମ ସ୍ମରଣ ତଥା ପୂଜା କରିବା ଉଚିତ । ଖାଦ୍ଯର ସ୍ଵାଦ ବଢାଇବା ସହ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଲବଣର ଖୁବ ମହତ୍ଵ ରହିଛି ।

ଯଦି ଘରେ ବାଦବିବାଦ ଓ କଳିଝଗଡା ଦିନକୁ ଦିନ ବୃଦ୍ଧି ପାଉଛି, ତେବେ ଘରର ମହିଳା ସ୍ନାନ କରୁଥିବା ପାଣିରେ ଅଳ୍ପ ଲୁଣ ମିଶାଇ ସ୍ନାନ କରିବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁସାରେ ଲୁଣରେ ନକରାତ୍ମକ ଶକ୍ତିକୁ ଦୂର କରିବା ଶକ୍ତି ରହିଛି ଓ ଏହା ରାହୁ କେତୁଙ୍କ ଦୁଷ୍ପ୍ରଭାବକୁ ମଧ୍ୟ ଦୂର କରିଥାଏ । ସେହିପରି ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶିକ୍ଷା ଦିଅନ୍ତି ମହିଳାଙ୍କୁ ସଂପୂର୍ଣ୍ଣ ଭାବେ ବିବସ୍ତ୍ର ହୋଇ ସ୍ନାନ କରିବା ମଧ୍ୟ ଉଚିତ ନୁହେଁ । ସ୍ନାନ କରିବା ସମୟରେ ଆମ ପିତୃପୁରୁଷ ଆମ ଆଖପାଖରେ ଉପସ୍ଥିତ ଥାଆନ୍ତି ଓ ଆମ ଆମ ବସ୍ତ୍ରରୁ ପଡୁଥିବା ପାଣି ପାଇ ସେମାନେ ତୃପ୍ତ ହୁଅନ୍ତି ବୋଲି ବିଶ୍ବାସ କରାଯାଏ ।

ତେଣୁ ବିବସ୍ତ୍ର ହୋଇ ସ୍ନାନ କରିବା ଦ୍ଵାରା ସେମାନେ ଅତୃପ୍ତ ହୋଇ କ୍ରୋଧିତ ହୋଇଯାନ୍ତି । ଯାହାର ପ୍ରଭାବ ଆମ ଜୀବନରେ ପଡିଥାଏ । ଏହାଛଡା ଜଳ ଦେବତା ଓ ଅନେକ ଛୋଟବଡ ପ୍ରାଣୀ ଥାଆନ୍ତି ଯେଉଁମାନେ ଆମକୁ ବିବସ୍ତ୍ର ଅବସ୍ଥାରେ ଦେଖନ୍ତି । ସେଥିପାଇଁ ବିଶେଷ କରି ସାର୍ବଜନୀକ ସ୍ଥାନରେ ସଂପୂର୍ଣ୍ଣ ଭାବେ ବିବସ୍ତ୍ର ହୋଇ ସ୍ନାନ କରିବା ଉଚିତ ନୁହେଁ । ଆପଣଙ୍କୁ ଆମ ଆର୍ଟିକିଲ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ପୋଷ୍ଟ ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।