କେମିତି ଶୀଘ୍ର ସକାଳୁ ଉଠିବେ, ଜାଣନ୍ତୁ 3 ଟି ସହଜ ଉପାୟ

ଆମେ ସମସ୍ତେ ସକାଳେ ଶୀଘ୍ର ଉଠିବାକୁ ଚେଷ୍ଠା କରୁ, ଆଲାର୍ମ ମଧ୍ୟ ଦେଉ କିନ୍ତୁ ରାତିରେ ଡେରିରେ ଶୋଇବା ପାଇଁ ହେଉ ବା ନିଜର ଅଳସୁଆ ଗୁଣ ପାଇଁ ହେଉ ଆମେ ସକାଳୁ ଶୀଘ୍ର ଉଠିପାରୁ ନାହିଁ । ଦୁନିଆରେ ଯେତେ ବି ସକ୍ସେସଫୁଲ ଲୋକ ଅଛନ୍ତି ସେମାନଙ୍କ ମଧ୍ୟରେ ଗୋଟିଏ କଥା ସମାନ ଥାଏ, ତାହା ହେଉଛି ସକାଳୁ ଶୀଘ୍ର ବିଛଣାରୁ ଉଠିବା ।

ଯଦି ଆପଣ ବି ସକ୍ସେସଫୁଲ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ମଧ୍ୟ ସକାଳୁ ଶୀଘ୍ର ବିଛଣାରୁ ଉଠିବାକୁ ପଡିବ । ଶୀଘ୍ର ବିଛଣାରୁ ଉଠିବାର ସମୟ ହେଉଛି ପାହାନ୍ତା ୪ ଟା ରୁ ୫ ଟା । ଯଦି ଆପଣ ଚାହିଁ କି ବି ସକାଳୁ ଶୀଘ୍ର ଉଠିପାରୁ ନାହାଁନ୍ତି ତେବେ ଆମେ ଆପଣଙ୍କୁ କିଛି ଉପାୟ ଜଣାଇବୁ ଯାହା ଦ୍ଵାରା ଆପଣ ସକାଳୁ ଶୀଘ୍ର ଉଠିପାରିବେ ।

ସର୍ବ ପ୍ରଥମେ ରାତିରେ ଶୋଇବା ପୂର୍ବରୁ ନିଷ୍ପତ୍ତି ନିଅନ୍ତୁ ଆପଣ ସକାଳୁ ଉଠି କଣ ପଢିବେ ବା କଣ କରିବେ । ତାହାକୁ ଏକ ଛୋଟ କାଗଜରେ ଲେଖି ଦିଅନ୍ତୁ ତା ସହ ନିଜ ଜୀବନର ଲକ୍ଷ ମଧ୍ୟ ଲେଖି ଦିଅନ୍ତୁ । ତା ପରେ ଆଲାର୍ମ ଦିଅନ୍ତୁ ଓ ଆଲର୍ମ ଦେଇ ସାରିବା ପରେ ଆଲର୍ମ ଡିଭାଇସ ଓ ସେହି ଛୋଟ କାଗଜଟିକୁ କିଛି ଦୂରରେ ରଖି ଦିଅନ୍ତୁ କାରଣ ଆମେ ଯେତେବେଳେ ଶୋଇଥାଉ ଆମ ମାଇଣ୍ଡ ୨୫ % ଆକ୍ଟିଭ ଥାଏ ।

ସେହି ଟାଇମରେ ଆଲର୍ମ ବାଜେ । ଯଦି ଆଲର୍ମ ଆମ ପାଖରେ ଥାଏ ଆମେ ଆଲର୍ମ ବନ୍ଦ କରି ପୁଣି ଶୋଇପଡୁ । ଯଦି ଆମେ ମାଇଣ୍ଡକୁ ୫୦ % ଆକ୍ଟିଭ କରିଦେବା ଆଲର୍ମ ବାଜିବା ପରେ ଆମେ ଆଉ ନ ଶୋଇ ବିଛଣାରୁ ଉଠିଯିବା । ସେଥିପାଇଁ ଆମେ ଆଲର୍ମ ଡିଭାଇସ କୁ ଦୂରରେ ରଖିବା ଯାହା ଫଳରେ ଯେତେବେଳେ ଆଲର୍ମ ବାଜିବ ଆମକୁ ବିଛଣାରୁ ଉଠି ସେ ସ୍ଥାନକୁ ଯାଇ ଆଲାର୍ମ ବନ୍ଦ କରିବାକୁ ପଡିବ । ସେହି ସମୟ ଭିତରେ ଆମ ମାଇଣ୍ଡ ୫୦% ଆକ୍ଟିଭ ହୋଇଯିବ ।

 

ଦ୍ଵିତୀୟ ଉପାୟ ହେଉଛି ଆମକୁ ରାତିରେ ଅଧିକରୁ ଅଧିକ ପାଣି ପିଇବା ପାଇଁ ପଡିବ । କାରଣ ଯେତେବେଳେ ଆମେ ପାହାନ୍ତା ଆଲାର୍ମ କୁ ବନ୍ଦ କରିବା ପାଇଁ ଉଠିବା ସେତେବେଳେ ଆମକୁ ବହୁତ ଜୋରରେ ପରିଶ୍ରା ଲାଗୁଥିବ ଓ ଆମକୁ ବାଥରୁମ ମଧ୍ୟ ଯିବାକୁ ପଡିବ । ଯାହା ଫଳରେ ଆମ ନିଦ ଭାଙ୍ଗିଯିବ ।

ତୃତୀୟ ଉପାୟ ହେଉଛି ଗୋଟିଏ ଆପ୍ଲିକେସନ । ଏହି ଆପ୍ଲିକେସନ ରେ ଯେତେବେଳେ ଆଲାର୍ମ ବାଜିବ, ସେତେବେଳେ ଆପଣ ଆଲର୍ମ ବନ୍ଦ କରିବା ପାଇଁ ଯିବେ ତେବେ ସେ ଆପଣଙ୍କୁ ଏକ ଗଣିତର ସମାଧାନ କରିବାକୁ ଦେବ ।

ଆପଣ ସେ ଗଣିତକୁ ସମାଧାନ ନ କରିବା ପର୍ଯ୍ୟନ୍ତ ଆପଣଙ୍କ ମୋବାଇଲର ଆଲାର୍ମ ବନ୍ଦ ହେବ ନାହିଁ । ଯେତେବେଳେ ଆପଣ ସେ ଗଣିତର ସମାଧାନ କରିବେ ସେତେବେଳେ ଆପଣଙ୍କର ନିଦ ଅଟୋମେଟିକ ଭାଙ୍ଗିଯିବ । ଏହି ଆପ୍ଲିକେସନର ନାମ ହେଉଛି “Alarmy” ।

ଏହା ଥିଲା ଆମର ପାହାନ୍ତାରୁ ଉଠିବାର କିଛି ସହଜ ଉପାୟ । ଆମ ଭିତରେ ଏମିତି ବହୁତ ଜଣ ଅଛନ୍ତି ଯେଉଁମାନେ ଭାବନ୍ତି କି ରାତିରେ ପଢିବା ଭଲ ଓ ସେମାନେ ବହୁତ ରାତି ପର୍ଯ୍ୟନ୍ତ ମଧ୍ୟ ପଢି ଥାଆନ୍ତି । କିନ୍ତୁ ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ରାତିରେ ପଢିବା କିଛି ମାତ୍ରାରେ ଭୁଲ ଓ ଏହା ସାଇଣ୍ଟିଫିକାଲି ମଧ୍ୟ ପ୍ରମାଣିତ ।

ଦିନବେଳେ ଆମେ ବିଭିନ୍ନ ଲୋକଙ୍କ ସହ ମିଶୁ, ବିଭିନ୍ନ ଜାଗା ବୁଲୁ, ବିଭିନ୍ନ କାମ କରୁ ଓ ବେଳେବେଳେ କିଛି ଲୋକଙ୍କ ସହ ଝଗଡା ମଧ୍ୟ ହୋଇଯାଏ ଯାହା ଫଳରେ ରାତିରେ ଆମ ମାଇଣ୍ଡ ସ୍ଥିର ନ ଥାଏ । ଯଦି ବି ସ୍ଥିର ଥାଏ ତେବେ ୧୦୦% ଦକ୍ଷତା ଦେବାର କ୍ଷମତା ନଥାଏ । ସେତେବେଳେ ଆମେ ଯାହା ପଢୁ ବା ଯାହା ବି କାମ କରୁ ସେସବୁ ଆମର ମନେ ରୁହେ ନାହିଁ  ଓ କିଛି କାମ ମଧ୍ୟ ଭୁଲ ହୋଇଯାଏ ।

ସେଥିପାଇଁ ଆମେ ପାହାନ୍ତା ପଢିବା ଉଚିତ । ପାହାନ୍ତାରେ ଆମ ମାଇଣ୍ଡ ପୁରା ରିଲାକ୍ସ ଥାଏ ଓ ୧୦୦% ଦକ୍ଷତା ଦେବାର କ୍ଷମତା ଥାଏ । ସେଥିପାଇଁ ରାତି ଅପେକ୍ଷା ପାହାନ୍ତା ପଢିବା ଭଲ ।

ଆଶା କରୁଛୁ ଆପଣମାନଙ୍କ ପାଇଁ ଆମର ଏହି ଉପାୟ ନିଶ୍ଚୟ କାମରେ ଆସିବ । ଲେଖାଟି ଭଲ ଲାଗିଥିଲେ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଆହୁରି ଏହି ଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।