୩୦ ବର୍ଷ ବୟସ ପୂର୍ବରୁ ବୁଲି ନିଅନ୍ତୁ ଏହି ସବୁ ଜାଗା, ଜୀବନ ସାରା ରହିବ ସୁନ୍ଦର ସ୍ମୃତି

ଜୀବନ କେବଳ ପଢା – ଲେଖା ଓ ଚାକିରି ପାଇଁ ନୁହେଁ । ଜୀବନର ମଜା ଲୁଟିବା ପାଇଁ ବୁଲିବା ବହୁତ ଜରୁରୀ ଅଟେ । ମଣିଷ ଯେତେବେଳେ ବୁଲାବୁଲି କରିଥାଏ ନିଜ ପରିବାର ଓ ସାଙ୍ଗ ମାନଙ୍କ ସହ ସେତେବେଳେ ହିଁ ସେ ନିଜର ଜୀବନକୁ ବୁଝିପାରେ । ଯଦି ଆଜି ଆପଣ ଚାକିରି ପାଇଁ କିମ୍ବା ଅନ୍ୟ କାରଣରୁ ବୁଲିବାକୁ ଯାଇ ପାରୁ ନାହାନ୍ତି ତେବେ ଭବିଷ୍ୟତରେ ଆପଣ ନିଜ ପାଇଁ ଅନୁତାପ କରିବେ ।

ଏହା ଏଥିପାଇଁ କାରଣ ଆପଣଙ୍କ ପାଖରେ ଟଙ୍କା ଓ ସମୟ ଥିବ କିନ୍ତୁ ସେହି ଜୋଶ ନ ଥିବ । ଏଥିପାଇଁ ୩୦ ବର୍ଷ ବୟସ ପୂର୍ବରୁ ଏମିତି କିଛି ଜାଗା ଅଛି ଯାହା ଆପଣଙ୍କୁ ବୁଲିନେବା ଉଚିତ ।

ଗୋଆ

ଆପଣ ସମସ୍ତେ ନିଜ ଜୀବନରେ ବ୍ୟସ୍ତ ଥିବେ କିନ୍ତୁ ଏହା ମଧ୍ୟରୁ କିଛି ସମୟ ବାହାର କରି ଗୋଆ ବୁଲି ଆସନ୍ତୁ । ଗୋଆର ଲାଇଫ ଷ୍ଟାଇଲ ଯୁବକ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରେ । ଏହିଭଳି ଲାଇଫ ଷ୍ଟାଇଲ ଆପଣଙ୍କୁ ଆଉ କେଉଁଠି ମିଳିବ ନାହିଁ । ସେଥିପାଇଁ ଜୀବନରେ ଥରେ ଗୋଆ ନିଶ୍ଚିତ ବୁଲିବାକୁ ଯାଆନ୍ତୁ ।

ଆଣ୍ଡାମାନ – ନିକୋବାର

ଯଦି ଆପଣ ମସ୍ତି କରିବା ସହିତ ସୁନ୍ଦର ଜାଗା ଦେଖିବାକୁ ଚାହୁଁଛନ୍ତି ତେବେ ଆଣ୍ଡାମାନ – ନିକୋବାର ନିଶ୍ଚିତ ବୁଲି ଯିବା ଉଚିତ । ଏଠିକାର ପାଣିପାଗ ବହୁତ ଭଲ ଅଟେ । ଏଠାକୁ ଗରମ କିମ୍ବା ଶୀତ କୌଣସି ବି ଦିନରେ ଯାଇ ପାରିବେ ।

ଉତ୍ତରାଞ୍ଚଳ

ଯଦି ବୁଲିବାର କିଛି ପ୍ଳାନ କରୁଛନ୍ତି, ଓ ଅଳ୍ପ ବଜେଟରେ ବୁଲିବାକୁ ଚାହୁଁଛନ୍ତି ତେବେ ଉତ୍ତରାଞ୍ଚଳ ବୁଲିବା ପାଇଁ ସବୁଠୁ ଭଲ ଜାଗା ରହିବ । ଏହାକୁ ଦେବଭୂମି ମଧ୍ୟ କୁହାଯାଏ । ଏଠାରେ ଚାରିଆଡେ ଥିବା ପାହାଡ ଓ ଘଞ୍ଚ ଜଙ୍ଗଲ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ଉତ୍ତରାଖଣ୍ଡରେ ବିସନ, ଋଷିକେଶ, ଟିହରୀ ଭଳି ଜାଗାରେ ବୁଲି ପାରିବେ । ଉତ୍ତରାଖଣ୍ଡକୁ ୟୁନେସ୍କୋ ୧୯୮୨ ମସିହାରେ ରାଷ୍ଟ୍ରୀୟ ଉଦ୍ୟାନ ବୋଲି ଘୋଷିତ କରିଥିଲେ ।

ଲଦ୍ଦାଖ

୩୦ ବର୍ଷ ବୟସକୁ ପାର କରିବା ପୂର୍ବରୁ ଲଦ୍ଦାଖ ବୁଲିନେବା ଉଚିତ । ଏଠିକାର କେବଳ ଉଚ୍ଛ ପର୍ବତ ଆପଣଙ୍କର ମନ ମୋହି ନେବ । ଲଦ୍ଦାଖର ମଜା ନେବାର ଅଛି ତେବେ ବନ୍ଧୁ ମାନଙ୍କ ସହ ବାଇକରେ ଯାଆନ୍ତୁ । ଏହି ପୋଷ୍ଟ ସମ୍ବନ୍ଧରେ ଆପଣଙ୍କ ମୂଲ୍ୟବାନ ମତାମତ ନିଶ୍ଚୟ କମେଣ୍ଟ କରନ୍ତୁ ଓ ପୋଷ୍ଟଟିକୁ ଶେୟାର କରନ୍ତୁ ।