ଭାରତୀୟ ସେନାରେ ଭର୍ତ୍ତି ହେଲେ ସହିଦ ମେଜର ଙ୍କ ପତ୍ନୀ, ସଂଯୋଗରୁ ଏକ୍ସାମ ରେ ମିଶିଲା ପତିଙ୍କ ଚେଷ୍ଟ ନମ୍ବର, ଆଉ ତା ପରେ …

ପୁଲବାମା ରେ ହୋଇଥିବା ଆତଙ୍କି ଆକ୍ରମଣ ପରେ ପୁରା ଦେଶ ରାଗରେ ଥିଲା ଓ ଆମର 44 ଜଣ ଯବାନ ସହିଦ ହେବାର ଲୁହ ଝରାଉ ଥିଲେ । ଏହି ସମୟରେ ଲୋକମାନେ ସହିଦ ମାନଙ୍କର ବାହାଦୁରି କୁ ସଲାମ କରିଥିଲେ ଓ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଆତଙ୍କ ବିରୁଦ୍ଧରେ ମନ ଖୋଲି ନିଜର ବିଚାର ଜଣାଉଥିଲେ । ଲୋକଙ୍କର ଦେଶ ଭକ୍ତି ର ଭାବନା ବ୍ୟତୀତ ଯଦି ସେହି ସହିଦ ଙ୍କ ପରିବାର ବିଷୟରେ ଭାବିବା ତେବେ ଲାଗେ କି ତାଙ୍କ ପାଇଁ ଏହି ଘଟଣା କୌଣସି ଏକ ଝଟକା ରୁ କମ ନଥିବ । ତାଙ୍କ କଷ୍ଟ ସେହି ମାନେ ଜାଣି ପାରିବେ ଯେଉଁମାନେ କୌଣସି ଏକ ନିଜର ଲୋକଙ୍କୁ ଅଚାନକ ହରାଇଛନ୍ତି । ଏହି ଦୁଃଖ ପରେ ମଧ୍ୟ ତାଙ୍କର ଦେଶଭକ୍ତି କମ ହୋଇ ନାହିଁ । ଭାରତୀୟ ସେନାରେ ଭର୍ତ୍ତି ହେଲେ ସହିଦ ମେଜରଙ୍କ ପତ୍ନୀ, କିଛି ଏମିତି ହିଁ ପ୍ରେରଣା ହେଲେ ସହିଦ ଆର୍ମି ଅଫିସରଙ୍କ ପତ୍ନୀ ଗୌରି ।

କିଛି ଏମିତି ହିଁ ପ୍ରେରଣା ହେଲେ ସହିଦ ଆର୍ମି ଅଫିସରଙ୍କ ପତ୍ନୀ ଗୌରି

ସହିଦ ମେଜର ପ୍ରସାଦ ମହାଦିକଙ୍କ ପତ୍ନୀ ଗୌରି ମହାଦିକଙ୍କର ସେନାରେ ଚୟନ ହୋଇଛି । ସେ ସେନାରେ ସାମିଲ ହେବା ପାଇଁ ଜରୁରୀ ସର୍ଭିସ ସିଲେକ୍ସନ ବୋର୍ଡ (ଏସଏସବି)ର ଏକ୍ସାମ କ୍ଲିୟର କରିଛନ୍ତି । ଚେନ୍ନାଇ ର ଅଫିସର୍ସ ଟ୍ରେନିଂ ଏକାଡେମି (ଓଟି)ରେ ଏପ୍ରିଲ ରେ ତାଙ୍କ ଟ୍ରେନିଂ ଆରମ୍ଭ ହେବ ଓ ତାଙ୍କ ପତିଙ୍କ ଟ୍ରେନିଂ ବି ଏହି ଜାଗାରେ ହୋଇଥିଲା । 49 ସପ୍ତାହର ଟ୍ରେନିଂ ପୁରା କଲା ପରେ ଗୌରି ମାର୍ଚ୍ଚ 2019 ରେ ସେନାରେ ଲେଫ୍ଟିନେଣ୍ଟ ଭାବେ ସାମିଲ ହେବେ ।

ଆର୍ମି ମେଜର ପ୍ରସାଦ ମହାଦିକ ଅରୁଣାଞ୍ଚଳ ପ୍ରଦେଶର ତମ୍ବାକ ରେ ପୋଷ୍ଟେଡ ଥିଲେ ଓ ଏଠାରେ ଡିସେମ୍ବର 2017 ରେ ଉଗ୍ରବାଦୀଙ୍କ ଆକ୍ରମଣରେ ସେ ସହିଦ ହୋଇ ଯାଇଥିଲେ । ଏହା ପରେ ତାଙ୍କ ପତ୍ନୀ ଆର୍ମିରେ ଯିବା ପାଇଁ ନିଷ୍ପତ୍ତି ନେଲେ ଓ ଏହା ପାଇଁ ପ୍ରିପେୟାର ହୋଇଥିଲେ । ଗୌରି ଏସଏସବି ତରଫରୁ ସହିଦ ମାନଙ୍କର ବିଧବା ମାନଙ୍କ ପାଇଁ ଆୟୋଜିତ ହୋଇଥିବା ବିଶେଷ ପରୀକ୍ଷା ରେ ଟପ ରାଙ୍କ ପାଇଛନ୍ତି ।

ଏହା ବିଷୟରେ ଗୌରି କହିଲେ, “ପତି ସହିଦ ହେବାର 10 ଦିନ ପରେ ହିଁ ମୁଁ ଭାବିନେଲି କି ମୋତେ ଏବେ କଣ କରିବାର ଅଛି । ପୁଣି ମୁଁ ପ୍ରସାଦଙ୍କ ପାଇଁ କିଛି ଭାବିଲି ଓ ସେନା ଯଏନ କରିବାକୁ ହିଁ ନିଜର ଲକ୍ଷ କଲି ।

ଗୌରି କହିଥିଲେ, “ଭୋପାଳ ଓ ଆଲ୍ଲାହବାଦ ରେ ଏକ୍ସାମ ସମୟରେ ମୋତେ ଚେଷ୍ଟ ନମ୍ବର 28 ଦିଆ ଯାଇଥିଲା । ମୋ ପତିଙ୍କର ବି ଏହି ନମ୍ବର ଥିଲା । ଏହା ବ୍ୟତୀତ ମେଡିକାଲ ଟେଷ୍ଟ ରେ ମୋତେ 45 ନମ୍ବର ଦିଆଯାଇଥିଲା ଯାହା ମୋ ପତିଙ୍କ ଜନ୍ମ ଦିନ 9(4+5) ଅଟେ ଓ ଏହା ମୋ ପାଇଁ ବହୁତ ବଡ ଭାଗ୍ୟର କଥା ଅଟେ ।

ଆଶାକରୁଛୁ ଏହି ପୋଷ୍ଟଟି ଆପଣଙ୍କୁ ନିଶ୍ଚୟ ପ୍ରେରଣା ଦେବା । ଭଲ ଲାଗିଲେ ସାଙ୍ଗମାନଙ୍କ ସହିତ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।