ବଡ ଖବର : ଭାରତୀୟ ସୀମାରେ ପ୍ରବେଶ କଲା ପାକ୍ ଏୟାରଫୋର୍ସ ବିମାନ, ଏମିତି ଜବାବଦେଲା ଭାରତୀୟ ଏୟାରଫୋର୍ସ

ଜମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ପାକିସ୍ତାନ ବିମାନ ପ୍ରବଶେ କରିଛି । ଭାରତୀୟ ସୀମାରେ ପ୍ରବେଶ କରିଛି ପାକିସ୍ତାନର ବାୟୁ ସେନା ବିମାନ । ହେଲେ ଏହାର କଡ଼ା ଜବାବ ଦେଲେ ଭାରତୀୟ ସେନାର ଯାହା ପରେ ଫେରିଗଲା ପାକ୍ ବିମାନ । ଭାରତୀୟ ସୀମାରେ ପାକ୍ ବିମାନ ପ୍ରବେଶ କରିବା ସହ ସୀମା ସ୍ଥିତ ସେନା ପୋଷ୍ଟ ଓ ସୀମାବର୍ତ୍ତି ଗାଁ ଉପରେ ପାକିସ୍ତାନୀ ସେନା ଗୁଳି ଓ ମୋର୍ଟାର ମାଡ କରିଛି ।

ସୂଚନାଯୋଗ୍ୟ ପିଓକେରେ ଥିବା ଜୈଶର ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତର ବାୟୁସେନା ହମଲା ପରେ ବିଚଳିତ ହୋଇ ପଡିଛି ପାକିସ୍ତାନ । ଜାମ୍ମୁ କାଶ୍ମୀର ସୀମାର ୧୫ଟି ଜାଗାରେ ପାକିସ୍ତାନ ଅସ୍ତ୍ରବିରତୀ ଉଲ୍ଲଙ୍ଘନ କରିଥିବା ଜଣା ପଡିଛି ।

ସେପଟେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତ । ଜମ୍ମୁକାଶ୍ମୀର ବଡଗାମରେ ମିଗ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି । ତେବେ ବିମାନରେ ଥିବା ୨ଜଣ ପାଇଲଟ ସୁରକ୍ଷିତ ଅଛନ୍ତି କି ନାହିଁ ସେନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ବିମାନ ଦୁର୍ଘଟଣାର କାରଣ ଜଣା ପଡି ନାହିଁ । ବିମାନଟି କ୍ରାସ ହେବା ପରେ ପୁରା ପୁରି ଜଳି ଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇ ଯାଇଥିଲେ । ଶ୍ରୀନଗର ଏୟାରବେସରୁ ବିମାନଟି ଉଡାଣ ଭରିଥିଲା । ଏବଂ ନିଆଁ ଲିଭାଇବାକୁ ଚେଷ୍ଟା କରି ଥିଲେ ।

ଏହା ପରେ ଇଣ୍ଡିଆନ ଏୟାରଫୋର୍ସକୁ ହାଇ ଅଲର୍ଟରେ ରଖା ଯାଇଛି । ନ୍ୟୁଜ ଅନୁସାରେ ଭାରତ ତରଫରୁ ବାୟୁସେନାଙ୍କୁ ନିଜର ସବୁ ଏୟାର ଡିଫେନ୍ସ ସିଷ୍ଟମକୁ ଅନ୍ତରାଷ୍ଟ୍ରୀୟ ବର୍ଡର ଏବଂ LOC ଉପରେ ହାଇ ଅଲର୍ଟ ରଖିବା ପାଇଁ ନିର୍ଦେଶ ଦେଇ ଛନ୍ତି ।

ପୂର୍ବ ଖବର ଅନୁ ଯାୟୀ 26 ତାରିଖରେ ଭାରତ ତରଫରୁ POKରେ ବାଲାକୋଟ, ଚକୋଟୀ ଏବଂ ମୁଜଫ୍ଫରାବାଦ ରେ ସକାଳ ୩:୩୦ ସମୟରେ ଏହି ଏୟାର ଷ୍ଟ୍ରାଇକ କରା ଯାଇ ଥିଲା । ଏହି ଆକ୍ରମଣ ରେ ବାଲାକୋଟରେ ଥିବା ଜୈଶଙ୍କର କଣ୍ଟ୍ରୋଲ ରୁମ ପୂରାପୂରି ନଷ୍ଟ ହୋଇ ଯାଇଛି । ଜମ୍ମୁ – କାଶ୍ମୀରରେ ସିଆରପିଏଫ ଯବାନଙ୍କ ଉପରେ ପାକିସ୍ତାନ ସମର୍ଥିତ ଜୈଶ-ଏ-ମୋହମ୍ମଦ ଦ୍ଵାରା କରା ଯାଇ ଥିବା ଆତଙ୍କି ଆକ୍ରମଣ ରେ ରାଗି ଭାରତ ତରଫରୁ ଏହି କାର୍ଯ୍ୟ ଅନୁଷ୍ଠାନ କରା ଯାଇଛି ।

ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।