ସୀମା ଉପରେ ଥିବା ଯବାନମାନେ ଆମର ସୁରକ୍ଷା ପାଇଁ ନିଜ ଜୀବନର ମଧ୍ୟ ବାଜି ଲଗାଇ ଦିଅନ୍ତି । ଯାହା ଦ୍ଵାରା ଆପଣ ଘରେ ବସି ଆରମରେ ଜୀବନ ବିତାଇ ପାରିବେ । କିନ୍ତୁ ତାଙ୍କ ଘର ଲୋକମାନଙ୍କର ଜୀବନ କେବଳ ଅପେକ୍ଷାରେ ହିଁ ରହିଥାଏ । ସୀମା ଉପରେ ଛିଡା ହୋଇଥିବା କେତେକ ଯବାନ ସବୁ ବର୍ଷ ସହିଦ ହୋଇଥାନ୍ତି, ଏହା ପରେ ସେମାନଙ୍କର ଘର ପରିବାର ଉପରେ କଣ ବୀତି ଥାଏ ଏହାର ଅନ୍ଦାଜ ଲଗାଇବା ବହୁତ କଷ୍ଟ ଅଟେ । ଏହା ମଧ୍ୟରେ ଜଣେ ସହିଦଙ୍କର ପତ୍ନୀ ନିଜ ହୃଦୟର କଥା ଶେୟାର କରିଛନ୍ତି । ଯାହାକୁ ସମସ୍ତଙ୍କୁ ପଢିବା ଉଚିତ ।
ବର୍ଷ ୨୦୧୬ରେ ଜମ୍ମୁ – କାଶ୍ମୀରରେ ହୋଇଥିବା ଆତଙ୍କବଦୀ ଆକ୍ରମଣରେ ଭାରତର ୭ ଜଣ ଯବାନ ସହିଦ ହୋଇଥିଲେ, ଯେଉଁଥିରେ ଜଣେ ମେଜର ଅକ୍ଷୟ ଗିରୀଶ କୁମାର ବି ଥିଲେ । ଅକ୍ଷୟ ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାର ନିବାସୀ ଥିଲେ, ଯିଏକି ଦେଶ ପାଇଁ ସହିଦ ହୋଇ ଯାଇଛନ୍ତି । କିନ୍ତୁ କହିବାକୁ ଗଲେ ବର୍ତ୍ତମାନ ଅକ୍ଷୟଙ୍କର ପତ୍ନୀ ସଙ୍ଗୀତା ରବିନ୍ଦ୍ରନଙ୍କର ଏକ ଲେଟର ସୋସିୟାଲ ମିଡିୟାରେ ବହୁତ ଭାଇରାଲ ହେଉଛି । ଯେଉଁଥିରେ ସେ ପ୍ରପୋଜ ଠାରୁ ନେଇ ବିବାହ ପର୍ଯ୍ୟନ୍ତ ଓ ନିଜ ପିଲାର ଜନ୍ମକୁ ନେଇ ସହିଦ ପର୍ଯ୍ୟନ୍ତର ଯାତ୍ରା ବିଷୟରେ କହିଛନ୍ତି ।
ପ୍ରପୋଜ ଠାରୁ ନେଇ ପିଲା ଜନ୍ମ ପର୍ଯ୍ୟନ୍ତର କାହାଣୀ
ସଙ୍ଗୀତା ରବିନ୍ଦ୍ରନ ପତ୍ରରେ ଲେଖି କି ୨୦୦୯ରେ ମେଜର ସାହାବ ମୋତେ ନିଜେ ପ୍ରପୋଜ କରିଲେ, ଏହା ପରେ ଆମର ବିବାହ ୨୦୧୧ରେ ହୋଇଥିଲା । ବିବାହର ଦୁଇ ବର୍ଷ ପରେ ଆମର ଏକ ଝିଅ ଜନ୍ମ ହେଲା, ଯାହାର ନାମ ନୈନା ଅଟେ । ମୁଁ ମେଜର ସାହାବଙ୍କ ସହ ରହୁଥିଲି, ଯେଉଁଠି ତାଙ୍କୁ ରୁମ ମିଳୁଥିଲା । ବାହାଘର ପରେ ଆମେ ପୁଣେରେ ରହିବାକୁ ଲାଗିଲୁ, କିନ୍ତୁ ପୁଣି ତାଙ୍କର ଟ୍ରାନ୍ସଫର ଜମ୍ମୁ କାଶ୍ମୀରର ନଗରୋଟରେ ହୋଇଗଲା । ନଗରୋଟରେ ତାଙ୍କୁ ରୁମ ମିଳି ନ ଥିଲା, କିନ୍ତୁ ତଥାପି ମୁଁ ତାଙ୍କ ସହିତ ରହୁଥିଲି, କାରଣ ମୁଁ ତାଙ୍କ ଛାଡି ଯିବାକୁ ଚାହୁଁ ନ ଥିଲି ।
ଏମିତି ହୋଇଥିଲେ ଅକ୍ଷୟ ଗିରୀଶ ସହିଦ
ସଙ୍ଗୀତା ରବିନ୍ଦ୍ରନ ଆଗକୁ ଲେଖିଲେ କି ୨୯ ନଭେମ୍ବର ସକାଳେ ୫.୩୦ ସମୟରେ ଅଚାନକ ଗୁଳିର ଆବାଜ ଆମର ଆଖି ଖୋଲିଦେଲା । ଏହା ପରେ ଠିକ ୫.୪୫ରେ ଅକ୍ଷଙ୍କର ଏକ ଜୁନିୟର କହିଲେ କି ଆତଙ୍କବାଦୀମାନେ ତୋପ-ଖାନର ରେଜିମେଂଟକୁ ବନ୍ଧକ କରିନେଇଛନ୍ତି । ଏହା ପରେ ସେଠି ଥିବା ମହିଳା ଓ ପିଲାମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନ୍ତରିତ କରି ଦିଆଗଲା ।
ଏହା ପରେ ସନ୍ଧ୍ୟା ହୋଇଗଲା କିନ୍ତୁ ମେଜର ସାହାବଙ୍କର କୌଣସି ଖବର ମିଳିଲା ନାହିଁ । ସନ୍ଧ୍ୟା ୬ ଟା ସମୟରେ କିଛି ଅଫିସର ଆସି କହିଲେ କି ଆମେ ଅକ୍ଷୟଙ୍କୁ ହରାଇ ଦେଇଛୁ, ସେ ସକାଳ ୮.୩୦ରେ ସହିଦ ହୋଇଯାଇଛନ୍ତି ।
ମୁଁ ଆଜି ପର୍ଯ୍ୟନ୍ତ ଧୋଇ ନାହିଁ ତାଙ୍କର ବର୍ଦି
ସ୍ଵାମୀର ସହିଦ ଖବର ଶୁଣି ସଙ୍ଗୀତାଙ୍କର ଦୁନିଆ ହିଁ ଉଜିଡି ଗଲା । ଏହା ପରେ ଅକ୍ଷୟଙ୍କର ସମସ୍ତ ଜିନିଷ ନେଇ ସେ ଘରକୁ ଫେରି ଆସିଲେ । ସଙ୍ଗୀତା ଲେଖିଲେ କି ମୁଁ ଆଜି ପର୍ଯ୍ୟନ୍ତ ତାଙ୍କର ବର୍ଦି ଧୋଇ ନାହିଁ ଓ ଯେତେବେଳ ତାଙ୍କ କଥା ମନେ ପଡେ, ମୁଁ ତାକୁ ପିନ୍ଧିନିଏ, କାରଣ ମୁଁ ତାଙ୍କୁ ବହୁତ ଭଲ ପାଏ ।