ସାହସୀ ଶାଳିନୀ, ଛାତ୍ରୀ ବେଶରେ ଏମିତି ଧରିଲେ ରାଗିଙ୍ଗ ଗ୍ୟାଙ୍ଗ, ଏବେ ସୋସିଆଲ ମିଡିଆରେ ହେଉଛି ଖୁବ ଚର୍ଚ୍ଚା… ଏନେଇ କଣ କହୁଛନ୍ତି Shalini ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ସାହସିକତାର ଏକ ବଡ ଖବର ସାମ୍ନାକୁ ଆସି ସାରିଛି । ଯାହା ସମସ୍ତ ନାରୀକୁ ଶକ୍ତି ଏବଂ ସାହସ ଯୋଗାଇ ଦେବ । ଲେଡି ପୋଲିସ ଅଫିସର ଜଣଙ୍କ ଦେଖାଇଛନ୍ତି ସାହସିକତା । ଏକ ମେଡିକାଲରେ ବାରମ୍ବାର ରାଗିଙ୍ଗ ହେଉଥିବାର ଅନେକ ଅଭିଯୋଗ ଆସୁଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସୁରାଗ ମିଳୁନଥିଲା । ଅଭିଯୁକ୍ତକୁ ଧରିବାରେ ପୋଲିସ ଅସଫଳ ଥିଲା । ତେବେ ଶାଳିନୀ କିଭଳି ନିଜ ସାହସିକତାର ସହ ଧରିଲେ ଅଭିଯୁକ୍ତଙ୍କୁ ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଇନ୍ଦୋରର ମହାତ୍ମା ଗାନ୍ଧୀ ମେଡିକାଲ କଲେଜରୁ ବାରମ୍ବାର ରାଗିଙ୍ଗର ମାମଲା ସାମ୍ନାକୁ ଆସୁଥିଲା । ଅନେକ ଯୁବତୀ ସୀମାହୀନ ଅସଦାଚରଣର ସମ୍ମୁଖୀନ ହେଉଥିଲେ ରାଗିଙ୍ଗ ଜରିଆରେ । ଏହି କଲେଜର ଜଣେ ଛାତ୍ରୀ ରାଗିଙ୍ଗରେ ପୀଡିତ ହୋଇ କଲେଜର ହେଲ୍ପ ଲାଇନ ନମ୍ବରରୁ ପୋଲିସ ଷ୍ଟେସନକୁ ଫୋନ କରି ଖବର ଦେଇଥିଲେ । ଏହି ଖାବର ପାଇବା ପରେ ପୋଲିସ ଆକ୍ସନ ମୋଡକୁ ଆସିଲା । ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାତ୍ରୀ ବେଶରେ କଲେଜ ଭିତରକୁ ପ୍ରବେଶ କଲେ ଲେଡି ପୋଲିସ ।

ତିନି ମାସ ଧରି କଲେଜ କ୍ୟାନ୍ଟିନରେ ଉଠାବସା କରୁଥିଲେ । ଏହି ସମୟରେ ସେ ରାଗିଙ୍ଗ କରୁଥିବା ଗ୍ୟାଙ୍ଗ ଉପରେ ରଖୁଥିଲେ କଡା ନଜର । ଠିକଣା ସମୟରେ ରାଗିଙ୍ଗ କରୁଥିବା ଅଭିଯୁକ୍ତଙ୍କୁ ରେଡ ହ୍ୟାଣ୍ଡ ଧରିଲେ । 24 ବର୍ଷୀୟ ଲେଡି ପୋଲିସ ଅଭୁଯୁକ୍ତଙ୍କୁ ଗିରଫ କରାଇଥିବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିବା ସହ ନାରୀ ଜାତି ପାଇଁ ସମ୍ମାନ ଏବଂ ଗର୍ବ ଆଣିଦେଇଛି । ଶାଳିନୀଙ୍କ କହିବା ଅନୁଯାୟୀ ତାଙ୍କ ପାଇଁ ଏହା ବହୁତ ଚ୍ୟାଲେଞ୍ଜିଙ୍ଗ ଥିଲା । ସମସ୍ତଙ୍କ ଉପରେ ଦିନ ରାତି ନଜର ରଖିବା ପାଇଁ ପଡୁଥିଲା ।

ଅନ୍ୟ ଛାତ୍ରୀ ମାନଙ୍କ ଠାରୁ ବୟାନ ମଧ୍ୟ ସଂଗ୍ରହ କରିବାକୁ ପଡୁଥିଲା । ସେହି ସମସ୍ତ ତଥ୍ୟ ଆଧାରରେ ସେ ଅଭୁଯୁକ୍ତକୁ ଚିହ୍ନି ତାଙ୍କ ଉପରେ ଆକ୍ସନ ନେବା ପାଇଁ ଅପେକ୍ଷା କରିଥିଲେ । ଶେଷରେ ଶାଳିନୀ ନିଜ ସାହସିକତାର ପରିଦର୍ଶନ କରିଲେ । ଅନେକ ଦିନ ଧରି ଖୁଲମ ଖୁଲା ବୁଲୁଥିବା ଅଭୁଯୁକ୍ତ ମାନେ ଏବେ ଜେଲର ଅନ୍ଧାର ଘରେ । ଅନ୍ୟ କାହାର ଜୀବନକୁ ଅନ୍ଧାର କରିବା ପୂର୍ବରୁ ଶାଳିନୀ ନିଜ ସାହସ ବଳରେ ତାଙ୍କୁ କରିଛନ୍ତି ପର୍ଦାଫାସ ।

ସତରେ ଏଭଳି ପୋଲି ଅଫିସରଙ୍କୁ ସାଲୁଟ କରିବା ଉଚିତ । ଏହିଭଳି ପୋଲିସ କର୍ମୀ ମାନେ କାର୍ଯ୍ୟ କରିବା ପାଇଁ ଲାଗିଲେ ଦୁନିଆରେ ନିଶ୍ଚୟ ଦୁର୍ନୀତି ଭାର କମିବା ପାଇଁ ଲାଗିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର କରିବାକୁ ଜମା ବି ଭୁଲିବେନି ।