ଏଥିରୁ କେବଳ 1 ଚାମୁଚ ପିଅନ୍ତୁ, ଗଳାରେ ଜମିଥିବା କଫ ତୁରନ୍ତ ସଫା ହୋଇଯିବ, ଏବେ ହିଁ ପ୍ରଈଗ କରନ୍ତୁ ଏହି Homemade Cough Syrup

ଆଜି ଆମେ ଆପଣଙ୍କ ସହ ଏପରି ଏକ ଘରୋଇ ଉପଚାର ଶେୟାର କରିବୁ ଯାହାର ବ୍ୟବହାର କରି ଆପଣ କଫକୁ ସହଜରେ ତରଳାଇ ଦେଇପାରିବେ । ଏହି ଉପଚାରକୁ ଗୋଟିଏ ଦିନରେ କେବଳ ତିନିଥର ସେବନ କରନ୍ତୁ ଦେଖିବେ କଫ ସମସ୍ଯା ସଂପୂର୍ଣ୍ଣ ଭାବେ ଠିକ ହୋଇଯିବ । ଏହି ଉପଚାର ପାଇଁ ଯେଉଁ ସବୁ ସାମଗ୍ରୀ ଆବଶ୍ୟକ ତାହା ଆପଣଙ୍କ ରୋଷେଇ ଘରୁ ସହଜରେ ମିଳିଯିବ । ତେବେ ଚାଲନ୍ତୁ ଜାଣିବା କଫ ଭଲ କରିବା ପାଇଁ କିପରି ତିଆରି କରିବେ ଉପଚାର ।

ଏଥିପାଇଁ ଆପଣଙ୍କୁ ନେବାକୁ ହେବ 8-10ଟି ଗୋଲମରିଚ । ଏହାକୁ ହେମଦସ୍ତାରେ ଛେଚି ଭଲଭାବେ ଗୁଣ୍ଡ କରନ୍ତୁ । ଏବେ ଏଥିରେ ପକାନ୍ତୁ ଲବଙ୍ଗ । ଚାରୋଟି ଫୁଲ ଥିବା ଲବଙ୍ଗ ନେଇ ସେହି ହେମଦସ୍ତାରେ ଗୋଲମରିଚ ସହ କୁଟି ଦିଅନ୍ତୁ । ଗୋଲମରିଚ ଭଳି ଲବଙ୍ଗ ମଧ୍ୟ ଆପଣଙ୍କ ଥଣ୍ଡା, କାଶ ଓ କଫକୁ ଭଲ କରିଥାଏ । ଏହି ଦୁଇ ସାମଗ୍ରୀକୁ ଭଲଭାବେ କୁଟିବା ପରେ ଏବେ ଆପଣଙ୍କୁ ଆବଶ୍ୟକ ହେବ ଡାଲଚିନି । ଏକ ଛୋଟ ଖଣ୍ଡ ଡାଲଚିନିକୁ ମଧ୍ୟ ସେଥିରେ ମିଶାଇ କୁଟି ଦିଅନ୍ତୁ ।

ଏହାକୁ ଛୋଟ ପିଲା ମଧ୍ୟ ଖାଇପାରିବେ ତେଣୁ ଏହି ତିନୋଟି ସାମଗ୍ରୀକୁ ଦରଛେଚା ରଖନ୍ତୁ ନାହିଁ, ଭଲ ଭାବେ କୁଟି ଦିଅନ୍ତୁ । ଏହାପରେ ଦୁଇ ଇଞ୍ଚ ଲମ୍ବର ଏକ ଅଦା ଖଣ୍ଡ ଆବଶ୍ୟକ ହେବ । ଏହାକୁ ଆପଣ ଏକ ଗ୍ରେଟର ସାହାଯ୍ୟରେ ଘୋରି କିମ୍ବା ଗ୍ରାଇଣ୍ଡିଂ କରନ୍ତୁ ଓ ଏକ ସଫା କପଡା କିମ୍ବା ଛାଣି ସାହାଯ୍ୟରେ ଆପଣ ଏହାର ରସ ବାହାର କରିପାରିବେ । ଅଦା ରସ ଆପଣଙ୍କ କଫ, କାଶ ଓ ଥଣ୍ଡା ପାଇଁ ରାମବାଣ ଭଳି କାମ କରିଥାଏ ।

ଅଦାରସରେ କେବଳ ମହୁ ମିଶାଇ ଯଦି ସେବନ କରିବେ ତେବେ ଆପଣଙ୍କୁ ଅନ୍ୟ କୌଣସି ମେଡ଼ିସିନର ଆବଶ୍ୟକ ପଡିବ ନାହିଁ । ବଳିଥିବା ଅଦା ଖଦଡାକୁ ଆପଣ ଚାହାରେ ପକାଇ ବ୍ୟବହାର କରିପାରିବେ । ଏହି ଅଦା ରସରେ ଗୁଣ୍ଡ କରି ରଖିଥିବା ଗୋଲମରିଚ, ଲବଙ୍ଗ ଓ ଡାଲଚିନି ଗୁଣ୍ଡକୁ ପକେଇ ଦିଅନ୍ତୁ । ଏବେ ଏଥିରେ ଚାହା ଚାମୁଚର ଏକ ଚତୁର୍ଥାଂଶ ହଳଦୀ ଗୁଣ୍ଡ ପକାନ୍ତୁ । ହଳଦୀରେ ଥିବା ଔଷଧୀୟ ତତ୍ତ୍ଵ ଆପଣଙ୍କ ଗଳାରେ ବସିଥିବା କଫ ବାଢିବା ପାଇଁ ଜବରଦସ୍ତ କାମ କରିଥାଏ ।

ଏବେ ଆପଣ ଏଥିରେ ଚାରି ଚାମୁଚ ଶୁଦ୍ଧ ମହୁ ମିଶାନ୍ତୁ । ଏହି ମିଶ୍ରଣ ବହୁତ ରାଗ ଲାଗିଥାଏ ତେଣୁ ଟିକେ ଅଧିକ ମହୁର ଆବଶ୍ୟକ ହୋଇଥାଏ । ଆପଣ ଚାହିଁଲେ ମହୁର ପରିମାଣ କମ୍ କରିପାରିବେ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଘର ତିଆରି କଫ୍ ସିରପ୍ ।

ଏହାକୁ ଆହୁରି ଅଧିକ ପ୍ରଭାବୀ କରିବା ପାଇଁ ଏଥିରେ ଆପଣ ଜାଇଫଳକୁ ଘୋରି କେବଳ ଚିମୁଟାଏ ଏଥିରେ ପକେଇ ପାରିବେ । ଶରୀର ପାଇଁ ଗରମ ହୋଇଥିବାରୁ ଅଧିକ ମାତ୍ରରେ ବ୍ୟବହାର କଲେ ଏହା ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ । ଏହି ଉପଚାରକୁ ଯେତେବେଳେ ସେବନ କରିବେ ସେତେବେଳେ ହିଁ ବନାନ୍ତୁ । 17ରୁ 18 ବର୍ଷ ଏବଂ ଊର୍ଦ୍ଧ୍ଵ ବୟସର ଲୋକମାନେ ଦିନକୁ ତିନିଥର ଏକ ଚାମୁଚ ଲେଖାଏଁ ଏହାର ସେବନ କରନ୍ତୁ ।

କିନ୍ତୁ ଚାରି ବର୍ଷରୁ ଉର୍ଦ୍ଧ୍ଵ ପିଲାଙ୍କୁ କେବଳ ଅଧାଚାମୁଚ ଲେଖାଏଁ ଦିଅନ୍ତୁ । ଏହାଠୁ ଆହୁରି ଛୋଟ ପିଲାଙ୍କୁ କେବଳ ଅଳ୍ପ ଟିକେ ଏଥିରୁ ଚଟେଇ ଦିଅନ୍ତୁ । କିନ୍ତୁ ଏକ ବର୍ଷରୁ କମ୍ ଶିଶୁଙ୍କୁ ଏହା ଦିଅନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।