ଖରାପ ଭାଷାରେ ଗାଳିଗୁଲଜ କଲେ କଣ ହୁଏ ? ଏହାସହ ଜାଣନ୍ତୁ ଆହୁରି 20+ ଶାସ୍ତ୍ର ଲିଖିତ ଅନୁଚିନ୍ତା

କିଛି ନୀତିନିୟମ ରହିଛି ଯାହା ପାଳନ କରିବା ଦ୍ଵାରା ଆମେ ସୁଖୀ ଜୀବନ ଅତିବାହିତ କରିଥାଉ । ଆସନ୍ତୁ ଜାଣିବା ସାତରରେ କୁହା ଯାଇଥିବା ଏଭଳି କିଛି ନୀତିନିୟମ ବିଷୟରେ । ସକାଳୁ ଝାଡା ଯିବା ବେଳେ କିମ୍ବା ଝାଡା ବସିବା ବେଳେ ଦାନ୍ତ ଘଷନ୍ତୁ ନାହିଁ, ଏହା ଅମଙ୍ଗଳକାରୀ ହୋଇଥାଏ । ଖାଦ୍ୟ ଖାଇବା ବେଳେ 32 ଥର ଚୋବାଇ ଖାଇଲେ ଭଲ ହଜମ ହୁଏ ଏବଂ ଏହା ଶରୀର ପାଇଁ ହିତକର ହୋଇଥାଏ ।

ଅଣ୍ଟା ଦରଜ ହେଉଥିଲେ ଶୁଣ୍ଠି ଓ ଅଶ୍ଵଗନ୍ଧା ଚୂର୍ଣ୍ଣକୁ ମିଶାଇ ଦୁଇ ଚାମୁଚ ସକାଳେ ଓ ସନ୍ଧ୍ୟାବେଳେ ଉଷୁମ ପାଣିରେ ଖାଇଲେ ତାହା ଦୂର ହୁଏ । ଆଣ୍ଠୁଗଣ୍ଠି ବିନ୍ଧା ହେଉଥିଲେ ମେଥି ଗୁଣ୍ଡ ଏକ ଚାମୁଚ ସକାଳୁ ଉଷୁମ ପାଣିରେ ଖାଇଲେ ତାହା ଦୂର ହୁଏ । ଦାନ୍ତବିନ୍ଧା ହେଉଥିଲେ ଜୁଆଣୀ ପାଣିକୁ ଦିନକୁ ତିନିଥର କୁଳକୁଳି କଲେ ତାହା ଦୂର ହୋଇଥାଏ । ଖରାପ ଶବ୍ଦ ବ୍ୟବହାର କରି ଅନ୍ୟକୁ ଗାଳିଗୁଲଜ କଲେ ଧନ କ୍ଷୟ ହେବାସହ ଦରିଦ୍ରତା ଆସେ ।

ଅପଶବ୍ଦ ବ୍ୟବହାର କରି କାହାକୁ ଥଟ୍ଟା କରନ୍ତୁ ନାହିଁ, ଏହାଦ୍ବାରା ସନ୍ତାନସନ୍ତତି ବୁଦ୍ଧିହୀନ ହୋଇଥାଏ । ଦୈନନ୍ଦିନ ଜୀବନରେ ଅସୁବିଧା ଓ ଅସନ୍ତୁଳନ ଦେଖା ଦେଲେ ସକାଳୁ ସୂର୍ଯ୍ୟଙ୍କୁ ଜଳଦାନ କରନ୍ତୁ ଏବଂ ଓସ୍ତଗଛକୁ ପୂଜାର୍ଚ୍ଚନା କରିବା ଦ୍ଵାରା ମଙ୍ଗଳ ହୋଇଥାଏ । ଜାତକରେ ଯଦି ବୃହସ୍ପତି ନୀଚରେ ଥାଏ ତେବେ ମୁଣ୍ଡରେ ଚନ୍ଦନ ଟିକା ଲଗାନ୍ତୁ ଏବଂ ସକାଳୁ ମନ୍ଦିରକୁ ଯାଇ ଠାକୁର ଦର୍ଶନ କରନ୍ତୁ ।

ପାଣି ନଷ୍ଟ କରିବା ହେଉଛି ଦରିଦ୍ରତାର ଲକ୍ଷଣ, ତେଣୁ ଗାଧୋଇବା ବେଳେ ବେଶୀ ଜଳ ନଷ୍ଟ କରନ୍ତୁ ନାହିଁ । ଜାତକରେ ରବି ନୀଚ ଥିଲେ ପିତାମାତାଙ୍କ ସହିତ ଝଗଡା ହୁଏ ଏବଂ ଆଖିରୋଗ ଦେଖାଦିଏ, ତେଣୁ ସକାଳୁ ସୂର୍ଯ୍ୟ ଦର୍ଶନ କରନ୍ତୁ । ଜାତକରେ ମଙ୍ଗଳ ନୀଚ ଥିଲେ ଭାତୃ ବିବାଦ ଦେଖାଦିଏ ଏବଂ ରକ୍ତଚାପ ରୋଗ ଦେଖାଦିଏ, ତେଣୁ ମନ୍ଦିରରେ ଯାଇ ନଡିଆ ମୁଣ୍ଡ ଚାରିପଟେ ବୁଲାଇ ବାଡାନ୍ତୁ ।

ନଡିଆ ତେଲରେ ଅଁଳା ଗୁଣ୍ଡକୁ ଭଲଭାବେ ଫୁଟାଇ ଚୁଟିରେ ଲଗାଇଲେ ଚୁଟି କଳା ହୋଇଥାଏ । ଭୃସଙ୍ଗ ପତ୍ର ଓ ପିଆଜକୁ ବାଟି ଚୁଟିରେ ଲଗାଇଲେ ଚୁଟି ଝଡିବା ବନ୍ଦ ହେବାସହ ଘନତ୍ଵ ବଢିଥାଏ । ବେସନରେ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇଲେ ମୁଖ ବ୍ରଣ ଦୂର ହୋଇଥାଏ ଏବଂ ମୁହଁରେ ଚମକ ଆସିଥାଏ ।

ମହୁରେ ଲେମ୍ବୁ ରସ ମିଶାଇ ମୁହଁରେ ମାରିଲେ ମୁହଁର କଲାଦାଗ ଦୂର ହୋଇଥାଏ । ସକାଳୁ 30 ମିନିଟ ଖରାରେ ସମୟ ବିତାଇବା ଉଚିତ, ଏହାଦ୍ବାରା ଶରୀର ପୀଡା ଦୂର ହୁଏ ଓ ଭିଟାମିନ-D ମିଳେ । ମୁହଁର କଳାଜାଇ ଦୂର କରିବା ପାଇଁ ହେଲେ ଧନିଆ ପତ୍ରକୁ ବାଟି କିଛିଦିନ ଲଗାଇଲେ ତାହା ଦୂର ହୁଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।