ସାହାର୍ଯ୍ୟ ପାଇଁ ଆଗକୁ ଆସିଲେ ସାଉଥର ବଡ ବଡ ଷ୍ଟାର, ରଜନୀକାନ୍ତ, ସୂର୍ୟା ଦେଲେ ଏତେ ଲକ୍ଷ ଟଙ୍କା

କରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ପିଏମ ନରେନ୍ଦ୍ର ମୋଦୀ ୨୫ ମାର୍ଚ୍ଚରୁ ପୁରା ଦେଶକୁ ଲକଡାଉନର ଆଦେଶ ଦେଇଛନ୍ତି । ଦେଶକୁ ଲକଡାଉନ କରିବା ଦ୍ଵାରା ଫିଲ୍ମ ଓ ଟିଭି ଶୋ ଗୁଡିକର ଶୁଟିଙ୍ଗ ବି ବନ୍ଦ କରି ଦିଆଯାଇଛି । ଏମିତିରେ ଏହି ଇଣ୍ଡଷ୍ଟ୍ରି ସହ ଜଡିତ କେତେକ ଲୋକମାନଙ୍କୁ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଏଥିପାଇଁ କେତେକ ଷ୍ଟାର ନିଜ ଲେବୁଲରେ ସେହି ଲୋକମାନଙ୍କ ସାହାର୍ଯ୍ୟ କରୁଛନ୍ତି । ସାହାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ଲିସ୍ଟରେ ବର୍ତ୍ତମାନ ସୁପରଷ୍ଟାର ରଜନୀକାନ୍ତଙ୍କ ନାମ ବି ସାମିଲ ହୋଇଛି ।

ଫିଲ୍ମ ସହିତ ସାଧାରଣ ମୁଦ୍ଦା ଓ ସମସ୍ୟା ଉପରେ ସବୁବେଳେ ଖୋଲିକରି କଥା ହେଉଥିବା କିମ୍ବା ସାମ୍ନାକୁ ଆସୁଥିବା ରଜନୀକାନ୍ତ ପୁଣି ଥରେ ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ସାମ୍ନାକୁ ଆସିଛନ୍ତି । ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦିନ ମଜୁରିଆ କାମ କରୁଥିବା ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ସୁପରଷ୍ଟାର ରଜନୀକାନ୍ତ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।

କହିବାକୁ ଗଲେ ବର୍ତ୍ତମାନ ହିଁ ଫିଲ୍ମ ଇମ୍ପ୍ଲାଇଜ ଫେଡରେଶନ ଅଫ ସାଉଥ ଇଣ୍ଡିଆ (ଏଫଈଏଫଏସଆଈ)ର ଅଧ୍ୟକ୍ଷ ଆରକେ ସେଲ୍ୱମନୀ ଏକ ପ୍ରେସ ରିଲିଜ ମାଧ୍ୟମରେ ଅପିଲ କରିଥିଲେ । ଏହି ଅପିଲରେ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ସଦସ୍ୟଙ୍କୁ ଆର୍ଥିକ ସାହାର୍ଯ୍ୟ ଦେବା ପାଇଁ ସେ ଅନୁରୋଧ କହିଥିଲେ, ଯେଉଁମାନେ ଏହି ଇଣ୍ଡଷ୍ଟ୍ରିରେ ଦିନ ମଜୁରିଆ ହିସାବରେ କାମ କରନ୍ତି ଓ ଯେଉଁମାନଙ୍କ ଆୟର ସମସ୍ତ ସାଧନ ବର୍ତ୍ତମାନ କରୋନା ଭାଇରସ କାରଣରୁ ଓ ଦେଶରେ ଲକ ଲକଡାଉନ କାରଣରୁ ବନ୍ଦ ହୋଇ ଯାଇଛି ।

ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁସାରେ ଏହି ପ୍ରେସ ରିଲିଜ ହେବାର କିଛି ସମୟ ମଧ୍ୟରେ ହିଁ ସୂର୍ୟା, କାର୍ତ୍ତିକ ଓ ତାଙ୍କର ପିତା ଶିବକୁମାର ଦଶ ଲକ୍ଷ ଟଙ୍କା ଦାନ କରିଛନ୍ତି । ଅନ୍ୟ ପଟେ ଅଭିନେତା ଶିବାକାର୍ତିକେୟନ ବି ୧୦ ଲକ୍ଷ ଟଙ୍କା ଦେଇଛନ୍ତି । ଏହା ସହିତ ବର୍ତ୍ତମାନ ସୁପରଷ୍ଟାର ରଜନୀକାନ୍ତ ୫୦ ଲକ୍ଷ ଓ ବିଜୟ ସେତୁପତି ଦଶ ଲକ୍ଷ ଟଙ୍କା ଏଫଈଏଫଏସଆଈର ସଦସ୍ୟଙ୍କୁ ଦାନ ଦେଇଛନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଅଭିନେତା ପାର୍ଥିପନ ଓ ପ୍ରକାଶ ରାଜ ବି ୨୫ କିଲୋ ଚାଉଳର କିଛି ବସ୍ତା ଏହି ବ୍ୟକ୍ତିମାନଙ୍କ ପାଇଁ ଉପଲବ୍ଧ କରାଇଛନ୍ତି ।