କ୍ୟାବିନେଟର ବଡ ନିଷ୍ପତ୍ତି : ୮୦ କୋଟି ଲୋକଙ୍କୁ ଏବେ ମିଳିବ ୨ ଟଙ୍କାରେ ଗହମ ଓ ୩ ଟଙ୍କାରେ ଚାଉଳ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ କ୍ୟାବିନେଟ ଶସ୍ତାରେ ଖାଦ୍ୟ ଶସ୍ୟ ଯୋଗାଇ ଦେବାର ଘୋଷଣା କରିଛନ୍ତି । କ୍ୟାବିନେଟ ବୈଠକ ପରେ କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାବେଡକର ପ୍ରେସ କଂଫରେନ୍ସ ରେ କହିଛନ୍ତି କି ସରକାର ୮୦ କୋଟି ଲୋକଙ୍କୁ ୨୭ ଟଙ୍କା ପ୍ରତି କିଲୋର ଗହମକୁ ମାତ୍ର ୨ ଟଙ୍କାରେ, ୩୭ ଟଙ୍କା ପ୍ରତି କିଲୋ ବାଲା ଚାଉଳ ମାତ୍ର ୩ ଟଙ୍କା ପ୍ରତି କିଲୋରେ ଦେବାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରିୟ ମନ୍ତ୍ରୀ କହିଲେ ‘ସରକାର ରାଜ୍ୟ ସରକାରଙ୍କୁ ୩ ମାସର ଆଡଭାନ୍ସ ରାସନ କିଣିବାକୁ କହିଛନ୍ତି ।’

ପ୍ରକାଶ ଜାବେଦକର କହିଲେ କି ସରକାର ପିଡ଼ିଏସ ଜରିଆରେ ଦେଶର ୮୦ କୋଟି ଲୋକଙ୍କୁ ସାହାର୍ଯ୍ୟ କରିବ । କୌଣସି ଆବଶ୍ୟକୀୟ ସାମଗ୍ରୀର ଅଭାବ ହେବାକୁ ଦିଆଯିବ ନାହିଁ । ରାଜ୍ୟ ସରକାର ବି ଲୋକମାନଙ୍କ ସାହାର୍ଯ୍ୟ କରୁଛନ୍ତି । ଜୀବନ ବଞ୍ଚାଇବା ପାଇଁ ଲକଡାଉନ ର ଆବଶ୍ୟକତା ରହିଛି, ତେଣୁ ତିନି ମାସର ସାମଗ୍ରୀ ଯୋଗାଇ ଦିଆଯିବ । ଲୋକଙ୍କର ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ ରହିବ ।

ଏହା ପୂର୍ବରୁ, ଉପଭୋକ୍ତା ମାମଲାର ମନ୍ତ୍ରୀ (Minister for Consumer Affairs, Food and Public Distribution) ରାମବିଳାସ ପାଶବାନ ଆଜି କହିଛନ୍ତି କି ୭୫ କୋଟି ଉପଭୋକ୍ତା Public Distribution System ଜରିଆରେ ଗୋଟିଏ ଥରରେ ୬ ମାସର ରାସନ ନେଇ ପାରିବେ । ସରକାର ଏହି ନିଷ୍ପତ୍ତି କରୋନା ଭାଇରସର ସଂକ୍ରମଣକୁ ଆଖିରେ ରଖି ନେଇଛନ୍ତି । ସରକାରଙ୍କ ପାଖରେ ୪୩୫ ଲକ୍ଷ ଟନ ରାସନ ଅଛି ଯେଉଁଥିରୁ ୨୭୨.୧୯ ଲକ୍ଷ ଟନ ଚାଉଳ, ୧୬୨.୭୯ ଲକ୍ଷ ଟନ ଗହମ ଅଟେ ।