ଏବେ ସାହାର୍ଯ୍ୟ ନାଁରେ ଟଙ୍କା କମାଉଛି ଚୀନ, ସ୍ପେନକୁ ବିକିଲା ଏତେ କୋଟି ଟଙ୍କାର ମେଡିକାଲ ଉପକରଣ

ପୁରା ଦୁନିଆ ବର୍ତ୍ତମାନ ସମୟରେ କରୋନା ଭାଇରସ ସହ ଯୁଦ୍ଧ କରୁଛି । କିଛି ଦେଶ ତ ବର୍ବାଦୀର ସୀମାରେ ପହଞ୍ଚିଛନ୍ତି । ଏଥିରେ ଆମେରିକା, ଇଟାଲୀ, ସ୍ପେନ, ଜର୍ମାନୀ, ଫ୍ରାନ୍ସ, ଇରାନର ଅବସ୍ଥା ଅଧିକ ଖରାପ ଅଟେ । ଆମେରିକାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧,୩୫,୫୧୦ ଓ ଇଟାଲିରେ ୯୭,୬୮୯ ଜଣ ଲୋକ ସଂକ୍ରମିତ ହୋଇ ସାରିଛନ୍ତି । ଅନ୍ୟ ପଟେ ସ୍ପେନରେ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢି ୭୮,୭୯୯ ହୋଇ ଯାଇଛି ।

ଏହା ମଧ୍ୟରେ କରୋନା ଭାଇରସର ଜନ୍ମଦାତା ଚୀନ ଦେଶରେ ସ୍ଥିତିରେ ନିୟନ୍ତ୍ରଣ ଆସି ଯାଇଛି । ହୁବେଈ ଛଡା ବୁହାନ ସହରରେ ବି ସମସ୍ତ କଟକାଣା ହଟାଇ ଦିଆ ଯାଇଛି । ଏମିତିରେ ସମସ୍ତଙ୍କ ନଜର ଚୀନରେ ଅଟକିଛି । ସମସ୍ତେ ଜାଣିଛନ୍ତି କି ସେ କେଉଁଭଳି ଭାବରେ ସ୍ଥିତିକୁ କାବୁ କରିଛି । ଏହା ସହିତ ଚୀନ କେମିତି ସାହାର୍ଯ୍ୟ କରି ପାରିବ । ଏହାର ଲାଭ ଉଠାଇ ବର୍ତ୍ତମାନ ଚୀନ କରୋନା ଭାଇରସକୁ କାବୁ କରିବା ନାଁରେ କାରୋବାର ଆରମ୍ଭ କରି ଦେଇଛି ।

ଚୀନ ଦ୍ଵାରା ବିକ୍ରି କରାଯାଇଥିବା କେତେକ ଉପକରଣ ବହୁତ ଖରାପ ବାହାରିଛି

ଚୀନ ସାହାର୍ଯ୍ୟ ନାମରେ ସ୍ପେନ ସହିତ ମେଡିକାଲ ଉପକରଣ ଗୁଡିକର ଏକ ବଡ ଡିଲ କରି ଆୟର ଆରମ୍ଭ କରିଛି । ଚୀନ ସ୍ପେନକୁ ୩୪୫୬ କୋଟି ଟଙ୍କାର ମେଡିକାଲ ଉପକରଣ ବିକ୍ରି କରିଛି । କିନ୍ତୁ ଏଥିରେ ପ୍ରାୟତଃ ଜିନିଷ ଖରାପ ଅଟେ । ବିଦେଶ ମାମଲାରେ ବିଶେଷଜ୍ଞ ଗାର୍ଡନ ଚାଂଗଙ୍କ କହିବା ଅଟେ କି, ଚୀନ ନିଜର ଟଙ୍କା, ମେଡିକାଲ ଉପକରଣ, ଡାକ୍ତର ଓ ମେଡିକାଲ ସ୍ଟାଫର ବ୍ୟବହାର କେବଳ ଦୁନିଆକୁ ଦେଖାଇବା ପାଇଁ କରୁଛି ।

ଯେଉଁ ସମୟରେ ଆମେରିକା କରୋନା ଭାଇରସକୁ ନିଜ ସୀମାରେ ରୋକିବାରେ ଅସଫଳ ହୋଇଗଲା, ସେହି ସମୟରେ ହିଁ ଚୀନ ଆମେରିକାର ନିକଟବର୍ତ୍ତୀ ଦେଶ ଗୁଡିକୁ ସାହାର୍ଯ୍ୟ କରୁଛି । ଏହି ସମୟରେ ସ୍ପେନ, ଇଟାଲୀ, ଫ୍ରାନ୍ସ ଓ ଜାପାନ ଭଳି ଆମେରିକାର ନିକଟବର୍ତ୍ତୀ ଦେଶ ସାହାର୍ଯ୍ୟ ପାଇଁ ଚୀନ ପାଖକୁ ଆସୁଛନ୍ତି ।

ବିନା ଲାଇସେନ୍ସରେ ଚିନୀ କମ୍ପାନୀ ଦ୍ଵାରା ପ୍ରସ୍ତୁତ ଉପକରଣ ସ୍ପେନକୁ ବିକ୍ରି କରିଲା ଚୀନ

ସ୍ପେନର ସ୍ୱାସ୍ଥ୍ୟ ମନ୍ତ୍ରୀ ସୈଲ୍‍ୱାଡୋର ଇଲା ବୁଧବାରକୁ ଘୋଷଣା କରିଲେ କି ତାଙ୍କ ଦେଶ ୩୪୫୬ କୋଟି ଟଙ୍କା ଦେଇ ଚୀନ ଠାରୁ ୯୫୦ ଟି ୱେଂଟିଲେଟର, ୫୫ ଲକ୍ଷ ଟଙ୍କା ଟେଷ୍ଟିଙ୍ଗ ଉପକରଣ, ୧.୧ କୋଟି ଗ୍ଲୋବ୍ସ ଓ ୫୦ କୋଟିରୁ ବି ଅଧିକ ମାସ୍କ କ୍ରୟ କରିନେଇଛି । କିନ୍ତୁ ଏକ ରିପୋର୍ଟ ଅନୁସାରେ ମେଡିକାଲ ଉପକରଣ ପହଞ୍ଚିବା ପରେ ସ୍ପେନ ନିମ୍ନ ମାନର ଉପକରଣ ହେବା କାରଣରୁ ୯୦୦୦ କରୋନା ଟେସ୍ଟ କୀଟ ଚୀନକୁ ପୁଣିଥରେ ଫେରାଇ ଦେଇଛି ।

ଏହା ପରେ ଚୀନ ଏହା ବି ସ୍ଵୀକାର କରିଛି କି ସେ ସେପ୍ନକୁ ବିକ୍ରି କରିଥିବା ଟେସ୍ଟ କୀଟ ଚୀନ କମ୍ପାନୀ ବାୟୋଇଜୀ (Bioeasy) ଠାରୁ କ୍ରୟ କରିଥିଲା । ଏହି ଚୀନ କମ୍ପାନୀକୁ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଟେସ୍ଟ ଉପକରଣ କରିବା ପାଇଁ ଲାଇସେଂସ ପର୍ଯ୍ୟନ୍ତ ଜାରି କରା ଯାଇ ନାହିଁ । ସେଥିପାଇଁ ଏହିଭଳି ଉପକରଣ ଉପରେ ଟଙ୍କା ଓ ସମୟ ବର୍ବଦା କରିବା ସ୍ପେନ ପାଇଁ ଭୟଙ୍କର ପ୍ରମାଣିତ ହୋଇପାରେ ।