ଜର୍ମାନୀର ହେସେ ରାଜ୍ୟର ଅର୍ଥମନ୍ତ୍ରୀ ଏହି କାରଣରୁ କଲେ ଆତ୍ମହତ୍ୟା, କରୋନା ପାଇଁ ଅର୍ଥବ୍ୟବସ୍ଥା…

ଦୁନିଆରେ କରୋନା ଭାଇରସ୍ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଏହା ପରେ ମଧ୍ୟ ମୃତ୍ୟୁର ସିଲସିଲା ଜାରି ରହିଛି । କରୋନା ମହାମାରୀ (Covid 19) ହେତୁ ସମସ୍ତ ଦେଶ ଚିନ୍ତିତ ଅଛନ୍ତି | ଏହା ମଧ୍ୟରେ କରୋନା ଭାଇରସ ସଂକ୍ରମଣ ଯୋଗୁଁ ହୋଇଥିବା ଆର୍ଥିକ କ୍ଷୟକ୍ଷତିର ପୁନଃରୁଦ୍ଧାର ପାଇଁ ଅତ୍ୟନ୍ତ ଚିନ୍ତିତ ଥିବା ଜର୍ମାନୀର ହେସେ ରାଜ୍ୟର ଅର୍ଥମନ୍ତ୍ରୀ ଥୋମାସ ଶାଏଫର୍ ଆତ୍ମହତ୍ୟା କରି ନେଇଛନ୍ତି ।

ରେଲୱେ ଟ୍ରାକରେ ମିଳିଥିଲା ମୃତଦେହ

ଶନିବାର ଦିନ ରେଳ ଟ୍ରାକରେ 54 ବର୍ଷିୟ ଶାଏଫର୍ ଙ୍କ ମୃତଦେହ ମିଳିଛି । ଭାଇସବ୍ୟାଡେନ ଓକିଲ କାର୍ଯ୍ୟାଳୟ ମନ୍ତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ହେସେ ମୁଖ୍ୟମନ୍ତ୍ରୀ ୱାଲ୍କର ବଫିୟର ଏକ ବୟାନ ରେ କହିଛନ୍ତି କି ଆମେ ଆଶ୍ଚର୍ଯ୍ୟ ହୋଇଯାଇଛୁ। ଆମେ ଏହାକୁ ବିଶ୍ଵାସ କରିପାରୁ ନାହୁଁ ଏବଂ ଆମେ ଏଥିପାଇଁ ବହୁତ ଦୁଃଖିତ ଅଛୁ ।

ଶାଏଫର୍ କରୁଥିଲେ ସାହାଯ୍ୟ

ହେସେରେ ଜର୍ମାନୀର ଆର୍ଥିକ ରାଜଧାନୀ ହେଉଛି ଫ୍ରାଙ୍କଫର୍ଟ୍ ଯେଉଁଠାରେ ଡ୍ୟୁଶ ବ୍ୟାଙ୍କ ଓ କମର୍ଜବ୍ୟାଙ୍କର ମୁଖ୍ୟାଳୟ ଅଛି | ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ ମଧ୍ୟ ଫ୍ରାଙ୍କଫର୍ଟରେ ଅଛି | ରାଜ୍ୟ ଅର୍ଥମନ୍ତ୍ରୀଙ୍କ ମୃତ୍ୟୁ ଖବରକୁ ନେଇ ଅତ୍ୟନ୍ତ ଦୁଃଖିତ ବଫିୟର୍ କହିଛନ୍ତି କି ମହାମାରୀ କାରଣରୁ ସୃଷ୍ଟି ଆର୍ଥିକ ସଙ୍କଟରୁ କମ୍ପାନୀ ଓ ଶ୍ରମିକମାନଙ୍କୁ ମୁକ୍ତି ଦେବା ପାଇଁ ଶେଫର୍ ଦିନରାତି କାମ କରୁଥିଲେ।

ଏଞ୍ଜେଲା ମାର୍କେଲ କଲେ ଦୁଃଖ ପ୍ରକାଶ

ଚାନ୍ସଲର ଏଞ୍ଜେଲା ମାର୍କେଲଙ୍କ ଘନିଷ୍ଠ ସହଯୋଗୀ ବଫିୟର୍ କହିଛନ୍ତି କି ‘ଆଜି ଆମେ ମାନୁଛୁ କି ସେ ବହୁତ ଚିନ୍ତିତ ଥିଲେ । ବିଶେଷ କରି ଏହି କଠିନ ସମୟରେ ଆମକୁ ତାଙ୍କ ପରି ଜଣେ ବ୍ୟକ୍ତିଙ୍କର ଆବଶ୍ୟକତା ଥିଲା | ଶାଏଫର୍ ଙ୍କ ପରିବାରରେ ତାଙ୍କ ପତ୍ନୀ ଓ ଦୁଇଟି ସନ୍ତାନ ବି ଅଛନ୍ତି |