ସୁଧୁରି ନାହିଁ ଚୀନ, ପୁଣି ଖୋଲିଦେଲା ମୀଟ ବଜାର, ବିକ୍ରି ହେଉଛି ବାଦୁଡି, କୁକୁର ଓ ବିଲେଇ ମାଂସ

ଚୀନ୍‌ର ବୂହାନ ସହରର ଚାଇନାର ମାଂସ ବଜାରରୁ ବ୍ୟାପିଥିବା କରୋନା ଭାଇରସ୍ ଦ୍ଵାରା ୩୨ ହଜାରରୁ ଅଧିକ ମୃତ୍ୟୁ ଘଟିଛି। ଆମେରିକା ଭଳି ବଡ ବଡ ବିକଶିତ ଦେଶ ମଧ୍ୟ ଏହା ସହ ସଂଘର୍ଷ କରୁଛନ୍ତି । କିନ୍ତୁ ଚୀନ୍ ଏବେ ବି ସୁଧୁରି ନାହିଁ। ଏହି ମାରାତ୍ମକ ସଂକ୍ରମଣ (କୋଭିଡ 19)ର ପରିସ୍ଥିତି ଚାଇନାରେ ସ୍ୱାଭାବିକ ହେବା ମାତ୍ରେ ଚୀନ ମାଂସ ବଜାର ଖୋଲିବା ଆରମ୍ଭ କରି ଦେଇଛି | ସେଥିମଧ୍ୟରୁ ବାଦୁଡି, କୁକୁର, ବିଲେଇ, ଠେକୁଆ ପରି ପଶୁମାନଙ୍କୁ କାଟି ଖାଇବା ପାଇଁ ବିକ୍ରି କରାଯାଉଛି। ଏମିତିରେ ଦୁନିଆ ପାଇଁ ଏହି ସଙ୍କଟ ଆହୁରି ବିଷମ ପରିସ୍ଥିତି ସୃଷ୍ଟି କରିପାରେ । କହି ଦେଉଛୁ କି ମଣିଷ ମଧ୍ୟରେ ଏହି ମାରାତ୍ମକ ଭାଇରସ ବାଦୁଡି ମାଂସ ସେବନରୁ ବ୍ୟାପିଥିବାର କଥା ସାମ୍ନାକୁ ଆସିଛି ।

ବିକ୍ରି ହେବାକୁ ଲାଗିଛି ମାଂସ

ଡେଲିମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଶନିବାର ଦିନ ଚାଇନାରେ ମାଂସ ବଜାର ଖୋଲିବାର ଚିତ୍ର ସାମ୍ନାକୁ ଆସିଛି । ଖବର ଅନୁଯାୟୀ କରୋନା ଭାଇରସ ସଂକ୍ରମଣକୁ ଅଙ୍କୁଶ ଲଗାଇବା ଉପରେ ଚାଇନାରେ ଏକ ଉତ୍ସବର ପରିବେଶ ଦେଖିବାକୁ ମିଳୁଛି। ଡେଲି ମେଲ ଏକ ରିପୋର୍ଟରେ ନିଶ୍ଚିତ କରିଛି କି ଚାଇନାର ବିଭିନ୍ନ ଅଞ୍ଚଳରେ ମାଂସ ବଜାର ଖୋଲା ଯାଉଛି। ବାଦୁଡି, କୁକୁର, ବିଲେଇ ପରି ପଶୁମାନଙ୍କୁ ପୁଣି ହତ୍ୟା କରାଯାଇ ବିକ୍ରି କରାଯାଉଛି।

ହଜାର ହଜାର ଲୋକ କିଣୁଛନ୍ତି

ରିପୋର୍ଟ ଅନୁସାରେ ଦକ୍ଷିଣ-ପଶ୍ଚିମ ଚାଇନାର ଗୁଇଲିନ୍ ସହରର ମାଂସ ବଜାରରେ ହଜାର ହଜାର ଲୋକ ମାଂସ କିଣିବା ପାଇଁ ପହଞ୍ଚିଛନ୍ତି । ଏଠାରେ ବିଭିନ୍ନ ପ୍ରାଣୀମାନଙ୍କୁ ଏକ ପିଞ୍ଜରାରେ ବନ୍ଦ କରି ରଖାଯାଇଥିବାର ଦେଖା ଯାଇଛି | ଶନିବାର ଦିନ କୁକୁର ଓ ବିଲେଇମାନଙ୍କର ମଧ୍ୟ ମାଂସ ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା।

ବାଦୁଡିରୁ ତିଆରି ହୋଇଥିବା ମେଡିସିନ ବି ହେଉଛି ବିକ୍ରି

ଏହା ବ୍ୟତୀତ ଦକ୍ଷିଣ ଚୀନ୍‌ର ଡୋଙ୍ଗଗୁଆନ୍‌ରେ ମାଂସ ବଜାର ମଧ୍ୟ ଖୋଲିଛି। ରିପୋର୍ଟ ଅନୁସାରେ ପାରମ୍ପାରିକ ଔଷଧ ଦୋକାନୀମାନେ ମଧ୍ୟ ଏଠାରେ ପୁନଃ ବୋର୍ଡ ଲଗାଇ ଦେଇଛନ୍ତି । କୁହାଯାଇଛି କି ବାଦୁଡି ବିଛା ଭଳି ପଶୁମାନଙ୍କଠାରୁ ତିଆରି ଔଷଧ ବିକ୍ରି ହେବାକୁ ଲାଗିଛି | ଯେତେବେଳେକି ଏହି ସବୁରୁ କରୋନା ଜୀବାଣୁ ସଂକ୍ରମଣ ହେବାର କଥା ସାମ୍ନାକୁ ଆସିଛି ।