Sahara Group ର ଫାଉଣ୍ଡର ସୁବ୍ରତ ରାୟ ଙ୍କ ଦେହାନ୍ତ ପରେ ଏବେ ଲୋକଙ୍କ ଟଙ୍କା ମିଳିବ କେମିତି ?

ନମସ୍କାର ବନ୍ଧୁଗଣ । ସାଇକେଲ ରୁ ଆରମ୍ଭ ହୋଇଥିଲା ସାହାରା ର ସଫର । 1948 10 ଜୁନ ରେ ବିହାର ଆରାରିଆ ରେ ସୁବ୍ରତ ରାୟ ଜନ୍ମଗ୍ରହଣ କରିଥିଲେ । ସେ ଉତ୍ତର ପ୍ରଦେଶର ଗୋରଖପୁର ରୁ ଆରମ୍ଭ କରିଥିଲେ ନିଜର ଚିଟ ଫଣ୍ଡ ସଂସ୍ଥା । ସାଇକେଲ ରେ ବୁଲି ବୁଲି ଲୋକ ଙ୍କ ଘରୁ ଟଙ୍କା ଆଦାୟ କରିବା ଓ ତାହାକୁ ନିବେଶ କରି ଡବଲ କରିବାର ସ୍ଵପ୍ନ ଲୋକ ଙ୍କୁ ଦେଖାଇ ଥିଲେ । ଆଉ ତାହା ସୁବ୍ରତ ପୂରଣ ମଧ୍ୟ କରିଥିଲେ ।

ଶ୍ରମିକ ଙ୍କ ଠାରୁ ମାତ୍ର 2 ଟଙ୍କା ଆଦାୟ କଉଥିବା କମ୍ପାନୀ ଦିନେ ଦେଶର ସବୁଠୁ ବଡ ଘରୋଇ କମ୍ପାନୀ ପାଲଟି ଯାଇଥିଲା । ରେଲୱେ ପରେ ସବୁଠୁ ଅଧିକ ନିଯୁକ୍ତି ସାହାରା ଦେଇଥିଲା । ଚିଟ ଫଣ୍ଡ ରୁ ବୀମା, କ୍ରିଡା, ଏୟାର ଲାଇନ୍ସ, ହୋଟେଲ, ବିୟୁଟି ପ୍ରଡ଼କ୍ଟ, ଗଣମାଧ୍ୟମ ସଂସ୍ଥା ଏମିତି କି ସବୁଥିରେ ସାହାରା ଦେଇଥିଲା ଅଫର । ସାହାରା କମ୍ପାନୀ ର କର୍ମଚାରୀ ମାନଙ୍କର ସ୍ବତନ୍ତ୍ର ୟୁନିଫର୍ମ ରହିଥିଲା ।

ଆଉ କର୍ମଚାରୀ ମାନେ ଶ୍ରୀ ସୁବ୍ରତ ରାୟ ଙ୍କୁ ସାହାରା ଶ୍ରୀ ଭାବେ ସମ୍ବୋଧନ କରୁଥିଲେ । ସୁବ୍ରତ ଙ୍କର ବଡ ବଡ ରାଜନେତା, ବଡ ବଡ ଫିଲ୍ମ ଷ୍ଟାର ମାନଙ୍କ ସହ ଥିଲା ଅତି ଘନିଷ୍ଠ ସମ୍ପର୍କ । 2012 ରୁ ସୁବ୍ରତ ରାୟ ଙ୍କର ଖରାପ ସମୟର ଆରମ୍ଭ ହୋଇଥିଲା । ବେଇଆଇନ ଅର୍ଥ କାରୋବାର, ଲୋକଙ୍କ ଠାରୁ ଟଙ୍କା ଠକିବା ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା CBI ।

ଏମିତିକି CBI ତଦନ୍ତ ପରେ ସେ 28ଟି ଟ୍ରକ ରେ ଭର୍ତ୍ତି ଥିବା ଡକୁମେଣ୍ଟ ସାମନାକୁ ଆଣି ଚର୍ଚ୍ଚା କୁ ଆସିଥିଲେ ସୁବ୍ରତ ରାୟ । ଆଇନ ଜାଲ ରେ ଛନ୍ଦି ହେବା ପରେ ସାହାରା କମ୍ପାନୀ ର ପ୍ରାୟ ସବୁ ବ୍ୟବସାୟ ବନ୍ଦ ହୋଇଛି । ସୁବ୍ରତ ରାୟ ଲୋକଙ୍କ ଠାରୁ ଟଙ୍କା ଠକିବା ଅଭିଯୋଗ ହେବା ପରେ ଗିରଫ ହୋଇ ତିହାର ଜେଲ ମଧ୍ୟ ଯାଇଛନ୍ତି ।

ସାହାରା ଚିଟ ଫଣ୍ଡ ପଇସା ଫେରି ପାଇବା ପାଇଁ କିଛି ଦିନ ତଳେ କେନ୍ଦ୍ର ସରକାର ଋଫଣ୍ଡ ୱେବ ସାଇଟ ର ଆରମ୍ଭ କରିଥିଲେ । କିନ୍ତୁ ଦୁଃଖ ର ବିଷୟ ଏବେ ସୁବ୍ରତ ରାୟ ଙ୍କର ଦେହାନ୍ତ ଘଟିଛି । ଆଉ ତାଙ୍କ ଦେହାନ୍ତ ପରେ ଏ ପ୍ରକ୍ରିୟା କିପରି ପରିଚାଳନା ହେବ ତାହାକୁ ନେଇ ଦ୍ଵନ୍ଦ ଦେଖା ଯାଇଛି । ତେବେ ଲୋକ ମାନେ ନିଜର ଟଙ୍କା କେମିତି ଫେରି ପାଇବେ ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଲାଣି । ସୁବ୍ରତ ରାୟ ଙ୍କ ମୃତ୍ୟୁ ପରେ ଏବେ ଏହି ପ୍ରକ୍ରିୟା କିପରି ସମ୍ଭବ ହୋଇ ପାରିବ ତାହାକୁ ନେଇ ଚିନ୍ତାରେ ସମସ୍ତେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।