ସାଢେ ୪ କୋଟି ଟଙ୍କା ଅଟେ ଏହି ପୁରୁଣା କାଠ ବେଞ୍ଚର ଦାମ, କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ

ୟୁକେ ର ବ୍ରିସ୍ଟଲ ଚ୍ୟାନେଲରେ ଏକ ଏମିତି ହିଁ ବେଞ୍ଚ ଅଛି, ଯାହା ଲୋକମାନଙ୍କର ଧ୍ୟାନକୁ ନିଜ ଆଡକୁ ଆକର୍ଷିତ କରୁଛି । କାଠର ଏହି ପୁରୁଣା ବେଞ୍ଚ ଏକ ଖାସ କାରଣ ଯୋଗୁ ଲୋକମାନଙ୍କ ମଧ୍ୟରେ ବହୁତ ଚର୍ଚାର ବିଷୟ ହୋଇଛି । କହିବାକୁ ଗଲେ ଏହି ବେଞ୍ଚକୁ ସେଲରେ ଲଗାଯାଇଛି । କିନ୍ତୁ ଏହାର ଦାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହି ବେଞ୍ଚର ନିଲାମି ଦାମ ର ଆରମ୍ଭ ୪ କୋଟି ୩୮ ଲକ୍ଷ ଟଙ୍କା ରଖା ଯାଇଛି ।

ବର୍ତ୍ତମାନ ଆପଣ ଚିନ୍ତା କରୁଥିବେ କି ଏହି ବେଞ୍ଚରେ ଏମିତି କଣ ଖାସ କଥା ଅଛି ? କହିବାକୁ ଗଲେ ଏହି ବେଞ୍ଚ ୟୁକେ ର ସବୁଠୁ ପ୍ରସିଦ୍ଧ ପିକନିକ ସ୍ପଟରେ ହୋଇଛି । ଏହି ବେଞ୍ଚ ଉପରେ ବସିବା ପରେ ଆପଣଙ୍କୁ ବ୍ରିସ୍ଟଲ ଚ୍ୟାନେଲଙ୍କର ସୁନେଲି ବାଲି ଓ ସମୁଦ୍ର ଦେଖାଯିବ । ସବୁଜ ପରିବେଶ ମଧ୍ୟରେ ଏହି ବେଞ୍ଚ ଉପରେ ବସିବା ପରେ ଦେଖାଯାଉଥିବା ଦୃଶ୍ୟ କାରଣରୁ ଏହାର ଦାମ ଏତେ ଅଧିକ ଅଟେ ।

ଏହି ବେଞ୍ଚର ନିଲାମି ୨ ଅକ୍ଟୋବରକୁ ବ୍ରିଟେନର ମ୍ୟାରିୟଟ ହୋଟେଲରେ ହେବ । ଏଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଲୋକମାନେ ଆପ୍ଲାଏ ବି କରିସାରିଛନ୍ତି । ଏହି ବେଞ୍ଚ ର ପାଖାପାଖି ଏକ କେବିନ ବି ଅଛି । ଯେଉଁଠି ଆପଣ ଛୁଟିରେ ଯାଇ ରହି ପାରିବେ । ଏଥିରେ ତିନୋଟି ବେଡରୁମ, ଗୋଟିଏ ରୋଷେଇ ଘର ଓ ବାଥରୁମ ଅଛି ।

ଏହି କେବିନ ପାଖରେ ଥିବା ଏହି ବେଞ୍ଚଟି ୫୯ ବର୍ଷ ପୁରୁଣା ଅଟେ । ଏହାର ନିର୍ମାଣ ୧୯୫୯ରେ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହାର ଦାମ ଲୋକମାନଙ୍କୁ ଚିନ୍ତାରେ ପକାଇ ଦେଇଛି ।