ସ୍ଵାମୀ ର ଚାଲିଥିଲା ବାହାରବାଲି ସହିତ ଚକ୍କର, ଟ୍ରାଫିକ ପୋଲିସ କାରଣରୁ ଖୋଲିଗଲା ପୋଲ

ଦେଶରେ ଟ୍ରାଫିକ ନିୟମକୁ ନେଇ କେତେକ ନୂଆ ନିୟମ ଲାଗୁ କରା ଯାଇଛି । ସେଥି ମଧ୍ୟରୁ ଗୋଟିଏ ନିୟମ ଏହା ଅଟେ କି ଯଦି କେହି ଟ୍ରାଫିକ ନିୟମକୁ ଭାଙ୍ଗୁଥିବାର ଧରା ପଡୁଛି ତେବେ ତାହାର ଗାଡି ନମ୍ବର ଆଧାରରେ ଚାଲାଣ ତାହାର ଘରେ ପହଞ୍ଚି ଯାଇଥାଏ । କିନ୍ତୁ ଏହି ନିୟମ କାରଣରୁ ଥାଇଲ୍ୟାଣ୍ଡରେ ରହୁଥିବା ଏକ ବ୍ୟକ୍ତିର ଏକ୍ସ୍ଟ୍ରା ମୈରିଟଲ ଅଫେୟର ତାହର ପତ୍ନୀ ସାମ୍ନାକୁ ଆସି ଗଲା ।

ସୋସିଆଲ ମିଡିଆରେ ଏହି ଖବର ବହୁତ ଭାଇରାଲ ହେଉଛି । ଥାଇଲ୍ୟାଣ୍ଡର ମିଡିଆ ରିପୋର୍ଟ ଅନୁସାରେ, ଏଠି ରହୁଥିବା ଏକ ବ୍ୟକ୍ତି ଟ୍ରାଫିକ ରୁଲ ଭାଙ୍ଗି ଥିଲା । ସେଠିକାର ନିୟମ ଅନୁସାରେ ବାଇକରେ ବସିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ହେଲମେଟ ପିନ୍ଧିବା ଜରୁରି ଅଟେ । କିନ୍ତୁ ବ୍ୟକ୍ତି ପଛରେ ବସିଥିବା ମହିଳା ଜଣକ ହେଲମେଟ ପିନ୍ଧି ନ ଥିଲେ । ଏମିତିରେ ସେହି ବ୍ୟକ୍ତି ଘରେ ଟ୍ରାଫିକ ରୁଲ ଭାଙ୍ଗିବା କାରଣରୁ ଚାଲାଣ ପହଞ୍ଚିଗଲା । ଚାଲାଣ ସହିତ ପ୍ରମାଣ ପାଇଁ ଏକ ଫଟୋ ବି ଥିଲା ।

ଏହି ଏନଭଲପକୁ ସେହି ବ୍ୟକ୍ତିର ପତ୍ନୀ ଖୋଲିଲା । ଯେତେବେଳେ ସେ ସେହି ମହିଳାର ଫଟୋ ଦେଖିଲା, ତେବେ ତାକୁ ଶକ୍ତ ଝଟକା ଲାଗିଲା । କହିବାକୁ ଗଲେ ଫଟୋରେ ଗାଡି ତାହାର ସ୍ଵାମୀ ଚଲାଉ ଥିଲା କିନ୍ତୁ ପଛରେ ବସିଥିବା ମହିଳା ସେ ନ ଥିଲା । ଫଟୋରେ ଦୁଇ ଜଣ ବହୁତ ପାଖାପାଖି ବି ନଜର ଆସୁଥିଲେ । ପତ୍ନୀ ଫଟୋରେ ଥିବା ମହିଳାକୁ ଚିହ୍ନି ପାରିଲା ନାହିଁ ।

ଯେତେବେଳେ ତାହାର ସ୍ଵାମୀ ଘରକୁ ଆସିଲା ତେବେ ମହିଳା ତାକୁ ଏହି ଫଟୋ ବିଷୟରେ ପ୍ରଶ୍ନ କରିଲା । କିନ୍ତୁ ସ୍ଵାମୀ ଉତ୍ତର ଦେଇ ପାରିଲା ନାହିଁ । କିନ୍ତୁ ଏହା ପରେ ଏହି ମାମଲାକୁ ନେଇ କୌଣସି ଅପଡେଟ ଆସି ନାହିଁ । କିନ୍ତୁ ଇଣ୍ଟର୍ନେଟରେ ଲୋକମାନେ ଏହି ପୋଷ୍ଟରେ ବିଭିନ୍ନ କମେନ୍ଟ କରୁଛନ୍ତି । କିଛି ଲୋକମାନେ କହିଲେ କି ଟ୍ରାଫିକ ପୋଲିସ ତାହାର ଅଫେୟାର ର ରାଜ ଖୋଲି ତା’ର ଲାଇଫରେ ନିଆଁ ଲଗାଇ ଦେଲା, ତ ଅନ୍ୟ କିଛି ଲୋକମାନେ ଏହାର ଅଦ୍ଭୁତ ଜବାବ ଦେଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।