ସବୁ ବର୍ଷ ପରି ଏଥର ମଧ୍ୟ ଜାନୁୟାରୀ ୨୬ ତାରିଖ ଦିନ ଆମ ଦେଶ ପାଳନ କରିଥିଲା ତା’ର ୭୩ତମ ସାଧାରଣ ତନ୍ତ୍ର ଦିବସ । ଆଉ ସବୁ ବର୍ଷ ପରି ଦିଲ୍ଲୀ ରାଜପଥରେ ଏଥର ମଧ୍ୟ ଅନୁଷ୍ଠିତ ହୋଇଥିଲା ପ୍ୟାରେଡ କାର୍ଯ୍ୟକ୍ରମ । ଆଉ ଏଥିରେ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରମନାଥ କୋବିନ୍ଦଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତିବିଶେଷ ମାନେ ମଧ୍ୟ ଯୋଗ ଦେଇଥିଲେ । ଖୁବ ଆଡମ୍ବରରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ଏହି ପ୍ୟାରେଡ କାର୍ଯ୍ୟକ୍ରମ ।
କିନ୍ତୁ ଠିକ ପ୍ୟାରେଡ ପରେ ପରେ ଏହି ଯେଉଁ ଦୃଶ୍ୟ ସାମ୍ନାକୁ ଆସିଥିଲା, ତାହା ସମସ୍ତଙ୍କୁ ବେଶ ଭାବବିହ୍ଵଳ କରି ଦେଇଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିଦ୍ନ ମଧ୍ୟ ଏକ ଘୋଡାକୁ ସ୍ନେହରେ ଆଉଁସି ଦେଉଥିବାର ଦେଖିବାକୁ ମିଳିଥିଲା । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଯେ ସେମାନେ କାହିଁକି ଏହି ଘୋଡାର ଗାଲକୁ ଆଉଁସି ଦେଉଛନ୍ତି ।
କେବଳ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୁହେଁ, ବରଂ ଆମ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଘୋଡାଟିକୁ ଆଉଁସି ଗେଲ କରିଥିଲେ । ତେବେ ଆପଣ ମଧ୍ୟ ଭାବୁଥିବେ କଣ ପାଇଁ ସେମାନେ ଏମିତି କରୁଛନ୍ତି । ଏହି ଘୋଡାଟିର ନାମ ହେଉଛି ବିରାଟ । ବିରାଟ ୨୦୦୩ ମସିହାରୁ ରାଷ୍ଟ୍ରପତିଙ୍କ ବଡିଗାର୍ଡ ତଥା ଅଙ୍ଗରକ୍ଷୀଙ୍କ ଭୂମିକା ତୁଲାଇ ଆସୁଥିଲେ ।
ସାଧାରଣ ତନ୍ତ୍ର ଦିବସ ପାଳନ ଅବସରରେ ରାଷ୍ଟ୍ରପତିଙ୍କୁ ଏସକର୍ଟ କରି ଆଣିବା ହେଉଛି ବିରାଟର କାମ । ବିରାଟକୁ ଶେଷ ଥର ପାଇଁ କାମ କରୁଥିବାର ୭୩ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ଦେଖିବାକୁ ମିଳିଛି । କାରଣ ବିରାଟର ଅବସର ନେବାର ସମୟ ଆସି ଯାଇଛି । ଗଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରାୟ ୧୩ ଥର ବିରାଟକୁ ରାଷ୍ଟ୍ରପତିଙ୍କୁ ଏସକର୍ଟ କରି ଆଣିବାର ଦେଖିବାକୁ ମିଳିଛି ।
ଏମିତିକି ଶେଷ ଥର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଏସକର୍ଟ କରିଛି ବିରାଟ । ରାଷ୍ଟ୍ରପତିଙ୍କ ବଡିଗାର୍ଡ ଭୂମିକା ନିଭାଉଥିବା ହାର୍ନୋଭେରିୟାନ ବ୍ରିଡ ର ଏହି ଘୋଡାକୁ ଚାର୍ଜର ବୋଲି ବି କୁହାଯାଏ । ଗତ ଜାନୁୟାରୀ ୧୫ ତାରିଖ ସେନା ଦିବସରେ ବିରାଟକୁ ତା’ର ସେବା ପାଇଁ ସମ୍ମାନିତ ମଧ୍ୟ କରା ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।