ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ପଡିଲା ମହଙ୍ଗା, ଦେଖନ୍ତୁ ପୁରା ମାମଲା !

ମହଙ୍ଗା ପଡିଲା ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଘଟଣା । ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଛାଡି ପୋଲିସ ହେପାଜତରେ ଅଛନ୍ତି ଜଣେ ଯୁବକ । ଅଭିଯୁକ୍ତ ଜଣକ ହେଉଛନ୍ତି ସରୋଜ କୁମାର ସାହୁ ଓ ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଜଟିଆ ଗ୍ରାମରେ । ଅଭିଯୋଗ ଅନୁସାରେ ସରୋଜ ପୁରୀରେ ଥିବା ତାଙ୍କ ମହିଳା ବନ୍ଧୁଙ୍କ ଅନ୍ତରଙ୍ଗ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଛାଡିବା ସହ ତାଙ୍କୁ ବ୍ଳାକମେଲ କରୁଥିଲେ ।

ତେବେ ଏନେଇ ପୀଡ଼ିତା ଜଣକ ପୁରୀ ସାଇବର କ୍ରାଇମ ଥାନାରେ ଅଭିଯୋଗ କରିବା ପରେ ଏହାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଆରୋପୀଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ବେଳେ ପୁରୀ ପୋଲିସର ଏକ ଟିମ୍ ଢେଙ୍କାନାଳ ପରଜଙ୍ଗ ଥାନା ଜଟିଆ ଗ୍ରାମକୁ ଯାଇ ଅଭିଯୁକ୍ତ ସରୋଜ ସାହୁଙ୍କୁ ଧରିଥିଲେ । ଏହି ଘଟଣାକୁ ନେଇ ସାଇବର କ୍ରାଇମ ଧାରାରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଯୁବତୀଙ୍କ ଅଭିଯୋଗ କ୍ରମେ ସାଇବର କ୍ରାଇମ ପୋଲିସ ଷ୍ଟେସନରେ ମକଦ୍ଦମା ରୁଜୁ କରା ଯାଇଥିଲା । ସେଠାକାର ଆଇଆଇସି ଏହାର ତଦନ୍ତ ଭାର ନେଇଥିଲେ । ଯାହାପରେ ପୋଲିସ ଟିମ୍ ଉକ୍ତ ଯୁବକଙ୍କ ଗ୍ରାମକୁ ଯାଇ ସେଠାରୁ ତାଙ୍କୁ ଗିରଫ କରିଛନ୍ତି । ଯୁବକ ଜଣକ ବ୍ୟବହାର କରୁଥିବା ମୋବାଇଲ ଫୋନକୁ ମଧ୍ୟ ପୋଲିସ ଜବତ କରିଛି । ତଦନ୍ତ କରିବା ପରେ ସରୋଜଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ଥିବାରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ତେବେ କୋର୍ଟ ଚାଲାଣ ହେବା ପରେ ସରୋଜଙ୍କ ତରଫରୁ ଜାମିନ ଆବେଦନ କରା ଯାଇଥିଲା । କିନ୍ତୁ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିବା ପରେ ତାଙ୍କୁ ହାଜତକୁ ପଠାଇ ଦିଆଯାଇଛି । ଏହିପରି ମହିଳାଙ୍କ ଅଶ୍ଳୀଳ ଭିଡିଓ ଏବଂ ନଗ୍ନ ଫଟୋ ଭାଇରାଲ କରିବା ଆମ ସମାଜରେ ଲତା ପରି ବଢି ବଢି ଚାଲିଛି । ଏଥିପାଇଁ କେତେକେ ବ୍ୟକ୍ତି ଆଇନର ପରିସର ମଧ୍ୟକୁ ଆସୁଥିବା ବେଳେ ଆଉ କିଛି ଅପରାଧୀ ଆଇନର ଗଳା ବାଟ ଦେଇ ଖସି ଯାଉଛନ୍ତି ।

ତେବେ ଦେଖାଯାଉ ଅପରାଧୀ ସରୋଜ କୁମାର ସାହୁ ତା’ର ଅପରାଧ ପାଇଁ ଦଣ୍ଡିତ ହେଉଛି ନା ସେ ବି ଆଇନର ଗଳା ବାଟ ଦେଇ ଖସି ଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।