ଶୁଟିଙ୍ଗ ଶେଷ କରି ଘରକୁ ଫେରୁଥିବା ସମୟରେ ଏହି ଦୁଇ ଜଣ ପ୍ରସିଦ୍ଧ ହିରୋଇନଙ୍କର ସଡକ ଦୁର୍ଘଟଣାରେ ହେଲା ମୃତ୍ୟୁ

ବଲୀଉଡ ଓ ଟିଭି ଜଗତର ସବୁ ଇଣ୍ଡଷ୍ଟ୍ରିର ବିଭିନ୍ନ ଖବର ସାମ୍ନାକୁ ଆସିଥାଏ । ଆଜି ଆମେ ଆପଣଙ୍କ ପାଇଁ ଯେଉଁ ଖବର ଆଣିଛୁ ତାହା ବହୁତ ଦୁଃଖଦ ଅଟେ । କୁହାଯାଉଛି କି ଏକ ବହୁତ ଭୟାନକ ସଡକ ଦୁର୍ଘଟଣା ଘଟିଛି, ଯେଉଁଥିରେ ସାଉଥ ଇଣ୍ଡଷ୍ଟ୍ରିର ଦୁଇଜଣ ପ୍ରସିଦ୍ଧ ଅଭିନେତ୍ରୀଙ୍କର ନିଧନ ହୋଇଯାଇଛି । ସେମାନେ ନିଜ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣାଟି ହୋଇଛି ।

ଏହି ଘଟଣା ବୁଧୁବାର ସକାଳେ ବିକାରାବାଦରେ ଘଟିଛି । ଯେଉଁଠି ଦୁଇ ଜଣ ଅଭିନେତ୍ରୀ ହାଇଦ୍ରାବାଦରୁ ନିଜର ଅପକମିଙ୍ଗ ପ୍ରୋଜେକ୍ଟ ର ଶୁଟିଙ୍ଗ ଶେଷକରି ଘରକୁ ଫେରୁଥିଲେ । ଏମାନଙ୍କର ନାମ ଅନୁଷା ରେଡ୍ଡୀ ଏବଂ ଭାର୍ଗବୀ ବୋଲି କୁହାଯାଉଛି । ଏହି ଦୁର୍ଘଟଣା ବିଷୟରେ ବିସ୍ତ୍ରୁତ ରୂପରେ ଯାଞ୍ଚ କରାଯାଇଛି । ଯେଉଁଥିରେ ସ୍ଥାନୀୟ ଲୋକମାନଙ୍କର କହିବା ଅଟେ କି ଏହି ଅଭିନେତ୍ରୀଙ୍କ ଗାଡି ସାମ୍ନାରେ ହଠାତ ଗୋଟିଏ ଟ୍ରକ ଆସି ଯିବାରୁ ଗାଡି ଚାଳକ ଦୁର୍ଘଟଣାରୁ ବଞ୍ଚିବା ପାଇଁ ଯେମିତି ହିଁ ଗାଡିକୁ ବଞ୍ଚାଇବାକୁ ଚେଷ୍ଟା କରିଛି ସେମିତି ହିଁ ଗାଡିଟି ନିୟନ୍ତ୍ରଣ ହରାଇ ରାସ୍ତା ସାଇଡରେ ଥିବା ଏକ ଗଛରେ ଯାଇ ସିଧା ଧକା ହୋଇଥିଲା ।

ଏହି ଦୁର୍ଘଟଣାରେ ମୁର୍ତ୍ୟୁ ବରଣ କରିଥିବା ଅଭିନେତ୍ରୀ ଭାର୍ଗବୀଙ୍କର ବୟସ ମାତ୍ର ୨୦ ବର୍ଷ ଏବଂ ଅନୁଷା ରେଡ୍ଡୀର ବୟସ ମାତ୍ର ୨୧ ବର୍ଷ ବୋଲି କୁହାଯାଉଛି । ଏହି ଦୁଇ ଅଭିନେତ୍ରୀ ତାମିଲ ଇଣ୍ଡଷ୍ଟ୍ରିର ଜଣାଶୁଣା ନାମ ଅଟନ୍ତି । କହିବାକୁ ଗଲେ ଏହି ଦୁଇ ଅଭିନେତ୍ରୀ ଟିଭି ସହିତ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ଚାହୁଁଥିଲେ । ଏମାନେ ଗତ କିଛି ବର୍ଷ ହେବ ଟିଭିରେ ମୁଖ୍ୟ ଭୂମିକା କରୁଥିଲେ । ଭାର୍ଗବୀ ଏହି ସମୟରେ ମୁତ୍ୟାଲା ମୁଗ୍ଗୂରେ ନେଗେଟିବ ରୋଲ କରୁଥିଲେ ।

ସେହିଭଳି ଅନୁଷା ରେଡ୍ଡୀ ବି ଟିଭିର କିଛି ପ୍ରୋଜେକ୍ଟରେ ନଜର ଆସିଥିଲେ । ଖବର ଅନୁସାରେ ଅନୁଷା ରେଡ୍ଡୀ ତେଲେଙ୍ଗାନାର ଜୟଶଂକର ଭୁପାଲାପଲ୍ଲୀ ଅଞ୍ଚଳର ନିବାସୀ ଅଟନ୍ତି । ତାଙ୍କର ମୃତ୍ୟୁ ଖବର ଶୁଣି ପୁରା ସାଉଥ ଇଣ୍ଡଷ୍ଟ୍ରି ଓ ପରିବାର ଲୋକମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି ।