ଆଜିର ରାଶିଫଳ 23 ଏପ୍ରିଲ 2019, ମଙ୍ଗଳବାର – ହନୁମାନ ଙ୍କ କୃପା ରହିବ ଏହି ୪ଟି ରାଶି ଉପରେ

ମେଷ :

ଆପଣ ଏଭଳି ଜଣେ ବ୍ୟକ୍ତି ଯାହାକୁ ନିଜ ଆଖପାଖ ଲୋକଙ୍କ ସାହାଯ୍ୟ ସହଯରେ ମିଳିଯାଏ । ଆପଣଙ୍କୁ ହୁଏତ ଏହା ଜଣା ନାହିଁ ଯେ ବହୁତ ଲୋକ ଆପଣଙ୍କ ବ୍ୟକ୍ତିତ୍ତ୍ୱ ଦ୍ୱାରା ପ୍ରଭାବିତ । ଆପଣ କେବେ ମଧ୍ୟ ନିଜର ଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ । ଆଜି ଆପଣଙ୍କ ଦିନ ଶୁଭ ଫଳଦାୟୀ ହେବ । ଆପଣ ଆତ୍ମବିଶ୍ଵାସରେ ଭରପୂର ରହିବେ । ପ୍ରତ୍ୟେକ କାର୍ଯ୍ୟକୁ ଦୃଢ଼ତାର ସହିତ ସଂପନ୍ନ କରି ପାରିବେ । ସରକାରୀ କାର୍ଯ୍ୟଗୁଡ଼ିକରେ ଲାଭ ହେବ । ପିତା ଏବଂ ବଡ଼ଙ୍କର ସହଯୋଗ ମିଳିବ । ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ମିଳିବ । ସମ୍ପୂର୍ଣ୍ଣ ଦିନ ଆନନ୍ଦରେ ବିତିବ । ପ୍ରତିକାର : ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ ।

ବୃଷ :

ଯଦି ଆପଣଙ୍କ ଘରେ ସୁଖଶାନ୍ତି ରହିବେ, ଏହି ସମୟ ଆପଣଙ୍କ ଓ ଆପଣଙ୍କ ର ପରିବାର ବର୍ଗଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ହେବ । ଆପଣମାନେ ପରସ୍ପର ମଧ୍ୟରେ ଭଲ ସମୟ କଟାଇପାରିବେ । ଆଜି ଆପଣ ଶାରୀରିକ ଏବଂ ମାନସିକ ଆଳସ୍ୟ ଅନୁଭବ କରିବେ । ଆଜି ବାଦ ବିବାଦରେ ପଡ଼ନ୍ତୁ ନାହିଁ । କୋର୍ଟ-କଚେରୀରେ ସାବଧାନ ରହିବେ । ଆକସ୍ମିକ ଧନ ଖର୍ଚ୍ଚ ହେବ । ମିତ୍ରମାନଙ୍କ ସହିତ କୌଣସି ମନମାଳିନ୍ୟ ନ ହେଉ ଏହାର ମଧ୍ୟ ସଂପୂର୍ଣ୍ଣ ଧ୍ୟାନ ରଖିବେ । ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହେବ । ପ୍ରତିକାର:- କୁକୁରକୁ ଖାଇବାକୁ ଦିଅନ୍ତୁ ।

ମିଥୁନ :

ଆଜି ଆପଣ ଆପଣଙ୍କ ସାଙ୍ଗର ସାନିଧ୍ୟ ଲାଭ କରିବେ । ଆଜିର ଦିନ ବହୁତ ଖୁସି କରିବାର ଦିନ ଅଟେ । ସମୟର ତାଳେ ତାଳେ ଏହି ସମ୍ପର୍କ ଆହୁରି ମଜବୁତ ହେବ । ଆଜି ଦିନରେ ସ୍ମରଣୀୟ ମୂହୁର୍ତ୍ତ ଆପଣଙ୍କ ସାଂଗରେ ସବୁବେଳେ ରହିବ । ଆଜିର ଦିନ ଆପଣଙ୍କପାଇଁ ଭଲ ଏବଂ ଲାଭଦାୟୀ ହେବ । ମିତ୍ର, ବନ୍ଧୁ-ବାନ୍ଧବମାନଙ୍କ ଏବଂ ପଡ଼ୋଶୀମାନଙ୍କ ସାଥିରେ ଆପଣଙ୍କ ସମ୍ବନ୍ଧ ଭଲ ରହିବ । ଆର୍ଥିକ ରୂପରେ ଆଜି ଆପଣ ସଜାଗ ରହିବେ । ଭାବି ବିଚାରି ଧନର ନିବେଶ କରନ୍ତୁ । ବିରୋଧିମାନଙ୍କୁ ଆପଣ ପରାସ୍ତ କରି ପାରିବେ । ଆନନ୍ଦ-ଉଲ୍ଲାସ ଏବଂ ଭାଗ୍ୟବୃଦ୍ଧି ପୂର୍ଣ୍ଣ ଦିନ ଅଟେ । ପ୍ରତିକାର :- ପାରାଙ୍କୁ ଖାଦ୍ୟ ଦିଅନ୍ତୁ ।

କର୍କଟ :

ଆଜି ଆପଣ ନିଜର ଜୀବନକୁ ବଦଳାଇବାକୁ ଚ଼ାହିଁବେ । ଏହି ସମୟଟି ସଠିକ୍ ନିର୍ଣ୍ଣୟ ନେବାର ସମୟ ଅଟେ । ସମସ୍ୟା ଗୁଡ଼ିକୁ ପରିହାର କରିଲେ ତାହାର ଉପାୟ ବାହାରିବ ନାହିଁ । ଆଜିର ଦିନ ମଧ୍ୟମ ଫଳଦାୟୀ ଅଟେ । ସ୍ଵାସ୍ଥ୍ୟରେ ଖରାପ ହୋଇପାରେ । ଡାହାଣପଟ ଆଖିରେ ଯନ୍ତ୍ରଣା ହୋଇପାରେ । ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ । ବିଦ୍ୟାର୍ଥିମାନଙ୍କପାଇଁ କଡ଼ା ପରିଶ୍ରମ କରିବାକୁ ହେବ । ଅନୈତିକ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରହିବାକୁ ଉପଦେଶ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ । ପ୍ରତିକାର : ଶିବଦର୍ଶନ କରି ପାଦୁକ ସେବନ କରନ୍ତୁ ।

ସିଂହ :

ଆଜି ଆପଣଙ୍କର ଆତ୍ମତ୍ଜ୍ଞାନ ଅଧିକ ପରିମାଣରେ ଆଧ୍ୟାତ୍ମିକ ଦିଗରେ ରହିବ । ଆପଣ ନିଜ ଜୀବନରେ ଧର୍ମର ମହତ୍ତ୍ୱକୁ ଜାଣିପାରିବେ । ଆଜି ଆପଣ ଆତ୍ମ ବିଶ୍ଳେଷଣ କରିବେ ଏବଂ ଏଥିପାଇଁ ଏହା ନିଶ୍ଚୟ ସଠିକ ସମୟ । ଆପଣଙ୍କ ଆଜିର ଦିନ ଶୁଭଫଳଦାୟକ ଏବଂ ଲାଭପ୍ରଦ ଅଟେ । ମିତ୍ରମାନଙ୍କ ସହିତ ମିଳାମିଶା ହେବ । କୁଟୁମ୍ବ ମାନଙ୍କ ସହିତ ଆନନ୍ଦର ବାତାବରଣ ରହିବ । ପୁତ୍ର ଏବଂ ପତ୍ନୀଙ୍କ ସୁଖ ସନ୍ତୋଷ ଅନୁଭବ କରିବେ । ଚାକିରି ବ୍ୟବସାୟ କ୍ଷେତ୍ରରେ ଆୟବୃଦ୍ଧି ହେବ । ବ୍ୟାପାରରେ ବିକାସର ସୁଯୋଗ ମିଳିବ । ଅବିବାହିତମାନଙ୍କ ପାଇଁ ବୈବାହିକ ଯୋଗ ଅଛି । ପ୍ରତିକାର :- ଗାଈକୁ ଖାଇବାକୁ ଦିଅନ୍ତୁ ।

କନ୍ୟା :

ଆଜି ଆପଣ ଅନ୍ୟମାନଙ୍କ ଆଗରେ ନିଜର ପରିଚ଼ୟ ଭଲ କରିବାକୁ ଚ଼ାହିଁବେ ଆପଣ ଅନ୍ୟକୁ ବଦଳାଇବାକୁ ଚ଼ାହିଁବା ଅପେକ୍ଷା ନିଜେ ବଦଳିଯିବା ଠିକ୍ ହେବ ଏବଂ ଏହି ବଦଳିବାର ଭାବନା ଆପଣଙ୍କ ମନରୁ ହେବା ଜରୁରୀ ଅଟେ । ମନର ଦୃଢ଼ତା ଏବଂ ଆତ୍ମବିଶ୍ଵାସ ଆପଣଙ୍କ କାର୍ଯ୍ୟ ସଫଳ କରିବେ । ପରିବାରରେ ସୁଖ- ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ । କ୍ରୋଧର କାରଣରୁ ଆପଣଙ୍କ ବ୍ୟବହାରରେ ଉଗ୍ରତା ନ ଆସୁ ଏହାର ଧ୍ୟାନ ରଖିବେ । ଚାକିରିରେ ଆପଣଙ୍କ ଯଶ ବୃଦ୍ଧି ହେବ । ପ୍ରତିକାର- ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ ।

ତୁଳା :

ବନ୍ଧୁମାନଙ୍କ ସହ ଆପଣଙ୍କର ଭ୍ରମଣ କରିବାର ଅଛି । ଏହା ଆପଣଙ୍କର ସହର ମଧ୍ୟରେ ଦୀର୍ଘରାସ୍ତା ଭ୍ରମଣ ହୋଇପାରେ । ଯାହା ହେଉ ପଛେ ଏହା ଏକ ସୁନ୍ଦର ସ୍ମରଣୀୟ ଭ୍ରମଣ ହିସାବରେ ଆପଣଙ୍କ ଜୀବନରେ ଛାପ ରହିବ । ନକାରାତ୍ମକ ବିଚାରକୁ ହାବି ନ ହେବାପାଇଁ ଚେଷ୍ଟା କରିବେ । କ୍ରୋଧକୁ ନିୟନ୍ତ୍ରଣରେ ରଖିବାରେ ବହୁତ ଅସୁବିଧା ଆସିବ । ଅଚାନକ ଯାତ୍ରା କରିବାର ସଂଯୋଗ ହେବ । ତାଙ୍କର ପଛରେ ଖର୍ଚ୍ଚ କରିବାକୁ ପଡ଼ିବ । ନୂଆ ସମ୍ବନ୍ଧ ସ୍ଥାପନ କରିବା ହିତକର ନୁହେଁ । ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ରଖିବେ । ଅନ୍ୟଥା ସ୍ଵାସ୍ଥ୍ୟ ଖରାପ ହେବ । ଆକସ୍ମିକ ଧନ ଲାଭ ମଧ୍ୟ ହେବ । ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ ।

ବିଚ୍ଛା :

ଆଜି ଆପଣ କୌଣସି ଖୁସି ଖବର ଶୁଣିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ।  ଆଜି ଆପଣଙ୍କୁ ନିଜ ଲୋକଙ୍କ ଠାରୁ କୌଣସି ଖୁସି ଖବର ମିଳିପାରେ । ଆଜି ଆପଣଙ୍କର ଦିନଟି ବହୁତ ଭଲରେ କଟିବ । ଏହି ସମୟଟି ଆପଣ ନିଜ ଲୋକଙ୍କ ସହିତ କଟାଇ ପାରନ୍ତି । ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ । ପିତା ଏବଂ ପୈତୃକ ସଂପତ୍ତିରେ ଲାଭର ଯୋଗ ଅଛି । ଆପଣଙ୍କ ପ୍ରତି ଆପଣଙ୍କ ପିତାଙ୍କର ବ୍ୟବହାର ମଧ୍ୟ ଭଲ ରହିବ । କଳାକାର ତଥା ଖେଳାଳିମାନଙ୍କ ପାଇଁ ଆଜିର ଦିନ ବହୁତ ଭଲ, କାରଣ ତାଙ୍କୁ ନିଜର ପ୍ରତିଭା ଦିଖାଇବାକୁ ସୁଯୋଗ ମିଳିବ । ସନ୍ତାନମାନଙ୍କ ପଛରେ ଖର୍ଚ୍ଚର ଯୋଗ ଅଛି । ପ୍ରତିକାର :- ଷଣ୍ଢକୁ ଗୁଡ଼ ଓ ରୁଟି ଖାଇବାକୁ ଦିଅନ୍ତୁ ।

ଧନୁ :

ଆପଣଙ୍କ ସଂପ୍ରେଷଣ କଳା ଏବଂ ଦୃଢ଼ ନିଶ୍ଚୟ ଯୋଗୁଁ ଆପଣ ବହୁ ସମସ୍ୟାକୁ ସମାଧାନ କରିବେ । ଯେତେବେଳେ ଆପଣ ସଫଳତା ପାଇବେ, ସେତେବେଳେ ଏଗୁଡ଼ିକର ଆପଣଙ୍କ ଜୀବନରେ କେତେ ମହତ୍ତ୍ୱ ବୁଝିପାରିବେ । ଆଜି ଉତ୍ସାହର ଅଭାବ ରହିବ । ସନ୍ତାନମାଙ୍କର ସମସ୍ୟା ଏହାର କାରଣ ହୋଇପାରେ । ବ୍ୟବସାୟ ଏବଂ ଚାକିରିରେ ଅସୁବିଧା ସୃଷ୍ଟି ହେବ । କଷ୍ଟ ବିଚାର, ବ୍ୟବହାର କିମ୍ବା ଆୟୋଜନ କରିବା ପୂର୍ବରୁ ବିଚାର କରିବାର ଆବଶ୍ୟକତା ଅଛି । କାର୍ଯ୍ୟରେ କମ ସଫଳତା ମିଳିବ । ବିରୋଧୀ କିମ୍ବା ଉଚ୍ଚ ଅଧିକାରୀମାନଙ୍କ ସହିତ ବିବାଦରେ ପଡ଼ନ୍ତୁ ନାହିଁ । ପ୍ରତିକାର :- ଷଣ୍ଢକୁ ଗୁଡ଼ ଓ ରୁଟି ଖାଇବାକୁ ଦିଅନ୍ତୁ

ମକର :

ଆଜି ଆପଣଙ୍କୁ କ୍ରୋଧ ଲାଗିବ । ଆଜି ଆପଣଙ୍କର ଜୀବନର ଉନ୍ନତି କ୍ଷେତ୍ରରେ କିଛି ପରିମାଣର ଅବନତି ଦେଖାଦେବ । କିନ୍ତୁ ଆପଣ ଏ କ୍ଷେତ୍ରରେ ଆଦୌ ବ୍ୟସ୍ତ ନହୋଇ ଏ ପରିସ୍ଥିତିର ମୁକାବଲା କରନ୍ତୁ । ଘରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ । ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତାରେ ସମ୍ପୂର୍ଣ୍ଣ ହେବ । ବ୍ୟାପାରିମାନଙ୍କୁ ବ୍ୟାପାରରେ ଭଲ ସୁଯୋଗ ମିଳିବ ଏବଂ ଆୟରେ ବୃଦ୍ଧି ହେବ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ପ୍ରଗତିର ମାର୍ଗ ଖୋଲିବ । ଉଚ୍ଚ ପଦାଧିକାରିମାନଙ୍କ ତଥା ବୃଦ୍ଧ ବର୍ଗଙ୍କର ସହଯୋଗ ଏବଂ ପ୍ରୋତ୍ସାହନ ମିଳିବ । ମାନପ୍ରତିଷ୍ଠାରେ ବୃଦ୍ଧି ହେବ । ପ୍ରତିକାର :- ବିଧବାଙ୍କୁ ସାହାଯ୍ୟ କରନ୍ତୁ ।

କୁମ୍ଭ :

ଆଜି ଆପଣ କୌଣସି ନୂଆ କାର୍ଯ୍ୟ କରିବେ । କିଛି ନୂଆ ଖେଳ ଖେଳିବାକୁ କିମ୍ବା କୌଣସି ନୂତନ କାର୍ଯ୍ୟ କରିବାକୁ ଆପଣଙ୍କର ପ୍ରବଳ ଆଗ୍ରହ ହେବ । ଆଜି ଆପଣ ନିଷ୍ପତ୍ତି ନେବେ ଯେ ଯେଉଁ କାମ ଆପଣ କରିବେ ତାହା କିପରି କରିବେ । ଜଗନ୍ନାଥଙ୍କର କୃପାରେ ଆପଣଙ୍କ ଆଜିର ଦିନ ପ୍ରସନ୍ନତା ପୂର୍ବକ ବିତିବ । ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ସ୍ଵଭାବରେ ମୌଜମସ୍ତି ଆପଣଙ୍କୁ ମନରେ ସତେଜ ରଖିବ । ବିପରୀତ ଲିଙ୍ଗ ପାତ୍ରମାନଙ୍କ ସହିତ ପରିଚୟ କିମ୍ବା ପ୍ରଣୟ – ରୋମାନ୍ସର ସମ୍ଭାବନା ଅଛି । ଲଘୁ ପର୍ଯ୍ୟଟନ ହେବ । ସାର୍ବଜନିକ ଜୀବନରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ । ପ୍ରତିକାର- ଚଣାଡାଲି ମନ୍ଦିରରେ ଦାନ କରନ୍ତୁ ।

ମୀନ :

ଆଜି ଆପଣଙ୍କୁ ବହୁତ ଧନ, ମାନ, ଯଶ ଏବଂ ସଫଳତା ମିଳିବ । ଆଜି ଆପଣ ଏମିତି ସ୍ଥିତିରେ ଅଛନ୍ତି, ଯେ ନିଜ ବିଚାରକୁ କାର୍ଯ୍ୟରେ ପରିଣତ କରିପାରିବେ । ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ । ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟମଧରଣର ରହିବ । ସନ୍ତାନମାନଙ୍କର ବିଷୟରେ ଚିନ୍ତିତ ରହିବେ । କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ବ୍ୟସ୍ତତାର କାରଣରୁ ପରିବାର ପାଇଁ କମ ସମୟ ଦେବେ, ଏହି କାରଣରୁ ପରିଜନମାନଙ୍କ ସାଥିରେ ମନମାଳିନ୍ୟ ହୋଇପାରେ । ପ୍ରତିକାର :- ଦିବ୍ୟାଙ୍ଗ ବ୍ୟକ୍ତିକୁ ଖାଦ୍ୟ ଦିଅନ୍ତୁ ।