ଭାଗ୍ୟ ଦେଉଛି ଧୋକା କି ମିଳୁ ନାହିଁ ଚାକିରି, ତେବେ କରନ୍ତୁ ଏହି ଉପାୟ, ବଜରଙ୍ଗବଲି ଆପଣଙ୍କର ସବୁ ସମସ୍ୟା ଗୁଡିକୁ କରିଦେବେ ଦୂର

ଏହି ସଂସାରରେ ସମସ୍ତ ବ୍ୟକ୍ତିଙ୍କର ସ୍ଵପ୍ନ ଥାଏ କି ସେମାନେ ପଢି – ଲେଖି ନିଜ ଜୀବନରେ ଉନ୍ନତି ହାସଲ କରିବେ ଓ ନିଜର ଶିକ୍ଷା ସମାପ୍ତ ପରେ ତାଙ୍କୁ ଏକ ଭଲ ଚାକିରୀ ମିଳିଯିବ । କହିବାକୁ ଗଲେ ସଫଳତା ପାଇବାର ଇଚ୍ଛା ସମସ୍ତଙ୍କର ଥାଏ । ଯେଉଁଥିପାଇଁ ସେମାନେ କଠିନ ପରିଶ୍ରମ ବି କରିଥାନ୍ତି । କିନ୍ତୁ ସବୁବେଳେ ପରିଶ୍ରମ ସବୁ କିଛି ହୋଇନଥାଏ । ବେଳେ ବେଳେ ଭାଗ୍ୟର ଖେଳ ବି ଅଲଗା ହୋଇଥାଏ । ବେଳେ ବେଳେ ଏମିତି ହୋଇଥାଏ କି ଗ୍ରହ – ନକ୍ଷତ୍ର ଏବଂ ଆପଣଙ୍କର ଭାଗ୍ୟ ଆପଣଙ୍କ ସାଥିରେ ନଥାଏ । ଯେଉଁ କାରଣରୁ ଆପଣ ଏକ ଭଲ ଚାକିରି ପ୍ରାପ୍ତ କରି ପାରନ୍ତି ନାହିଁ ।

ଜ୍ୟୋତିଷ ଶାସ୍ତ୍ରରେ ଏମିତି ବହୁତ ଉପାୟ ବିଷୟରେ କୁହାଯାଇଛି, ଯାହା ଦ୍ଵାରା ଆପଣ ନିଜ ଜୀବନରେ ସଫଳ ହୋଇ ପାରିବେ । ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଏମିତି କିଛି ଜ୍ୟୋତିଷି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣମାନେ ବି ଜୀବନର ସମସ୍ତ ସମସ୍ୟାକୁ ସମାଧାନ କରି ପାରିବେ ।

ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ

·    ଏମିତି କୁହାଯାଏ କି ଯଦି ବ୍ୟକ୍ତି ସବୁଦିନ ନିୟମିତ ରୂପରେ ସକାଳେ ପକ୍ଷୀମାନଙ୍କୁ ଦାନା ଦେଇଥାଏ ତେବେ ଏହା ଦ୍ଵାରା ଚାକିରି ପ୍ରାପ୍ତରେ ଆସୁଥିବା ବାଧା ଗୁଡିକ ଦୂର ହୋଇଯାଏ ।

·    ଯଦି ଆପଣ ସରକାରୀ ଚାକିରି ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ କୌଣସି ମାସର ପ୍ରଥମ ସୋମବାର ଦିନ ଧଳା କପଡାରେ କଳା ଚାଉଳ ବାନ୍ଧି ମାତା କାଳୀଙ୍କୁ ଅର୍ପଣ କରନ୍ତୁ, ଏହା ଦ୍ଵାରା ଆପଣଙ୍କୁ ଲାଭ ପ୍ରାପ୍ତ ହେବ ।

·    ଯଦି ଆପଣ ଚାକିରି କିମ୍ବା ଇଣ୍ଟରଭ୍ୟୁ ପାଇଁ ଯାଉଛନ୍ତି ତେବେ ଆପଣ ଏକ ଲେମ୍ବୁର ୪ ଟି ଦିଗରେ ଲବଙ୍ଗ ଲଗାଇ ଦିଅନ୍ତୁ । ଏହା ପରେ ହନୁମାନଙ୍କର ଧ୍ୟାନ କରନ୍ତୁ ।

·    ଆପଣ ପ୍ରତ୍ୟେକ ମଙ୍ଗଳବାର ଦିନ ମହାବଳୀ ହନୁମାନଙ୍କର ପୂଜା କରନ୍ତୁ ଓ ମନ୍ଦିରକୁ ଯାଇ ଭୋଗ ନିଶ୍ଚିତ ଲଗାନ୍ତୁ ।

·    ଯଦି ଆପଣ ଇଣ୍ଟରଭ୍ୟୁକୁ ଯାଉଛନ୍ତି ତେବେ ସେହି ସମୟରେ ଗାଈକୁ ଗୁଡ, ଚଣା କିମ୍ବା ଅଟା ନିଶ୍ଚିତ ଖାଇବାକୁ ଦିଅନ୍ତୁ ।

·    ଯେଉଁ ଦିନ ଆପଣ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି ସେହି ଦିନ ଆପଣ ଗାଧୋଇବା ପାଣିରେ ଅଳ୍ପ ହଳଦୀ ମିଶାଇ ଦିଅନ୍ତୁ । ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ ।

·    ଏହା ବ୍ୟତୀତ ଯଦି ଆପଣ ଇଣ୍ଟରଭ୍ୟୁ ପାଇଁ ଘରୁ ବାହାରିବା ପୂର୍ବରୁ ଦହି ଓ ଚିନି ଖାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ ।