୭୩୦ କଏଦୀଙ୍କ ସହିତ ଜେଲରେ ବନ୍ଦ ଅଛି ଏହି ଭାଲୁ, ମିଳିଛି ଆଜୀବନ କାରାଦଣ୍ଡ !

କଜାଖସ୍ତାନ କୋସ୍ଟନୀ ଜେଲ (UK – 161/2)ରେ ୭୩୦ କଏଦୀ ଅଛନ୍ତି । ଏଥିରେ ଅଧିକତର କଏଦୀ ଦୁର୍ଦ୍ଦାନ୍ତ ଅପରାଧ ମାମଲାରେ ଦଣ୍ଡ ଭୋଗୁଛନ୍ତି । ଏହି ଜେଲରେ ୭୨୯ ମଣିଷଙ୍କ ସହିତ ଜଣେ କଏଦୀ ଅଛି ଯାହାର ନାମ କୈଟ୍ୟା । କୈଟ୍ୟାର ବୟସ ୩୬ ବର୍ଷ ଅଟେ ଏବଂ ସେ ଏକ ମାଦା ଭାଲୁ ଅଟେ । କୈଟ୍ୟାକୁ ଆଜୀବନ କାରାଦଣ୍ଡ ଦିଆ ହୋଇଛି । କହିବାକୁ ଗଲେ ଦଣ୍ଡ ମିଳିବାର ଅଧିକତମ ସମୟ ୨୫ ବର୍ଷ ହୋଇଥାଏ । କିନ୍ତୁ କୈଟ୍ୟାକୁ ଜୀବନ ସାରା ଏହି ଜେଲେରେ ରହିବାକୁ ପଡିବ ।

କାହିଁକି ମିଳିଛି ଦଣ୍ଡ ?

କୈଟ୍ୟାକୁ ୨୦୦୪ରେ ଜେଲ ପଠାଯାଇଥିଲା । ତାକୁ ବନ୍ଦ କରି ରଖିବା ପାଇଁ ଖାସ କରି ଏକ ଲୁହାର ପିଞ୍ଜରା ପ୍ରସ୍ତୁତ କରାଗଲା । କୈଟ୍ୟା ଦୁଇଟି ମଣିଷ ଉପରେ ଆକ୍ରମଣ କରିଥିଲା, ଯେଉଁ କାରଣରୁ ତାକୁ ଏହି ଦଣ୍ଡ ମିଳିଛି ।

୧୧ ବର୍ଷ ପିଲା ଉପରେ କରିଥିଲା ଆକ୍ରମଣ

ଅଳ୍ପ ବୟସରୁ ହିଁ କୈଟ୍ୟାକୁ ସର୍କସବାଲାମାନେ ନିଜର ଗୋଷ୍ଠୀରୁ ବାହାର କରି ଦେଇଥିଲେ । ଏହା ପରେ କ୍ୟାପିଙ୍ଗ ସାଇଟରେ ଏକ ପିଞ୍ଜରାରେ କୈଟ୍ୟାକୁ ରଖାଗଲା । ସେଠି ପର୍ଯ୍ୟଟକମାନେ ଆସନ୍ତି ଓ ତାକୁ ଦେଖି କିଛି ଖାଇବାକୁ ଦେଇ ଦିଅନ୍ତି । କିନ୍ତୁ ୧୫ ବର୍ଷ ପୂର୍ବେ ଏକ ବକ୍ସିଙ୍ଗ ଟୁର୍ନାମେଂଟ ଚାଲୁଥିଲା । ଏହି ସମୟରେ ଗୋଟିଏ ୧୧ ବର୍ଷର ଶିଶୁ ପିଞ୍ଜରା ପାଖକୁ ଯାଇ କୈଟ୍ୟାକୁ କିଛି ଖାଦ୍ୟ ଜିନିଷ ଦେବାକୁ ଚେଷ୍ଟା କରୁଥିଲା । କିନ୍ତୁ କୈଟ୍ୟା ତାର ଗୋଡ ଧରି ଟାଣି ଦେଲା ଓ ଶିଶୁଟି ବହୁତ ଆଘାତ ପାଇଥିଲା ।

ମଦ ନିଶାରେ ହାତ ମିଶାଇବାକୁ ଯାଇଥିଲେ ବିକ୍ଟର

ସେହି ବର୍ଷ କୈଟ୍ୟା ୨୮ ବର୍ଷର ଅନ୍ୟ ଏକ ବ୍ୟକ୍ତି ବିକ୍ଟର ଉପରେ ମଧ୍ୟ ଆକ୍ରମଣ କରିଥିଲା । ବିକ୍ଟର ମଦ ନିଶାରେ ଥିଲା ଓ କୈଟ୍ୟା ସହିତ ହାତ ମିଶାଇବା ପାଇଁ ହାତ ବଢାଇଥିଲା । ଏହି ଦୁଇଟି ଘଟଣା ପରେ ଅଧିକାରୀମାନେ ନିଷ୍ପତ୍ତି ନେଲେ କି କୈଟ୍ୟାକୁ ସେଠାରୁ ହଟାଇ କୌଣସି ଚିଡିଆଖାନାରେ ରଖିଦେବେ । କିନ୍ତୁ କୌଣସି ଚିଡିଆଖାନାରେ କୈଟ୍ୟାକୁ ରଖିବା ପାଇଁ ରାଜି ହେଲେ ନାହିଁ । ଶେଷରେ କୈଟ୍ୟାକୁ ଆଜୀବନ କାରାଦାଣ୍ଡ ରୂପରେ ଜେଲରେ ବନ୍ଦ କରିଦିଆଗଲା ।

ଜେଲର ପରିଚୟ ହୋଇଯାଇଛିକୈଟ୍ୟା

କୈଟ୍ୟା ୧୫ ବର୍ଷରୁ UK -୧୬୧/୨ରେ ଜେଲରେ ବନ୍ଦ ଅଛି । ସେ ବର୍ତ୍ତମାନ ଜେଲ ର ପରିଚୟ ହୋଇଯାଇଛି । ଅନ୍ୟ କଏଦୀଙ୍କ ସହ ଯିଏ ବି ଦେଖା କରିବାକୁ ଆସନ୍ତି ତାଙ୍କ ମଧ୍ୟରେ ବି କୈଟ୍ୟା ବହୁତ ଫେମସ ଅଟେ । ତାକୁ ଯେଉଁ ବଡ ପିଞ୍ଜରାରେ ରଖାଯାଇଛି ତାହାର ଗୋଟିଏ ଅଂଶ ଗୋଟିଏ ପାଣିପୁଲ ରେ ଖୋଲିଥାଏ ।