ମହାନ କ୍ରିକେଟର Sachin Tendulkar ଙ୍କୁ କାହିଁକି କୁହାଯାଏ God of Cricket ? ପ୍ରକୃତ କାରଣ ଜାଣିଲେ ଆପଣଙ୍କ ଛାତି ବି ଗର୍ବରେ ଫୁଲି ଉଠିବ

ଆମ ଦେଶରେ ଲୋକମାନେ କ୍ରିକେଟକୁ ଧର୍ମ ଭଳି ମାନ୍ୟ କରନ୍ତି । ମ୍ଯାଚ ଦିନ ସବୁ କାମଧନ୍ଦା ଛାଡି ଟିଭି ଓ ମୋବାଇଲ ଆଗରେ ବସି ରୁହନ୍ତି ଦେଶର କୋଟି କୋଟି ଜନତା । କ୍ରିକେଟ ପ୍ରତି ଭାରତୀୟଙ୍କ ଅହେତୁକ ଦୁର୍ବଳତା ଯୋଗୁଁ ଜଣେ କ୍ରିକେଟରଙ୍କୁ ଦିଆଯାଇଛି ଭଗବାନର ମାନ୍ୟତା । ଆପଣ ଭାବୁଥିବେ ସଚିନ ତେନ୍ଦୁଲକରଙ୍କୁ ସର୍ବାଧିକ ଶତକ ପାଇଁ ଭଗବାନ ବୋଲି କୁହାଯାଏ । ହେଲେ ଆପଣ ଏକଦମ ଭୁଲ ଭାବୁଛନ୍ତି । ଏସବୁ କେବଳ ସଚିନଙ୍କର କ୍ଯାରିୟରର ଗୋଟିଏ ଗୋଟିଏ ଉପଲବ୍ଧି ।

ଅସଲରେ କ୍ରିକେଟ ପ୍ରତି ତାଙ୍କର ଭଲପାଇବା ଏବଂ ତ୍ୟାଗ ହିଁ ତାଙ୍କୁ ଭଗବାନ ରୂପେ ଗଢି ତୋଳିଛି । ସଚିନଙ୍କ ଶାନ୍ତ ଓ ନମ୍ର ବ୍ୟବହାର ସହ କ୍ରିକେଟ ପ୍ରତି ସମର୍ପଣ ଭାବ ତାଙ୍କ ସଫଳତାର ମାଇଲ ଖୁଣ୍ଟ । ଆମେ ଆପଣଙ୍କୁ ଗୋଟିଏ ଘଟଣା ବିଷୟରେ କହିବୁ ଯେଉଁଥିରୁ ଆପଣ ବୁଝିପାରିବେ କାହିଁକି ସଚିନଙ୍କୁ କ୍ରିକେଟର ଭଗବାନ ବୋଲି କୁହାଯାଏ । 1999ରେ ମହମ୍ମଦ ଆଝାରୁଧିନଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ବିଶ୍ଵକପ ଖେଳିବାକୁ ଇଂଲଣ୍ଡ ଯାଇଥିଲା ।

ଟିମ୍ ରେ ଥାଆନ୍ତି ସଚିନ, ଦ୍ରାବିଡ, ଗାଙ୍ଗୁଲି, ଆଝାରୁଧିନ ଓ ଜାଡେଜା ବ୍ୟାଟିଂ ମଙ୍ଗ ସମ୍ଭାଳୁଥିବା ବେଳେ ଶ୍ରୀନଥ, ଭେଙ୍କଟେଶ ପ୍ରସାଦ, ଅଗରକର ଓ କୁମ୍ବଲେ ଥିଲେ ବୋଲିଂ ବ୍ରିଗେଡରେ । ସେତେବେଳେ ଦଳ ବେଶ ମଜବୁତ ଥିବାବେଳେ ଇଂଲଣ୍ଡ ମଧ୍ୟ ବେଶ ମଜବୁତ ଥିଲା । ହେଲେ ଗ୍ରୁପ ପର୍ଯ୍ୟାୟର ପ୍ରଥମ ମ୍ଯାଚରେ ଇଣ୍ଡିଆ ସାଉଥ ଆଫ୍ରିକା ଠାରୁ ହାରି ଯାଇଥିଲା । ଦ୍ଵିତୀୟ ମ୍ଯାଚ ଥିଲା ଜିମ୍ବାୱେ ବିପକ୍ଷରେ ।

ଆଉ ଜିମ୍ବାୱେକୁ ସବୁଠୁ ଦୁର୍ବଳ ଦଳ ବୋଲି ସମସ୍ତେ ମାନୁଥିଲେ । ଭାରତକୁ କୌଣସିମତେ ମ୍ଯାଚ ଜିତିବାର ଥିଲା, ଏଥିପାଇଁ ରାତିରେ ବି ଅଭ୍ଯାସ ଜାରି ରଖିଥିଲା ଟିମ୍ । ଏତିକି ବେଳେ ସଚିନଙ୍କ ପତ୍ନୀ ଅଞ୍ଜଳିଙ୍କୁ ବଡ ଭାଇ ଫୋନ କରି ଜଣାଇଥିଲେ ଯେ, ତାଙ୍କ ବାପା ହାର୍ଟଆଟାକ୍ ରେ ଚାଲିଗଲେ । ବାପା ରମେଶ ତେନ୍ଦୁଲକରଙ୍କ ପ୍ରତି ସଚିନଙ୍କର ଅହେତୁକ ପ୍ରେମ ଓ ଦୁର୍ବଳତା ଥିଲା । ତେଣୁ ସଚିନଙ୍କ ରୁମ୍ କୁ ଯେପରି ଗୋଟିଏ ଫୋନ କଲ୍ ଟ୍ରାନ୍ସଫର ନହୁଏ ଏଥିପାଇଁ ଅଞ୍ଜଳି ଜାଡେଜା ଓ ରବିନ ସିଂଙ୍କୁ କହିଥିଲେ ।

ଏପରିକି ସଚିନଙ୍କ ରୁମ୍ ବାହାରେ ତାଙ୍କୁ ଜଗିବା ପାଇଁ ମଧ୍ୟ କହିଥିଲେ । ଆଉ ରାତି 2ଟା ବେଳେ ଯେତେବେଳେ ସଚିନଙ୍କ ପାଖେ ଅଞ୍ଜଳି ପହଞ୍ଚିଥିଲେ ସେତେବେଳେ ତାଙ୍କୁ ଦେଖି ସଚିନ ଚମକି ପଡିଥିଲେ । ଅଞ୍ଜଳିଙ୍କ ମୁହଁରୁ ବାପାଙ୍କ ଦେହାନ୍ତ କଥା ସୂନୀ ସଚିନ ସ୍ଥାଣୁ ପାଲଟି ଯାଇଥିଲେ । ସକାଳୁ ଫ୍ଲାଇଟ ଧରି ତୁରନ୍ତ ଘରକୁ ଆସିବା ସହ ବାପାଙ୍କୁ ଲୁହାଭିଜା ଆଖିରେ ଅନ୍ତିମ ବିଦାୟ ଦେଇଥିଲେ ।

ସେଦିନ ଟିମ୍ ଇଣ୍ଡିଆ ବି ମାତ୍ର 3 ରନ୍ ରେ ଜିମ୍ବାୱେ ଠାରୁ ହାରି ଯାଇଥିଲା । ଏହାପରେ ସୁପର-12କୁ ଯିବା ପାଇଁ ଲଗାତାର ସବୁ ମ୍ଯାଚ ଜିତିବା ଭଳି “କର ବା ମର” ସ୍ଥିତି ରହିଥିଲା ଟିମ୍ ଇଣ୍ଡିଆ ପାଖରେ । ବାପାଙ୍କ ଦେହାନ୍ତରେ ଭାଙ୍ଗି ପଡିଥିବା ସଚିନ ପୁଣି ଥରେ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରିଥିଲେ । ସଚିନ ମ୍ଯାଚ ଖେଳିବେ କି ନାହିଁ ସମସ୍ତେ ଦ୍ଵନ୍ଦରେ ଥିବାବେଳେ ଆରମ୍ଭ ହୋଇଥିଲା କେନିୟା ବିପକ୍ଷ ମ୍ଯାଚ । ସେଦିନ ଗାଙ୍ଗୁଲି 50 ରନ୍ ରେ ଆଉଟ୍ ହେବା ପରେ 92 ରନ୍ ରେ ପଡିଥିଲା ଟିମ୍ ଇଣ୍ଡିଆର ଦ୍ଵିତୀୟ ୱିକେଟ ।

ଆଉ ଏତିକି ବେଳେ ରାହୁଲ ଦ୍ରାବିଡଙ୍କୁ ସାଥ୍ ଦେବା ପାଇଁ ମଇଦାନକୁ ଓହ୍ଲାଇଥିଲେ ଏହି ମହାନ କ୍ରିକେଟର ସଚିନ ତେନ୍ଦୁଲକର । ଆଉ ଷ୍ଟାଡିୟମ ସଚିନ ସଚିନ ଧ୍ୱନିରେ ଫାଟି ପଡୁଥାଏ । ସଚିନ ସିନା ନିରବୀ ଯାଇଥିଲେ ହେଲେ ତାଙ୍କ ବ୍ୟାଟ ସେଦିନ ବେଶ କଥା କହୁଥାଏ । ସତେ ଯେମିତି ଗୋଟିଏ ପରେ ଗୋଟିଏ ଛକା ଚଉକା ମାରି ସଚିନ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉ ଥାଆନ୍ତି ।

ସେହି ମ୍ଯାଚରେ ଉଭୟ ସଚିନ ଓ ଦ୍ରାବିଡ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ରାହୁଲ ଦ୍ରାବିଡ 104 ରନ୍ କରିଥିବା ବେଳେ ସଚିନ ମାତ୍ର 101 ବଲରେ 140 ରନ୍ କରିଥିଲେ । ଆଉ ଏହି ଶତକକୁ ସଚିନ ନିଜ ବାପାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଏହି ମ୍ଯାଚରେ ଭାରତ 97 ରନ୍ ରେ ଜିତିବା ସହ ଗ୍ରୁପ ପର୍ଯ୍ୟାୟର ବାକି ସବୁ ମ୍ଯାଚ ଜିତି ସୁପର-12 ରାଉଣ୍ଡରେ ପ୍ରବେଶ କରିଥିଲା ।

1999 ବିଶ୍ଵକପରେ ଭାରତ ସିନା କପ୍ ଜିତି ପାରିଲାନି କିନ୍ତୁ କ୍ରିକେଟ ପ୍ରତି ନିଜକୁ ଅର୍ପିତ କରି ଦେଇଥିବା ଜଣେ ମହାନ ଖେଳାଳିଙ୍କୁ ପାଇଥିଲା । ଏମିତି ଗୋଟେ ପରେ ଗୋଟେ ଅନେକ ସମର୍ପଣର ଉଦାହରଣ ଦେଇ ସଚିନ ପାଲଟି ଯାଇଥିଲେ କ୍ରିକେଟର ଭଗବାନ (God of Cricket) । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।