Astrology- ଝିଅଙ୍କୁ ବୁଝିବା କାହିଁକି ବହୁତ କଷ୍ଟ ହୋଇଥାଏ ? ଜନ୍ମ ମାସରୁ ଜାଣନ୍ତୁ କେଉଁ ଝିଅଙ୍କ ସ୍ଵଭାବ ଓ ଗୁଣ କିପରି ହୋଇଥାଏ ?

ସବୁ ବ୍ୟକ୍ତିଙ୍କର ସ୍ଵଭାବ ଭିନ୍ନ ଭିନ୍ନ ହୋଇଥାଏ । ହେଲେ ଝିଅମାନଙ୍କ ସ୍ଵଭାବ ବିଷୟରେ ଜାଣିବାକୁ ସମସ୍ତେ ଚାହିଁଥାନ୍ତି । କାହିଁକି ନା ଝିଅମାନେ ସ୍ବଭାବରେ ଯେତିକି ଚଞ୍ଚଳ ତାଙ୍କୁ ବୁଝିବା ମଧ୍ୟ ସେତିକି କଷ୍ଟ । ସେଥିପାଇଁ ପୁଅମାନେ ଝିଅଙ୍କ ବିଷୟରେ ଜାଣିବାକୁ ବେଶ ଇଚ୍ଛା ରଖନ୍ତି । କୁହାଯାଏ କି, ଝିଅମାନଙ୍କ ଜନ୍ମ ମାସରୁ ସେମାନଙ୍କ ଗୁଣ ବିଷୟରେ ଜାଣି ହୁଏ । ତେବେ ଆସନ୍ତୁ ଜାଣିବା କେଉଁ ମାସରେ ଜନ୍ମ ହୋଇଥିବା ଝିଅଙ୍କ ସ୍ଵଭାବ କିଭଳି ହୋଇଥାଏ ।

JANUARY: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ମହତ୍ଵାକାଂକ୍ଷୀ ହୋଇଥାନ୍ତି । ହେଲେ ସେମାନେ ନିଜ ଭାବନା ବିଷୟରେ କଥା ହେବାକୁ ପସନ୍ଦ କରନ୍ତି ନାହିଁ । ସେମାନେ ତାଙ୍କ ସ୍ତରର ବ୍ୟକ୍ତିଙ୍କୁ ପସନ୍ଦ କରନ୍ତି ଓ ତାଙ୍କ ସହ କଥା ଶେୟାର କରନ୍ତି ।

FEBRUARY: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ଖୁବ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ଅସୀମ ଧୈର୍ଯ୍ୟ ଏବଂ ପ୍ରେମ ରହିଥାଏ । ଏମାନଙ୍କ ମୁଡ୍ ସମୟ ସମୟରେ ପରିବର୍ତ୍ତନ ହୋଇଥାଏ । ଏମାନଙ୍କର ସବୁଠୁ ଖାସ୍ କଥା ହେଲା, ଯେଉଁମାନେ ଏମାନଙ୍କୁ ଧୋକା ଦିଅନ୍ତି ଏମାନେ କେବେବି ତାଙ୍କ ମୁହଁ ଚାହାନ୍ତିନି ।

MARCH: ଏହି ମାସରେ ଜନ୍ମ ହୋଇଥିବା ଝିଅମାନଙ୍କ ମଧ୍ୟରେ ଅଦ୍ଭୁତ ଆକର୍ଷଣ ରହିଥାଏ । ଏମାନେ ଯଦି ଆପଣଙ୍କୁ ଭଲପାଆନ୍ତି ତେବେ ଆପଣ ସବୁଠୁ ଭାଗ୍ୟଶାଳୀ । କାରଣ ଏମାନଙ୍କୁ ପ୍ରେମ ଜାଲରେ ଫସେଇବା ସବୁଠୁ କଷ୍ଟକର ବ୍ୟାପାର ।

APRIL: ଏହି ମାସରେ ଜନ୍ମ ହୋଇଥିବା ଝିଅ ସବୁଠୁ ସାହାସୀ ହୋଇଥାନ୍ତି । ଏମାନେ କାହାସହ କଥା ହେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଏମାନେ ପ୍ରେମ କରୁଥିବା ବ୍ୟକ୍ତି ଅନ୍ୟ କାହା ପ୍ରତି ଧ୍ୟାନ ଦେଲେ ଏମାନେ ଈର୍ଷାପରାୟଣ ହୋଇଯାନ୍ତି । ତାଙ୍କ ସହ ବିଶ୍ଵାସୀ ହୋଇଥିବା ବ୍ୟକ୍ତିଙ୍କ ଭରସା ଏମାନେ କେବେବି ଭାଙ୍ଗନ୍ତି ନାହିଁ ।

MAY: ଏହି ମାସରେ ଜନ୍ମ ହୋଇଥିବା ଝିଅ ନିଜ ସିଦ୍ଧାନ୍ତରେ ଅଟଳ ରୁହନ୍ତି ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ମଧ୍ୟ ହୋଇଥାନ୍ତି । ଯେଉଁମାନେ ଏମାନଙ୍କୁ ଭଲ ପାଇଥାନ୍ତି ସେମାନେ ତାଙ୍କ ପାଇଁ ଜୀବନ ଦେବାକୁ ବି ପଛାନ୍ତି ନାହିଁ ।

JUNE: ଏହି ମାସରେ ଜନ୍ମ ହୋଇଥିବା ଝିଅ ଉତ୍ସୁକ ଓ ରଚନାତ୍ମକ ହୋଇଥାନ୍ତି । ଏମାନେ କଥାବାର୍ତ୍ତା କରିବାରେ ଖୁବ୍ ନିପୁଣ ଓ ଭାବିବା ପୂର୍ବରୁ କଥା କହିଥାନ୍ତି ବା ରୋକଠୋକ କଥା କହିବାକୁ ପସନ୍ଦ କରନ୍ତି ।

JULY: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ସଚ୍ଚୋଟ, ସୁନ୍ଦର ଓ ବୁଦ୍ଧିମତୀ ହୋଇଥାନ୍ତି । ଏମାନେ ଝଗଡା କରିବାକୁ ବିଲକୁଲ ପସନ୍ଦ କରନ୍ତି ନାହିଁ ଓ ଝଗଡା ଠାରୁ ଦୂରରେ ରୁହନ୍ତି । ଏହି ଝିଅମାନେ ସମସ୍ତଙ୍କ ପ୍ରତି ବିନମ୍ର ହୋଇଥାନ୍ତି ।

AUGUST: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ଖୁବ ଭଲ ହୋଇଥାନ୍ତି । ଏମାନଙ୍କ ସେନ୍ସ ଅଫ୍ ହ୍ୟୁମର ଖୁବ ଭଲ ହୋଇଥାଏ । ଏମାନେ ଥଟ୍ଟା ସହିପାରନ୍ତି ନାହିଁ । ଏମାନଙ୍କୁ ଆକର୍ଷଣର କେନ୍ଦ୍ର ହେବାକୁ ଭଲ ଲାଗେ । ଏମାନେ ସମସ୍ତଙ୍କର ଯତ୍ନ ନେଇଥାନ୍ତି ।

SEPTEMBER: ଏହି ମାସରେ ଜନ୍ମ ହୋଇଥିବା ଝିଅ ସୁନ୍ଦର, ଅନୁଶାସିତ ଓ ଦୟାଳୁ ସ୍ଵଭାବର ହୋଇଥାନ୍ତି । ଢୋକ ଦେବା ଲୋକଙ୍କୁ ଏମାନେ କେବେ କ୍ଷମା କରନ୍ତି ନାହିଁ । ଏମାନେ ନିଜ ପିତାମାତାଙ୍କ ଠାରୁ ଅନେକ କିଛି ଆଶା କରନ୍ତି ।

OCTOBER: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ଉତ୍ତମ ଧରଣର ହୋଇଥାନ୍ତି । ଏମାନେ ଅତ୍ୟନ୍ତ ଭାବୁକ ହୋଇଥିବା ସହ କାହା ସମୁଖରେ କାନ୍ଦିବାକୁ ପସନ୍ଦ କରନ୍ତି ନାହିଁ । ନିଜ ଇମୋଶନକୁ ନିୟନ୍ତ୍ରଣରେ ରଖିବା ଏମାନଙ୍କୁ ଖୁବ ଭଲ ଭାବେ ଜଣା ।

NOVEMBER: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ସବୁବେଳେ ଅନ୍ୟମାନଙ୍କ ଠାରୁ ଗୋଟିଏ ପାଦ ଆଗରେ ରହିଥାନ୍ତି । ଏମାନେ ମିଛକୁ ଖୁବ ଶୀଘ୍ର ଜାଣି ନିଅନ୍ତି । ଏମାନେ ମିଛ କୁହନ୍ତି ନାହିଁ କି ମିଛ କହୁଥିବା ଲୋକଙ୍କୁ ପସନ୍ଦ କରନ୍ତି ନାହିଁ ।

DECEMBER: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ଖୁବ ଅଧୀର । ଏହାସହ ଏମାନେ ଖୁବ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି ଓ ସବୁ ପରିସ୍ଥିତିରେ ଜିତିଥାନ୍ତି । ଏମାନେ ସ୍ବଭାବରେ ଖୁବ ଦିଲଦାର ହୋଇଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।