ସବୁବେଳେ ଚିନ୍ତିତ ରହୁଥିବା ଲୋକ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ, ଆପଣଙ୍କ ଜୀବନ ବଦଳିଯିବ- Krishna Vani

ସମୟ , ସମୟ ନା ବ୍ୟକ୍ତି ଅଟେ ନା ବସ୍ତୁ ଅଟେ ତଥାପି ଜୀବିତ ଥାଏ । ଏହି ସମୟ ନା ଜଳ , ନା ଅଗ୍ନି , ନା ବାୟୁ ଅଟେ କିନ୍ତୁ ଏହା ଆମ ଜୀବନର ଆଧାର ଅଟେ । ମନୁଷ୍ୟ ଏହି ସମୟ ହାତରେ ପରିଚାଳିତ ହୋଇଥାଏ । କେବେ କାହାର ସମୟ ଭଲ ତ କାହାର ସମୟ ଖରାପ ହୋଇଥାଏ । କେହି କେହି ଏହି ସମୟର ଆସିବାକୁ ତ କେହି ସମୟ ଯିବାକୁ ଅପେକ୍ଷା କରଥାନ୍ତି । ସମୟ କାହାର ବି ହାତବାରିଷୀ ହୋଇନଥାଏ ।

ସମୟକୁ କେହି ଦେଖି ପାରନ୍ତି ନାହିଁ କିନ୍ତୁ ସମୟ ସମସ୍ତଙ୍କୁ ସବୁ କିଛି ଦେଖେଇ ଯାଇଥାଏ । ନିଜର କିଏ ଓ ପର କିଏ , ଶୁଭ ଚିନ୍ତକ କିଏ ଓ ଶତ୍ରୁ କିଏ ଜଣାଇଥାଏ । ଏହି ସମୟ ଦେଖେଇଥାଏ କି ଆପଣ କେତେ ବଳଶାଳୀ ଓ କେତେ ଦୁର୍ବଳ ଅଟନ୍ତି ।

ଏହି ସମୟ ଯିଏକି ଏତେ ବଳବାନ ଏଥିପାଇଁ ଏହାକୁ ନଷ୍ଟ କରନ୍ତୁ ନାହିଁ । ଆପଣ ଏହି କ୍ଷଣି ଉଠନ୍ତୁ ଆଉ ଏହି ସମୟର ଭରପୁର ଉପଯୋଗ କରନ୍ତୁ । କାହିଁକି ନା ସମୟର ସଦୁପଯୋଗ କରିବା କେବଳ ଆପଣଙ୍କ ହାତରେ ଅଛି । ଯଦି ଥରେ ସମୟ ଚାଲିଗଲା ତ ଜୀବନ ସାରା ଯେତେ ଚେଷ୍ଟା କରନ୍ତୁ କନ୍ତୁ ଆଉ କେବେ ବି ମିଳିବ ନାହିଁ । ଆମେ ଆମ ସମ୍ପର୍କୀୟଙ୍କ ସହ ଚାଲିଥାଉ ତାଙ୍କ ସହ ଖେଳି ଥାଉ , ବୁଲିଥାଉ , ଖାଇଥାଉ ଆନନ୍ଦ କରିଥାଉ ।

କିନ୍ତୁ ଯେତେବେଳେ କେହି ସମ୍ପର୍କ ଦୂରକୁ ଚାଲିଯାଏ କିମ୍ବା ସଂସାରରୁ ଚାଲି ଯାଏ ତେବେ ଆମେ ଦୁଃଖୀ ହୋଇଯାଉ , ଦୁର୍ବଳ ହୋଇଯାଉ । ଏମିତି କଣ ହେବା କଥା କି । ପ୍ରକୃତିର ଅନୁକରଣ କରନ୍ତୁ । ବୃକ୍ଷ ତାର ପତ୍ର ଝଡିଗଲେ ଦୁଃଖ କରେ ନାହିଁ , ନୂଆ ପତ୍ର ଆସିବାକୁ ଅପେକ୍ଷା କରି ରହିଥାଏ । କାଲି ଆପଣ ବି କାହା ସ୍ଥାନରେ ସଂସାରକୁ ଆସିଛନ୍ତି । ଆସନ୍ତା ସମୟରେ ଆପଣଙ୍କ ସ୍ଥାନରେ ଆଉ କେହି ଆସିବ । ଏହା ତ ସଂସାରର ନିୟମ ଅଟେ ।

ଏଥିରେ ଶୋକ କରିବାର କିଛି କାରଣ ନାହିଁ । ଯାହା ଚାଲିଗଲା ସେଥିରେ ଦୁଃଖ ନକରି ଯାହା ଅଛି ସେଥିରେ ଆନନ୍ଦିତ ହେବା ଉଚିତ । ବହୁତ ଲୋକ କୁହନ୍ତି କି ମୋ ପାଖରେ ସମୟ ନାହିଁ , ଏହି କାର୍ଯ୍ୟରେ ବହୁତ ସମୟ ଲାଗିଯିବ , ଏହି ବିଷୟରେ ଚିନ୍ତା କରିବା ପାଇଁ ସମୟ ଦରକାର । ଯଦି ଆପଣ ଭାବି ଭାବି ସମୟ ନଷ୍ଟ କରିଦିଅନ୍ତି ଯେ ଆପଣଙ୍କୁ କଣ କରିବାକୁ ପଡିବ ତେବେ ସମୟ ନିଶ୍ଚିତ ଭାବି ନେବ ଯେ ସେ ଆପଣଙ୍କ ସହ କଣ କରିବ ।

କାହିଁକି ନା ସମୟ ଅତ୍ୟନ୍ତ କଠୋର ହୋଇଥାଏ । ସମୟ ଯେତେ ସମୟ ପର୍ଯ୍ୟନ୍ତ ଆପଣଙ୍କ ପାଖରେ ଅଛି ସେତେ ପର୍ଯ୍ୟନ୍ତ ଆପଣ ସମୟକୁ ସମ୍ମାନ ଦିଅନ୍ତୁ ଓ ସମୟର ସଦୁପଯୋଗ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।