ଏମିତି କୁହାଯାଏ କି ଯେତେ ବି ସରକାରୀ ଅଫିସର ଅଛନ୍ତି ସେ ଲାଞ୍ଚ ବା ପଇସା ନେଇ କାମ କରିଥାନ୍ତି କିନ୍ତୁ କିଛି ଏମିତି ବି ସିପାହୀ ଅଛନ୍ତି ଯିଏ ସଚ୍ଚୋଟତାର ସହିତ କାମ କରିଥାନ୍ତି । ତାଙ୍କ ସାମ୍ନାରେ କେହି ବି ଆସନ୍ତୁ ସେ ଯେତେ ବଡ ଅଫିସର ହୋଇଥାନ୍ତୁ ସେ ନିଜ କର୍ତ୍ତବ୍ୟ ପାଳନ କରିଥାନ୍ତି । କିଛି ଏମିତି ହିଁ ହେଲା ଡ଼ିଜିପିଙ୍କ ସହିତ ଯେବେ ସେ ଟ୍ରାଫିକ ନିୟମ ଭାଙ୍ଗିଲେ ତେବେ ସିପାହୀ ଜଣଙ୍କ ତାଙ୍କ ପୋଷ୍ଟକୁ ଭୁଲି ନିଜ କର୍ତ୍ତବ୍ୟ ସଚ୍ଚୋଟତାର ସହିତ ପାଳନ କରିଥିଲେ ।
ଆପଣ ନିଜେ ଭାବନ୍ତୁ ଶୁଣିବାକୁ ତ ଅଜବ ଲାଗୁଛି କିନ୍ତୁ ଏହା ସତ୍ୟ କି ଏହା ପରେ ଡ଼ିଜିପି ସାହାବ ସେହି ସିପାହୀଙ୍କ ସହିତ କଣ କରିଥିବେ । ସବୁ କିଛି ଭୁଲି ଯବାନ ନିଜ କର୍ତ୍ତବ୍ୟ ପାଳନ କରିଥିଲେ ଓ କାଟିଥିଲେ ନିଜ ଡ଼ିଜିପିଙ୍କର ଚାଲାଣ, ଆଜିର ସମୟରେ ଏମିତି ପୋଲିସ ମିଳିବା ବହୁତ କଷ୍ଟ କିନ୍ତୁ ଏମିତି ଲୋକ ଆଜି ବି ଅଛନ୍ତି ।
ପୋଲିସବାଲାଙ୍କର ଇମେଜ ସବୁବେଳେ ଖରାପ ହେବାକୁ ଲାଗିଛି କିନ୍ତୁ ଆପଣଙ୍କୁ ସତ କହି ରଖୁଚୁ କି ଏମିତି ନୁହେଁ । ଯେଉଁ ପୋଲିସ ଙ୍କ କଥା ଆମେ କହିବାକୁ ଯାଉଛୁ ତାଙ୍କ କଥା ଟିକେ ଅଲଗା । ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ ରେ CPU ର ପୋଲିସ ଯବାନ, ଉତ୍ତରାଖଣ୍ଡ ପୋଲିସ ମହାନିର୍ଦେଶକ (DGP) ଅନିଲ ରତୁଡି ରେଡ ଲାଇଟ ଜମ୍ପ କରିବାରୁ ତାଙ୍କ ଚାଲାଣ କାଟି ଦେଇଥିଲେ ।
ଯାହା ପରେ ଡ଼ିଜିପି ଯବାନଙ୍କର ପ୍ରଶଂସା କରିଥିଲେ ଓ ତା ପିଠି ଥାପୁଡାଇ ଥିଲେ । ଏମିତି ଏଥିପାଇଁ ହେଲା କି ଯବାନ ଜଣଙ୍କ ମାନିଲେ କି ଏହି ନିୟମ ସମସ୍ତଙ୍କ ପାଇଁ ସମାନ ସେ କୌଣସି ସାଧାରଣ ମଣିଷ ପାଇଁ ହେଉ ବା କୌଣସି ଅସାଧାରଣ ମଣିଷ ପାଇଁ ହେଉ । ଯେଉଁ କାମ ସେହି ଯବାନ ଜଣଙ୍କ କଲେ ଯଦି ସେହି କାମ ଆଜିର ଯୁଗରେ ସବୁ ସରକାରୀ କର୍ମଚାରୀ କରିବାକୁ ଲାଗିବେ ତେବେ ସାଧାରଣ ଜନତା ସରକାରୀ ଅଫିସରଙ୍କୁ ଖରାପ ଦୃଷ୍ଟିରେ ଦେଖିବେ ନାହିଁ ।
ସେହି ଯବାନ ଜଣଙ୍କ ଠାରୁ ଆମକୁ ଏହି ଶିକ୍ଷା ମିଳିବା ଦରକାର କି ଆମେ ଯେଉଁ କାମକୁ ବି କରୁ ପରିଶ୍ରମ ଓ ସଚ୍ଚୋଟତାର ସହିତ କଲେ ଆମକୁ ଭଲ ଫଳ ହିଁ ମିଳିବ । ଯଦି ଆମକୁ ଲାଗେ କି ଆମେ ଯେଉଁ କାମ କରୁଛୁ ତା ଠିକ ଅଟେ ତେବେ ତାକୁ କରିବାରେ କେବେ ବି ଡରିବା କଥା ନୁହେଁ ଆପଣଙ୍କ ସାମ୍ନାରେ କେତେ ବି ବଡ ପୋଷ୍ଟର ଅଧିକାରୀ ଥାଉ ନା କାହିଁକି । ପରେ ସମସ୍ତେ ଆପଣଙ୍କ କାମକୁ ପ୍ରଶଂସା କରିବେ ।
ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।