ସାବିତ୍ରୀ ବ୍ରତ ଦିନ ଏହି ସବୁ ଜିନିଷ ବ୍ୟବହାର କଲେ – ବଢିଥାଏ ସ୍ବାମୀର ଆୟୁଷ

ସଧବା ନାରୀମାନଙ୍କର ଏକ ବିଶିଷ୍ଟ ପର୍ବ ହେଉଛି ସାବିତ୍ରୀ ଅମାବାସ୍ୟା । ଆସନ୍ତା ଜୁନ 10 ତାରିଖରେ ସାରା ଓଡିଶାରେ ଏହି ପର୍ବ ପାଳନ ହେବାକୁ ଯାଉଛି । ଏହି ବ୍ରତରେ ଓଡିଆ ଘରର ସଧବା ନାରୀମାନେ ସେମାନଙ୍କ ପତିଙ୍କର ଶୁଭ ମନାସିବା ପାଇଁ ଦୀର୍ଘ ଆୟୁଷ କାମନା କରି ବ୍ରତ ରଖିଥାନ୍ତି । ସବୁ ନାରୀଙ୍କର ଇଚ୍ଛା ଥାଏ ସାବିତ୍ରୀଙ୍କ ଭଳି ସଦା ସର୍ବଦା ସଧବା ହୋଇ ରହିବା ପାଇଁ ।

ସେଥିପାଇଁ ଏହି ବ୍ରତକୁ ଖୁବ ନିଷ୍ଠାର ସହ ପାଳନ କରିଥାନ୍ତି । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ଏହି ବ୍ରତର ପୂଜାରେ ନାରୀମାନେ କେଉଁ ସବୁ ଜିନିଷ ବ୍ୟବହାର କରି ଥାନ୍ତି ଓ ଏହାର ମାହାତ୍ମ୍ୟ କଣ ଅଟେ । ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ ସବୁ ଜିନିଷ ବ୍ୟବହାର କରାଯାଏ ଓ ଏହାର ମାହାତ୍ମ୍ୟ କଣ ?

ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ଦିନ ଏହି ବ୍ରତ ପାଳନ କରାଯାଇଥାଏ । ଏହା ସଧବା ନାରୀମାନଙ୍କର ମହତ୍ତ୍ୱପୂର୍ଣ୍ଣ ପର୍ବ ଅଟେ । ଏହି ଦିନ ସତ୍ୟବାନ, ସାବିତ୍ରୀ ତଥା ଯମରାଜାଙ୍କ ପୂଜା କରାଯାଇଥାଏ । ପୌରାଣିକ କଥା ଅନୁସାରେ ଏହି ଦିନ ସାବିତ୍ରୀ ଏହି ବ୍ରତ ପାଳନ କରି ନିଜ ସ୍ଵାମୀଙ୍କୁ ଯମରାଜାଙ୍କ ଠାରୁ ଫେରାଇ ଆଣିଥିଲେ । ସେହି ଦିନଠାରୁ ଏହି ସାବିତ୍ରୀ ବ୍ରତକୁ ପାଳନ କରାଯାଉଛି ।

ସେଥିପାଇଁ ହିନ୍ଦୁ ଧର୍ମର ସଧବା ନାରୀମାନେ ନିଜ ପତିଙ୍କ ରକ୍ଷା କରିବା ପାଇଁ ଏହି ବ୍ରତ ପାଳନ କରିଥାନ୍ତି । ଏହି ଦିନ ସଧବା ନାରୀମାନେ ସକାଳୁ ଉଠି ସ୍ନାନ ଆଦି କାର୍ଯ୍ୟ ସାରି ନୂଆ ଶାଢୀ ପିନ୍ଧି ପୂଜା ସାମଗ୍ରୀ ଓ ଫଳମୂଳ ଧରି ସାବିତ୍ରୀଙ୍କ ପୂଜା ଲାଗି ବାହାରି ଥାଆନ୍ତି ।

ସେହି ପୂଜା ପାଇଁ ଯେଉଁ ସବୁ ସାମଗ୍ରୀ ଆବଶ୍ୟକ ହୁଏ ତାହା ହେଲା ବ୍ରତ, ଲାଲ ରଙ୍ଗର ଶାଢୀ, ଶଙ୍ଖା,  ସିନ୍ଦୁର, ଅଳତା, ଦୁବ, ବରକୋଳି ପତ୍ର ଇତ୍ୟାଦି ଓ ଭୋଗ ପାଇଁ ବିଭିନ୍ନ ପ୍ରକାରର ଫଳ ବ୍ୟବହାର କରାଯାଇଥାଏ ଯେପରିକି ନଡିଆ, ଆମ୍ବ, ପଣସ, ସପୁରି, କଦଳୀ, ଲିଚୁ କୋଳି ଇତ୍ୟାଦି ।

 

ଏହି ସବୁ ପୂଜା ସାମଗ୍ରୀ ଜଣେ ବିବାହିତା ନାରୀର ପ୍ରତୀକ । ଯେତେବେଳେ ଝିଅଟିଏ ବୋହୁ ହୋଇ ଶାଶୁ ଘରକୁ ଯାଏ ସେତେବେଳେ ସେ ଲାଲ ରଙ୍ଗର ସବୁ ଜିନିଷ ପିନ୍ଧିଥାଏ । କାରଣ ଲାଲ ରଙ୍ଗ ହେଉଛି ବୈବାହିକ ଜୀବନରେ ଶୁଭ ର ପ୍ରତୀକ ।

ସେଥିପାଇଁ ସଧବା ନାରୀମାନେ ସର୍ବଦା ମଥାରେ ଲାଲ ସିନ୍ଦୁର ଓ ହାତରେ ଶଙ୍ଖା ପିନ୍ଧି ପତିଙ୍କ ଶୁଭ ମନାସି ବିଭିନ୍ନ ବିପଦରୁ ରକ୍ଷା କରିବା ପାଇଁ ଏହି ବ୍ରତ ପାଳନ କରିଥାନ୍ତି ।

ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆଗକୁ ଏମିତି ଅନେକ ନୂଆ ନୂଆ ଲେଖା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।