IIM ରୁ ଟପ କରିଥିବା ବ୍ୟକ୍ତି ପରିବା ବିକି ଆୟ କରୁଛି କୋଟି କୋଟି ଟଙ୍କା, ବଦଳାଇ ଦେଲା ଚାଷୀମାନଙ୍କର ଜୀବନ, ଦେଖନ୍ତୁ କେମିତି

ବର୍ତ୍ତମାନ ସମୟରେ ଏମବିଏ ର ଡିଗ୍ରୀର ବହୁତ ମହତ୍ଵ ଅଛି । ଏହାକୁ କରିବା ପରେ ଆପଣଙ୍କୁ ଭଲ ସ୍ୟାଲେରୀ ବାଲା ଚାକିରି ମିଳିଯାଏ । ସେଥିପାଇଁ ସମସ୍ତେ ଭଲ ରୁ ଭଲ ଇଂସ୍ଟିଟ୍ଯୂଟରୁ ଏମବିଏ କରିବା ପାଇଁ ଚାହାନ୍ତି । ଇଣ୍ଡିଆନ ଇନ୍ସଟିଉଟ ଅଫ ମ୍ୟାନେଜମେନ୍ଟ ଅହମଦାବାଦ (IIMA) ଭଳି ବଡ ଜାଗାରୁ ଡିଗ୍ରୀ ନେଇ ଗୋଲ୍ଦ ମେଡାଲ ଆଣୂଥିବା ଛାତ୍ରକୁ କେବଳ ଭାରତରେ ନୁହେଁ ବିଦେଶରେ ବି କେତେକ ବଡ କମ୍ପାନୀରେ ବି ସହଜରେ ବଡ ପ୍ୟାକେଜ ମିଳିଯାଏ ।

କିନ୍ତୁ କିଛି ଲୋକମାନେ ଏମିତି ବି ଅଛନ୍ତି ଯେଉଁମାନେ ଚାକିରି କରିବାକୁ ଚାହାନ୍ତି ନାହିଁ ଓଲଟା କିଛି ଲୋକମାନଙ୍କୁ ଚାକିରି ଦେବାକୁ ଚାହାନ୍ତି । ଏମିତି ହିଁ ଜଣେ ବ୍ୟକ୍ତି ଅଟନ୍ତି ବିହାରର ପଟନାରେ ରହୁଥିବା କୌଶଲେନ୍ଦ୍ର ।

କୌଶଲେନ୍ଦ୍ରଙ୍କର ଜନ୍ମ ବିହାରର ନାଳନ୍ଦା ଜିଲ୍ଲାର ମୋହମ୍ମଦପୁର ଭଳି ଛୋଟ ଗ୍ରାମରେ ହୋଇଥିଲା । ଯେତେବେଳେ ସେ ୫ ମ ଶ୍ରେଣୀରେ ଥିଲେ ତେବେ ଘରୁ ୫୦ କିଲୋମିଟର ଦୂରରେ ଥିବା ଏକ ନୂଆ ସ୍କୁଲରେ ସେ ଶିଫ୍ଟ ହୋଇ ଯାଇଥିଲେ । ଏହି ସ୍କୁଲର ଭଲ କଥା ଏହା ଥିଲା କି ଏଠି ଭଲ ପଢୁଥିବା ପିଲାମାନଙ୍କୁ ଫ୍ରୀରେ ଶିକ୍ଷା, ବହି ଓ ଖାଦ୍ୟ ଦିଆଯାଉଥିଲା ।

ସ୍କୁଲ ଶିକ୍ଷା ପୁରା କରିବା ପରେ ସେ ଇଣ୍ଡିଆନ କାଉନ୍ସିଲ ଅଫ ଏଗ୍ରୀକଲ୍ଚର ରିସର୍ଚ ଜୂନାଗଢ, ଗୁଜୁରାଟରୁ ବୀ.ଟେକ କରିଲେ । ଏହି ସମୟରେ ତାଙ୍କୁ ଅନୁଭବ ହେଲା କି ସହର ଅପେକ୍ଷା ଗ୍ରାମର ଲୋକମାନଙ୍କୁ ଚାକିରି ଓ ଉନ୍ନତି କ୍ଷେତ୍ରରେ ଅବସର ବହୁତ କମ ଦିଆଯାଉଛି । ଏମିତିରେ ସେ ନିଜର ବିହାର ପାଇଁ କିଛି କରିବା ପାଇଁ ଓ ଗ୍ରାମରେ ରୋଜଗାରର ଅବସର ବଢାଇବା ପାଇଁ ଚିନ୍ତା କରିଲେ ।

ଏହା ପରେ ସେ IIM, ଅହମଦାବାଦ ରୁ ଗୋଲ୍ଦ ମେଡାଲ ନେଇ ଟପ ବି କରିଲେ କିନ୍ତୁ ଏହା ପରେ ସେ ନିଜର ଗ୍ରାମ ପଟନା ଫେରି ଆସି ନିଜର ଭାଇ ସହ ମିଶି ‘କୌଶଲ୍ୟା ଫାଉଂଡେଶନ’ର ସ୍ଥାପନା କରିଲେ । ଏହି ଫାଉଂଡେଶନର ମୁଖ୍ୟ ଉଦ୍ଦେଶ୍ୟ ଚାଷୀ ଓ ଭେଣ୍ଡର୍ସଙ୍କ ମଧ୍ୟରେ ପନି ପରିବାର ବ୍ୟାପାରକୁ ଅଧିକ ବିକଶିତ ଓ ଲାଭବାନ କରିବାର ଥିଲା ।

ଏହା ମଧ୍ୟରେ ତାଙ୍କର ହିଁ ‘ସମୃଦ୍ଧି ଯୋଜନା’ ଚାଷୀମାନଙ୍କ ମଧ୍ୟରେ ବହୁତ ପପୁଲାର ହୋଇଗଲା । ବର୍ତ୍ତମାନ କୌଶ୍ୟଲ ଫାଉଂଡେଶନ ସହ ୨୦ ହଜାର ଚାଷୀ ଜଡିତ ହୋଇଯାଇଛନ୍ତି ଓ ତାଙ୍କ ପାଖରେ ୭୦୦ କର୍ମଚାରୀ କାମ କରୁଛନ୍ତି । ଏହା ସହିତ ତାଙ୍କର ଫାଉଂଡେଶନ ଚାଷୀମାନଙ୍କୁ ଚାଷ ସମ୍ବନ୍ଧିତ କିଛି ଟିପ୍ସ ବି ଦେଲେ । ଏହି ଫାଉଂଡେଶନ ବିଶେଷ ରୂପରେ ଫ୍ରୋଜନ ବେଜିଟେବଲ୍ସ ଉପରେ କାମ କରିଥାଏ । କୌଶଲେନ୍ଦ୍ର ଏକ ଏମିତି ବକ୍ସ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ବରଫ କିମ୍ବା କୁଲିଙ୍ଗ ସହାୟତା ଦ୍ଵାରା ପନିପରିବାକୁ ୫ ରୁ ୬ ଦିନ ପର୍ଯ୍ୟନ୍ତ ତାଜା ରଖା ଯାଇ ପାରିବ ।

କୌଶଲେନ୍ଦ୍ରଙ୍କର ଏହି ଆଈଡିୟା ଓ କମ୍ପାନୀ କାରଣରୁ ଚାଷୀମାନଙ୍କର ଆୟ ୨୦ ରୁ ୨୫ % ବଢି ଯାଇଛି । ଅନ୍ୟ ପଟେ ବେଜିଟେବଲ୍ସ ୱେଂଡର୍ସଙ୍କ ଆୟ ବି ୫୦ ରୁ ୧୦୦ % ପର୍ଯ୍ୟନ୍ତ ବଢି ଅଯାଇଛି । ବର୍ତ୍ତମାନ ତାଙ୍କର କମ୍ପାନୀ ସବୁ ବର୍ଷ ୫ କୋଟିରୁ ବି ଅଧିକ ଟର୍ନଓବର କରୁଛି ।

ଆଶାକରୁଛୁ କୌଶଲେନ୍ଦ୍ରଙ୍କର ଏହି କାମ ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ତାଙ୍କ ପାଇଁ ଗୋଟେ ସେଆର କରନ୍ତୁ । ଆଗକୁ ଏମିତି ଅନେକ ପ୍ରେରଣାଦାୟକ ଲେଖାଗୁଡିକ ପାଇଁ ଓଡିଆ ଫାଷ୍ଟ ପେଜକୁ ଏବେହିଁ ଲାଇକ କରନ୍ତୁ । ଧନ୍ୟବାଦ ।