ସାବିତ୍ରୀ ବ୍ରତ ମରିଗଲେ ବି କରନ୍ତୁ ନାହିଁ ଏହି ଭୁଲ୍ ! ସ୍ଵାମୀର ଜୀବନ ଉପରେ ଆସିଥାଏ ବିପଦ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତ ସଧବା ମହିଳା ମାନଙ୍କ ପାଇଁ ସାବିତ୍ରୀ ବ୍ରତ ବହୁତ ବଡ ଏକ ପର୍ବ ହୋଇଥାଏ । ଏହି ବ୍ରତକୁ ବିବାହିତ ମହିଳା ମାନେ ନିଜର ସ୍ଵାମୀଙ୍କ ମଙ୍ଗଳ କାମନା କରି ନିଷ୍ଠାର ସହ ବ୍ରତଉପବାସ କରିଥାନ୍ତି । ତେବେ ପୌରାଣିକ ବିଧି ଅନୁସାରେ ଭଗବାନ ଯମରଜାଙ୍କ ପାଖରେ ସତୀ ସାବିତ୍ରୀ ନିଜ ସ୍ଵାମୀଙ୍କ ପ୍ରାଣ ରକ୍ଷା ପାଇଁ ଗୁହାରୀ କରିଥିଲେ । ତେବେ ସତୀ ସାବିତ୍ରୀଙ୍କ ନିଷ୍ଠାମନୋଭାବ ଯୋଗୁ ଭଗବାନ ଯମରାଜା ସାବିତ୍ରୀଙ୍କୁ ତାଙ୍କ ସ୍ଵାମୀଙ୍କ ଜୀବନ ଫେରାଇ ଦେଇଥିଲେ ।

ତେବେ ସେହି ଦିନ ଠାରୁ ସେହି ଦିନକୁ ସାବିତ୍ରୀ ବ୍ରତ ଭାବରେ ପାଳନ କରାଯାଇ ଆସୁଅଛି । ଏହି ସାବିତ୍ରୀ ବ୍ରତ ଦିନ ୫ ଟି କାର୍ଯ୍ୟ ଭୁଲରେ ମଧ୍ୟ କରନ୍ତୁ ନାହିଁ । କୌଣସି ପର୍ବପର୍ବାଣି ବିଶେଷ କରି ସାବିତ୍ରୀ ବ୍ରତ ଦିନ ଭୁଲରେ ମଧ୍ୟ କଳା ରଙ୍ଗର ଶାଢୀ କିମ୍ବା କିଛି ଜିନିଷ ପରିଧାନ କରନ୍ତୁ ନାହିଁ । ବିଶେଷ କରି ସାବିତ୍ରୀ ବ୍ରତ ଦିନ ନାଲି ରଙ୍ଗର ଶାଢୀ, ଚୁଡି, ଶଙ୍ଖା,ସିନ୍ଦୁର ଓ ଅଳତା ଆଦି ପିନ୍ଧନ୍ତୁ । ଏହା ଆପଣଙ୍କ ସ୍ଵାମୀଙ୍କୁ ଦୀର୍ଘାୟୁ କରିଥାଏ ।

ସାବିତ୍ରୀ ଅମାବାସ୍ୟାରେ ରାତିରେ ବାହାରେ ଲୁଗାପଟା ଆଦି ଜିନିଷ ସୁଖାନ୍ତୁ ନାହିଁ । ଏହାକୁ ଅଶୁଭ ମନା ଯାଇଥାଏ । ସାବିତ୍ରୀ ଓଷା ଦିନ କେବେ ମଧ୍ୟ ସ୍ଵାମୀ ଓ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ । ଏହା ଦ୍ଵାରା ସ୍ଵାମୀର ଆୟୁଷ କ୍ଷୀଣ ହୋଇଥାଏ । ସାବିତ୍ରୀ ଓଷା ଦିନ କୌଣସି ଜିନିଷ କାଟନ୍ତୁ ନାହିଁ । କିମ୍ବା ନିଜ ସ୍ଵାମୀଙ୍କୁ ମଧ୍ୟ କୌଣସି ଜିନିଷ କାଟିବାକୁ କିମ୍ବା ହାଣିବାକୁ ଦିଅନ୍ତୁ ନାହିଁ । ଯେପରି ଏହି ସାବିତ୍ରୀ ଭଳି ପବିତ୍ର ଦିନରେ କୌଣସି ଗଛ ଆଦି ଜିନିଷକୁ କାଟିବା ଅନୁଚିତ ହୋଇଥାଏ ।

ସାବିତ୍ରୀ ଓଷା ଦିନ ମହିଳା ମାନେ ଘରର କୌଣସି ରନ୍ଧା ଜିନିଷ ଖାଇବା ଅନୁଚିତ ହୋଇଥାଏ । ସେହି ଦିନ ପ୍ରତ୍ଯେକଟି ମହିଳା ଠାକୁରଙ୍କ ପାଖରେ ପୂଜା କରି ଆଣିଥିବା ଫଳମୂଳ ଆଦି ଖାଇପାରିବେ । ଏହା ଛଡା ପଣା, ପାଣି ମଧ୍ୟ ସେବନ କରିପାରିବେ । ଏହି ସାବିତ୍ରୀ ଓଷାରେ ପୂଜା କରି ସାରିଥିବା ଫୁଲ ଓ ଅନ୍ୟାନ୍ୟ ସାମଗ୍ରୀକୁ ଏଣେତେଣେ ଫୋପାଡିବା ଅନୁଚିତ ।

ଏହାକୁ କେବଳ ପ୍ରବାହିତ ଜଳରେ ବସାଇ ଦିଅନ୍ତୁ । ତେବେ ସାବିତ୍ରୀ ଓଷାରେ ପ୍ରତ୍ଯେକଟି ମହିଳା ସାବିତ୍ରୀ ବ୍ରତ କରିବା ସହ ଏହି ସବୁ ନିୟମକୁ ପାଳନ କରିବା ଉଚିତ । ଯାହା ଦ୍ଵାରା ଆପଣଙ୍କର ସାବିତ୍ରୀ ଓଷା ସଂପୂର୍ଣ୍ଣ ଭାବରେ ପୁରା ହୋଇଥାଏ । ଏହା ସହ ଆପଣଙ୍କ ସ୍ଵାମୀଙ୍କର ମଙ୍ଗଳ ହେବା ସହ ସେ ଦୀର୍ଘାୟୁ ହୋଇଥାନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ