ସୁଶାନ୍ତଙ୍କ କଲ ଡୀଟେଲ ଆସିଲା ସାମ୍ନାକୁ, ଭଉଣୀଙ୍କ ପାଖକୁ ଯାଇଥିବା ସୁଶାନ୍ତଙ୍କୁ ୨୫ ଥର ଫୋନ କରି କରିଥିଲେ ବ୍ଳାକମେଲ

ସୁଶାନ୍ତ ସିଂହଙ୍କ କେସରେ ପ୍ରତ୍ୟକ ଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । କିନ୍ତୁ ତାଜା ଖବର ଅନୁସାରେ ଇଣ୍ଡିଆ ଟୁଡେ ଗ୍ରୁପ ପାଖରେ ରିୟା ଚକ୍ରବର୍ତ୍ତୀଙ୍କ କଲ ଡିଟେଲ ଆସିଛି । ଯେଉଁଥିରେ କିଛି ନୂଆ ତଥ୍ୟ ସାମ୍ନା କୁ ଆସିଛି । ଫୋନ କଲ ଅନୁସାରେ ସୁଶାନ୍ତ ସିଂହ ରାଜପୁତ ୨୦୧୯ ନଭେମ୍ବର ମାସରେ ନିଜ ପରିବାରକୁ ଫୋନ କରି ସାହାର୍ଯ୍ୟ ମାଗିଥିଲେ ।

ସେ ତାଙ୍କ ପରିବାରକୁ ଏହା ମଧ୍ୟ କହିଥିଲେ କି ତାଙ୍କୁ ଡର ଅଛି କି ରିୟା ଚକ୍ରବର୍ତୀର ଘର ଲୋକମାନେ ତାଙ୍କୁ ମେଂଟଲ ହସ୍ପିଟାଲକୁ ନ ଛାଡି ଦିଅନ୍ତୁ । ପୁଣି କିଛି ଦିନ ପରେ ରିୟା ସୁଶାନ୍ତ ସିଂହଙ୍କ ନମ୍ବର ବଦଳାଇ ଦେଇଥିଲେ ।

ବଦଳା ଯାଇଥିବା ନମ୍ବରରେ ସୁଶାନ୍ତ ପୁଣିଥରେ ତାଙ୍କ ଭଉଣୀଙ୍କୁ ଜାନୁୟାରୀ ମାସରେ କଲ କରି ତାଙ୍କ ପାଖକୁ ଡାକିଥିଲେ । ସେତେବେଳେ ସେ ଚଣ୍ଡିଗଡରେ ରହୁଥିବା ନିଜର ବଡ ଭଉଣୀ ପାଖକୁ ଯିବାପାଇଁ ଫ୍ଲାଇଟ ଟିକେଟ ମଧ୍ୟ କରିଥିଲେ । କିନ୍ତୁ ସେ ଏତେ ଡରିଯାଇଥିଲେ କି ସୁଶାନ୍ତ ଫ୍ଲାଇଟରେ ନ ଯାଇ କାର ରେ ଯିବା ପାଇଁ ନିଷ୍ପତି ନେଇଥିଲେ । ୨୦ ଜାନୁୟାରୀ ୨୪ ଜାନୁୟାରୀ ୨୦୨୦ରେ ସୁଶାନ୍ତଙ୍କୁ ରିୟା ୨୫ ଥର କଲ କରିଥିଲେ ଓ ତାଙ୍କୁ ନିଜର ଭଉଣୀ ଘରୁ ମୁମ୍ବାଇ ଫେରି ଆସିବା ପାଇଁ ବାଧ୍ୟ କରିଥିଲେ ।

ସୁଶାନ୍ତ ନିଜ ଭଉଣୀଙ୍କ ପାଖରେ କେବଳ ୩ ଦିନ ହିଁ ରହିଛନ୍ତି । ଏହା ମଧ୍ୟରେ ରିୟା ସୁଶାନ୍ତଙ୍କୁ ବ୍ଲାକମେଲ କରିବା ଆରମ୍ଭ କରି ଦେଇଥିଲେ । ଲୋକଙ୍କ କହିବା କଥା ଅନୁସାରେ ରିୟା ସୁଶାନ୍ତଙ୍କୁ ତାଙ୍କ ପରିବାର ସହ କଥା ହେବାକୁ ଦେଉ ନ ଥିଲେ । ରିୟା ସୁଶାନ୍ତ ସିଂହଙ୍କୁ ବ୍ଳାକମେଲ କରି ତାଙ୍କୁ ନିଜ ହାତ ମୁଠାରେ ରଖିଥିଲେ । ଏହା ଛଡା ରିୟା ସୁଶାନ୍ତଙ୍କୁ ତାଙ୍କର ମେଡିକାଲ ରିପୋର୍ଟ ଗୁଡିକୁ ମିଡିଆ ଆଗରେ ଦେଖାଇଦେବେ ବୋଲି ଧମକ ବି ଦେଉଥିଲେ । ରିୟା ଚକ୍ରବର୍ତୀ ୨୫ ଥର କଲ କରିବା ପରେ ସୁଶାନ୍ତ ନିଜ ଭଉଣୀ ଘରୁ ପୁଣି ଥରେ ମୁମ୍ବାଇ ଫେରି ଆସିଥିଲେ ।

ଆପଣଙ୍କୁ କହିଦେଉଛୁ କି ସିଦ୍ଧାର୍ଥ ପଠାନୀ ଯିଏକି ସୁଶାନ୍ତଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ସମ୍ଭାଳୁ ଥିଲେ, ସେ ହିଁ ରିୟାଙ୍କୁ ସୁଶାନ୍ତଙ୍କ ସମସ୍ତ ଡିଟେଲ୍ସ ଦେଉଥିଲେ ଓ ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ସିଦ୍ଧାର୍ଥ ପଠାନୀ ବର୍ତ୍ତମାନ ସମୟରେ ଗାୟବ ଅଛନ୍ତି । କିନ୍ତୁ ଭଲ ଖବର ଏହା ଅଟେ କି ବର୍ତ୍ତମାନ ସୁଶାନ୍ତଙ୍କ କେସ CBI ହାତକୁ ଚାଲି ଯାଇଛି ଓ ମୁଖ୍ୟ ଷଡଯନ୍ତ୍ର କାରୀ ବର୍ତ୍ତମାନ ସମସ୍ତଙ୍କ ସାମ୍ନାକୁ ଆସିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।