ରୋଜଗାର ବାଟ ମିଳୁ ନଥିଲେ ରୋଜଗାର ପାଇବା ପାଇଁ କେଉଁ ଉପାୟ କରିବେ ? ଏହା ସହ ଜାଣନ୍ତୁ ଆହୁରି 20ଟି ଅନୁଚିନ୍ତା

ଆମ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଶାସ୍ତ୍ରରେ ଅନେକ ଅନୁଚିନ୍ତା ସବୁ ଉଲ୍ଲେଖ କରାଯାଇଛି । ସେସବୁକୁ ପାଳନ କରିବା ଦ୍ଵାରା ଆମ ଜୀବନ ସହଜ ଓ ସୁଖମୟ ହୋଇଥାଏ । ଆଜି ସେମିତି କିଛି ଅନୁଚିନ୍ତାମାନ ଆଜି ଆମେ ଆପଣଙ୍କୁ ଜଣାଇବୁ । ଘରେ କେବେବି ଛିଣ୍ଡା ଚପଲ ରଖିବା ଉଚିତ ନୁହେଁ କିମ୍ବା ଛିଣ୍ଡିଥିବା ଚପଲ ପିନ୍ଧିବା ଅନୁଚିତ । ଏହା ଅମଙ୍ଗଳକାରୀ ହେବା ସହ ଧନ ଆଗମନରେ ବାଧା ସୃଷ୍ଟି କରିଥାଏ ।

ଘରର ଛାତ ଉପରେ କେବେବି ଅଦରକାରୀ ଜିନିଷ ରଖିବା ଉଚିତ ନୁହେଁ । ଏହାଦ୍ବାରା ପିତୃଦୋଷ ଦେଖା ଦେଇଥାଏ ଏବଂ ଘରେ ଅଭାବ ଦେଖାଦେବା ସହ ଅର୍ଥ ସମସ୍ଯା ବି ହୋଇଥାଏ । ଘରେ କେବେବି ଠାକୁରଙ୍କ ଭାଙ୍ଗିଥିବା ମୂର୍ତ୍ତି କିମ୍ବା ଚିରିଥିବା ଫଟୋ ରଖିବା ଉଚିତ ନୁହେଁ । ଏହା ଅଶୁଭ ହେବା ସହ ଘରେ ଅର୍ଥହାନି ତଥା ଧନହାନିର ସମସ୍ଯା ଦେଖାଦିଏ । ଘରେ କେବେବି ବଳିଥିବା ସାବୁନର ଛୋଟ ଖଣ୍ଡ ରଖିବା ଉଚିତ ନୁହେଁ । ଏହା ଅଶୁଭ ହେବ ସହ ଘରେ ନକରାତ୍ମକ ବୃଦ୍ଧି ପାଇଥାଏ ।

ଘରେ କେବେବି ଚେପା ହୋଇଥିବା ବାସନ ରଖିବା ଉଚିତ ନୁହେଁ କି ଚେପା ହୋଇଥିବା ଥାଳିରେ ଖାଦ୍ଯ ଖାଇବା ଉଚିତ ନୁହେଁ । ଏହା ଅଶୁଭ ହେବା ସହ ଘରେ ଅଭାବ ଅସୁବିଧା ଦେଖାଦେବାର ସମ୍ଭାବନା ବଢିଥାଏ । ମାନ୍ୟତା ଅନୁସାରେ ମହିଳାମାନେ ପୂଜା କରିବା ସମୟରେ ହନୁମାନଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ ।

ବିନା ସ୍ପର୍ଶ କରି ହନୁମାନଙ୍କ ପୂଜା କରିବା ମଙ୍ଗଳକାରୀ ହୋଇଥାଏ । ପୂଜା କରିବା ସମୟରେ ମହିଳାମାନେ ନଡିଆ ଭାଙ୍ଗିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ କିନ୍ତୁ ପୁରୁଷମାନେ ନଡିଆ ଭାଙ୍ଗିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । କୌଣସି ଧାର୍ମିକ ଅନୁଷ୍ଠାନ କିମ୍ବା ଯଜ୍ଞାନୁଷ୍ଠାନରେ କେବଳ ମହିଳାମାନେ ମୁଖ୍ୟ ଯଜମାନ ହେବ ଉଚିତ ନୁହେଁ । ପୁରୁଷ ଓ ମହିଳା ଉଭୟ ମିଶି ଯଜମାନ ହେଲେ ମଙ୍ଗଳକାରୀ ହୋଇଥାଏ ।

ଘରର ଉତ୍ତର-ପୂର୍ବ କୋଣ ଅର୍ଥାତ ଐଶାନ୍ୟ କୋଣରେ ଡଷ୍ଟବିନ କିମ୍ବା ଅଳିଆ ଆବର୍ଜନା ରଖିବା ଉଚିତ ନୁହେଁ । ଏହା ଅଶୁଭ ହେବ ସହ ଘରେ ଧନ ନାଶ ହୋଇଥାଏ । ଘରେ ଲାଗିଥିବା ପାଣି ନଳରୁ ପାଣି ଲିକ୍ ହେବା ଦ୍ଵାରା ଅଶୁଭ ହୋଇଥାଏ । ଏହାଦ୍ବାରା ଅଯଥା ଖର୍ଚ୍ଚ ବୃଦ୍ଧି ପାଇବା ସହ ଅଭାବଗ୍ରସ୍ତ ହେବାର ସମ୍ଭାବନା ରହିଥାଏ ।

ଘରର ପଶ୍ଚିମ ଦିଗରେ କେବେବି ରୋଷେଇ ଘର କରିବା ଉଚିତ ନୁହେଁ । ଏହାଦ୍ବାରା ମଧ୍ୟ ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ ଏବଂ ଅଭାବଗ୍ରସ୍ତ ହେବାର ସମ୍ଭାବନା ବୃଦ୍ଧି ହୋଇଥାଏ । ଘରର ଉତ୍ତର-ପୂର୍ବ ଛାତ, ପଶ୍ଚିମ ଡ଼ିଆଇଜି ଛାତ ଅପେକ୍ଷା ଉଚ୍ଚ ରଖିବା ଉଚିତ ନୁହେଁ । ଏହାଦ୍ବାରା ଘରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଥାଏ । ଶୋଇବା ଘରେ ପ୍ରବେଶ କରିବାର ସମୁଖରେ ଥିବା କାନ୍ଥ କେବେବି ଫାଟିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ଓ ଅର୍ଥହାନିର ସମ୍ଭାବନା ରହିଥାଏ ।

ଘରେ ଯଦି ଅର୍ଥ ଅଭାବ ଦେଖାଦେଉଛି କିମ୍ବା କୌଣସି ରୋଜଗାର ବାର ମିଳୁନାହିଁ, ତେବେ ମିଠା ଅନ୍ନ ପ୍ରସ୍ତୁତ କରି କାଉକୁ ଖାଇବାକୁ ଦେବା ଦ୍ଵାରା ଶୁଭ ହୋଇଥାଏ ଏବଂ ଶୀଘ୍ର ରୋଜଗାରର ବାଟ ଖୋଲିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।