IND vs NZ 5th T20: ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଙ୍ଗ କରି ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୧୬୪ ରନର ଲକ୍ଷ ଦେଇଥିଲା । ଏହାର ଜବାବରେ ଭାରତୀୟ ବୋଲରମାନେ ଭଲ ବୋଲିଙ୍ଗ କରି ୭ ରନରେ ଏହି ମ୍ୟାଚକୁ ଜିତି ୫ – ୦ରେ ଏହି ସିରିଜକୁ ନିଜର କରିନେଲେ । କହିବାକୁ ଗଲେ ମାଉଂଟ ମାଙ୍ଗନୁଈ ପଡିଆରେ ଭାରତ – ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି ୨୦ ସିରିଜର ଶେଷ ମ୍ୟାଚ ଖେଳାଗଲା । ଏହି ମ୍ୟାଚରେ ପୁଣି ଥରେ ଭାରତୀୟ ଖେଳାଳି ବାଜି ମାରି ୭ ରନରେ ବିଜୟ ହାସଲ କରିନେଲେ । ଏହି ବିଜୟ ସହିତ ଟିମ ଇଣ୍ଡିଆ ୫ – ୦ରେ ସିରିଜକୁ ବି ପୂର୍ଣ୍ଣ ରୂପରେ ନିଜ ନାମରେ କରିନେଲେ ।
ଏହି ସିରିଜରେ ବିରାଟ ସେନା ବହୁତ ଐତିହାସିକ ରେକର୍ଡ ନିଜ ନାମରେ କରିଛନ୍ତି କିନ୍ତୁ ଭାରତ ପାଇଁ ଏହି ମ୍ୟାଚରେ ଏକ ବଡ ସମସ୍ୟା ସାମ୍ନାକୁ ଆସିଛି । କହିବାକୁ ଗଲେ ଟିମ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆଘାତ କାରଣରୁ ରିଟାୟର ହର୍ଟ ହୋଇ ଯାଇଛନ୍ତି । କିନ୍ତୁ ମ୍ୟାଚ ପରେ କେଏଲ ରାହୁଲ ତାଙ୍କର ଆଘାତ ଉପରେ ଏକ ବଡ ଅପଡେଟ ଦେଇଛନ୍ତି ।
ଭାରତର କାର୍ଯ୍ୟବାହକ କ୍ୟାପଟେନ ରୋହିତ ଶର୍ମା ଏହି ସିରିଜର ଶେଷ ମ୍ୟାଚରେ ବ୍ୟାଟିଙ୍ଗ କରୁଥିବା ସମୟରେ ଗୋଡରେ ଆଘାତ ଲାଗିବା କାରଣରୁ ସେ ଫିଲଡିଙ୍ଗ କରିବା ପାଇଁ ପଡିଆକୁ ଓଲ୍ହାଇଲେ ନାହିଁ । ତାଙ୍କ ଜାଗାରେ କ୍ୟାପଟେନ ହୋଇଥିବା ଲୋକେଶ ରାହୁଲ କହିଲେ କି ତାଙ୍କୁ କିଛି ଦିନ ମଧ୍ୟରେ ଠିକ ହୋଇଯିବା ଦରକାର ।
ରୋହିତଙ୍କ ଅନୁପସ୍ଥିତିରେ ରାହୁଲ ଟିମର କ୍ୟାପଟେନ ଭାର ସମ୍ଭାଳିଥିଲେ । ନିୟମିତ କ୍ୟାପଟେନ ବିରାଟ କୋହଲିଙ୍କୁ ଏହି ଶୃଙ୍ଖଳାର ଅନ୍ତିମ ମ୍ୟାଚରେ ବିଶ୍ରାମ ଦିଆ ଯାଇଥିଲା ।
ବିସିସିଆଇର ଆଧିକାରିକ ଅପଡେଟ ଅନୁସାରେ, “ବର୍ତ୍ତମାନ ରୋହିତ ଶର୍ମାଙ୍କ ଅବସ୍ଥାର ଆକଳନ କରା ଯାଉଛି ।“ ମ୍ୟାଚ ପରେ ପୁରସ୍କାର ବିତରଣ ସମାରୋହ ସମୟରେ ରାହୁଲ କହିଲେ, “ରୋହିତ ଠିକ ଅଛନ୍ତି, ଦୁର୍ଭାଗ୍ୟବଶତଃ ଆଘାତ, ଆଶା କରୁଛୁ କି ସେ କିଛି ଦିନ ମଧ୍ୟରେ ଠିକ ହୋଇଯିବେ । ତୃତୀୟ ନମ୍ବରରେ ବ୍ୟାଟିଙ୍ଗ କରୁଥିବା ରୋହିତ ଛକା ମାରିବା ପରେ ବାମ ଗୋଡରେ ଆଘାତ ଲାଗିବା କାରଣରୁ ରିଟାୟର୍ଡ ହର୍ଟ ହେଲେ । ସେ ୪୧ ଟି ବଲରେ ୩ ଟି ଚଉକା ଓ ୩ ଟି ଛକା ସାହାର୍ଯ୍ୟରେ ୬୦ ରନ କରିଥିଲେ ।