ICC ଘୋଷଣା କରିଲା ଟି ୨୦ ରାଙ୍କିଙ୍ଗ ଲିସ୍ଟ, ଟିମ ଇଣ୍ଡିଆ ରହଛି ଏହି ସ୍ଥାନରେ

କହିବାକୁ ଗଲେ ଭାରତୀୟ ଟିମ ବର୍ତ୍ତମାନ ସମୟରେ ନ୍ୟୁଜିଲ୍ୟାଣ୍ଡ ଟୁରରେ ଯାଇଛନ୍ତି । ଯେଉଁଠି ଦୁଇଟି ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଶେଷ ହୋଇ ଯାଇଅଛି ଓ ଏହି ସିରିଜକୁ ଭାରତୀୟ ଟିମ  ୫ – ୦ରେ ନିଜ ନାମରେ କରି ନେଇଛନ୍ତି । ଏମିତିରେ ଖେଳାଯାଇଥିବା ଅନ୍ତିମ ଟି – ୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଙ୍ଗ କରି ୨୦ ଓଭରରେ ୩ଟି ୱିକେଟ ହରାଇ ୧୬୪ ରନ କରିଥିଲେ ।

ଅନ୍ୟ ପଟେ ନ୍ୟୁଜିଲ୍ୟାଣ୍ଡ ଟିମକୁ ୧୬୪ ରନର ଏକ ଭଲ ଟାର୍ଗେଟ ଦେଇଥିଲେ । ଏହା ପରେ ୧୬୪ ରନର ଲକ୍ଷକୁ ପୁରା କରିବା ପାଇଁ ପଡିଆରେ ଓଲ୍ହାଇଥିବା ଟିମ ନ୍ୟୁଜିଲ୍ୟାଣ୍ଡ ୧୫୬ ରନ ହିଁ କରି ପାରିଲେ । ଏହା ପରେ ଭାରତ ଏହି ମ୍ୟାଚକୁ ୭ ରନରେ ନିଜ ନାମରେ କରିନେଲେ । ଏହି ମ୍ୟାଚ ପରେ ହିଁ ସଙ୍ଗେ ସଙ୍ଗେ ICC ESPN ଉପରେ ନୂଆ ରାଙ୍କିଙ୍ଗ ଲିସ୍ଟ ଜାରି କରିଦେଲେ । ତେବେ ଚାଲନ୍ତୁ ଜାଣିବା କଣ ଅଟେ ଏହି ଟି – ୨୦ ରାଙ୍କିଙ୍ଗ ଲିସ୍ଟ ।

ପ୍ରଥମେ ଆମେ ନ୍ୟୁଜିଲ୍ୟାଣ୍ଡ ଟିମ ବିଷୟରେ କହିଦେଉଛୁ । କହିବାକୁ ଗଲେ ନ୍ୟୁଜିଲ୍ୟାଣ୍ଡ ଟିମ ଏହି ୫ ଟି ମ୍ୟାଚ ବିଶିଷ୍ଟ ଟି – ୨୦ ସିରିଜ ହାରିବା ପରେ ତାଙ୍କୁ ୭ ପଏନ୍ଟର କ୍ଷତି ହେଲା । କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଟିମ ବର୍ତ୍ତମାନ ବି ଷଷ୍ଠ ସ୍ଥାନରେ ଅଛି । କିନ୍ତୁ ବର୍ତ୍ତମାନ ତାହାର ରେଟିଙ୍ଗ ଅଙ୍କ ୨୪୫ରେ ପହଞ୍ଚି ଯାଇଛି ଓ ଏଠି ନ୍ୟୁଜିଲ୍ୟାଣ୍ଡର ଟିମକୁ ୭ ରେଟିଙ୍ଗ ପଏନ୍ଟର କ୍ଷତି ହୋଇଛି ।

ବର୍ତ୍ତମାନ କଥାବାର୍ତ୍ତ କରିବା ଭାରତୀୟ ଟିମ ବିଷୟରେ । ଭାରତୀୟ ଟିମ ୫ – ୦ରେ ଏହି ସିରିଜକୁ ଜିତିବା ପରେ ଟି – ୨୦ ରାଙ୍କିଙ୍ଗରେ ଏକ ଲଙ୍ଗ ଜମ୍ପ ମାରିଛି । ଏହି ସିରିଜକୁ ଜିତିବା ପରେ ଭାରତୀୟ ଟିମକୁ ୫ ଅଙ୍କ ପ୍ରାପ୍ତ ହୋଇଛି । ଏହି ସିରିଜ ପୂର୍ବରୁ ଭାରତର ରେଟିଙ୍ଗ ୨୬୦ ଥିଲା । ଯାହାକି ବର୍ତ୍ତମାନ ୨୬୫ ହୋଇ ଯାଇଛି ଓ ତାଜା ଟି – ୨୦ ରାଙ୍କିଙ୍ଗ ଅନୁସାରେ ୨୬୫ ଅଙ୍କ ସହିତ ଭାରତକୁ ଗୋଟିଏ ସ୍ଥାନର ବୃଦ୍ଧି ହୋଇ ୪ର୍ଥ ସ୍ଥାନରେ ପହଞ୍ଚିଛି ।

ଯେମିତି କି ଆପଣ ଲିସ୍ଟରେ ଦେଖି ପାରିବେ କି ସବୁଠୁ ଟପରେ ପାକିସ୍ତାନ ଟିମ ଅଛି । ଯାହାର ରେଟିଙ୍ଗ ଅଙ୍କ ୨୭୦ ଅଟେ । ଏହା ପରେ ଦ୍ଵିତୀୟ ସ୍ଥାନରେ ଅଷ୍ଟ୍ରେଲିୟା ଟିମ ୨୬୯ ଅଙ୍କ ସହ ଅଛି । ଏହା ପରେ ତୃତୀୟ ସ୍ଥାନରେ ଇଂଲଣ୍ଡ ଯିଏକି ୨୬୫ ଅଙ୍କ ସହ ଅଛି ଓ ଚତୁର୍ଥ ସ୍ଥାନକୁ ଭାରତୀୟ ଟିମ ଆସି ସାରିଛି । ବର୍ତ୍ତମାନ ନମ୍ବର ୧ ରେ ପହଞ୍ଚିବା ପାଇଁ ଭାରତୀୟ ଟିମକୁ ୬ ପଏନ୍ଟ ଦରକାର ।