ରୋହିତ ଶର୍ମା ଙ୍କୁ ବିଦା କରି ନୂଆ କ୍ଯାପଟେନ ହେବେ ଏହି ଖେଳାଳି ! ଚିଠି ଲେଖିଲା BCCI

ବିଶ୍ଵକପ ହାରିବା ପରେ ଯିବ ଅଧିନାୟକ ପଦ । ମିଟିଙ୍ଗ ଡାକିଲା ବିସିସିଆଇ ହେବ ବଡ ଘୋଷଣା । କ୍ଯାପଟେନ ସହ କୋଚ ବଦଳିଯିବେ । ହଁ ଦର୍ଶକ ବନ୍ଧୁ ବିଶ୍ଵକପ ଫାଇନାଲ ହାରିବା ପରେ ଏବେ ସବୁଥି ଚର୍ଚ୍ଚା ହେଉଛି ରୋହିତ ସର୍ମା ଆଉ ଦଳର ଅଧିନାୟକ ହେବେ ନାହିଁ । ପୂର୍ବରୁ ଟି-20 ରେ ଅଧିନାୟକତ୍ଵ ନ କରୁଥିବାରୁ ଏଭଳି ଚର୍ଚ୍ଚା ରୋହିତ ଙ୍କୁ ନେଇ ହେଉଛି । ତେଣେ ସୂଚନା ଅନୁଯାୟୀ ବିସିସିଆଇ ଆଗକୁ ନେଇପାରେ କିଛି ବଡ ନିସ୍ପତି ।

ଅଧିନାୟକ ରୋହିତ ଶର୍ମା ଓ ହେଡ କୋଚ ଥିବା ରାହୁଲ ଦ୍ରାବିଡଙ୍କୁ ଚିଠି ଲେଖିଛି ବିସିସିଆଇ । ଏହି ଚିଠି ରେ ଲେଖା ଯାଇଛି କି ଆସନ୍ତା ଡିସେମ୍ବର2 ତାରିଖରେ ଉଭୟ ଙ୍କ ସହ ଏକ ବୈଠକ ହୋଇପାରେ । ଆଉ ଏହି ବୈଠକ ରେ ଭାରତୀୟ ଟିମ ର ଭବିଷ୍ୟତକୁ ନେଇ ଆଲୋଚନା ହୋଇପାରେ । ଏହା ସହ ରୋହିତ ଙ୍କ ଅଧିନାୟକ ପଦ କୁ ନେଇ ମଧ୍ୟ କିଛି ପଦକ୍ଷେପ ନେଇପାରେ ବିସିସିଆଇ ।

ସବୁଠାରୁ ବଡ କଥା ହେଉଛି କୋଚ ରାହୁଲ ଦ୍ରାବିଡ ଙ୍କ କାର୍ଯ୍ୟ କଳାପ ସେସ ହୋଇ ଥିବାରୁ ତାଙ୍କ କାର୍ଯ୍ୟ କଳାପ ବୃଦ୍ଧି ହେବ ନା ନୂଆ କୋଚ କୁ ନିଯୁକ୍ତି ଦିଆଯିବ ତାହା ଦେଖିବାକୁ ବାକି ରହିଲା । ବିଶ୍ଵକପ ଫାଇନାଲ ରେ ଭାରତକୁ ମାତ ଦେଇ କଙ୍ଗାରୁ ଦଳ ଷଷ୍ଠ ଥର ପାଇଁ ଚାମ୍ପିୟାନ ହୋଇଛି । ମ୍ଯାଚ ହାରିବା ପରେ କ୍ଯାପଟେନ ରୋହିତ ଶର୍ମା ଓ ବିରାଟ କୋହଲି ପଡିଆରେ କାନ୍ଦି ଥିବାର ନଜର ଆସିଥିଲେ ।

140 କୋଟି ଭାରତୀୟ ଙ୍କ ହୃଦୟ ମଧ୍ୟ ଭାଙ୍ଗି ଯାଇଥିଲା । ନୂଆ ଅଧିନାୟକ ଦୌଡ ରେ ଏବେ ଆଗରେ ଅଛନ୍ତି ଅଲ ରାଉଣ୍ଡର ହାର୍ଦିକ ପାଣ୍ଡିଆ । କାରଣ ଗତ ବର୍ଷ ହୋଇଥିବା ଟି-20 ବିଶ୍ଵକପ ପର ଠାରୁ 20-20 ରେ ଭାରତୀୟ ଦଳର ଅଧିନାୟକ ରହି ଆସୁଛନ୍ତି । ଏଣୁ ଆସା କରା ଯାଉଛି ରୋହିତ ଙ୍କୁ ଅଧିନାୟକ ପଦ ରୁ ବାହାର କରାଯାଏ ତେବେ ପାଣ୍ଡିଆ ନୂଆ ଅଧିନାୟକ ହୋଇ ପାରନ୍ତି ।

ସେପଟେ ଟେଷ୍ଟ ରେ ରୋହିତ ଅଧିନାୟକ ପଦ ବଜାୟ ରଖିବେ । ଅନ୍ୟ ପଟେ କୋଚ ରାହୁଲ ଦ୍ରାବିଡ ଙ୍କ କାର୍ଯ୍ୟ କଳାପ ଯଦି ବୃଦ୍ଧି ନ କରାଯାଏ ତେବେ ନୂଆ କୋଚ ନିଯୁକ୍ତି ଦେବ ବିସିସିଆଇ । ଆଉ ଏଥିପାଇଁ ବିରେନ୍ଦ୍ର ସେହୱାଗ, ବିବିଏସ ଲକ୍ଷ୍ମଣ ପ୍ରମୁଖ ଆଗରେ ରହିଛନ୍ତି କୋଚ ପଦ ପାଇଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।