ଚଳିତ ବର୍ଷ IPL ନିଲାମି ରେ ବିଦାୟ ନେଇ ପାରନ୍ତି ଦାମୀ ଖେଳାଳି । ନୂଆ ଖେଳାଳି ସାମିଲ ହୋଇପାରନ୍ତି ।

ରିଲିଜ ହୋଇପାରନ୍ତି ଦାମୀ ଖେଳାଳୀ । ଆଇପିଏଲ ନିଲାମି ରେ ଚମକିବେ ବିଶ୍ଵକପ ଷ୍ଟାର । ହଁ ଦର୍ଶକ ବନ୍ଧୁ ଆସନ୍ତା ଡିସେମ୍ବର 19 ରେ ଦୁବାଇ ରେ ହୋଇପାରେ ଆଇପିଏଲ ନିଲାଇ । ଏହି ନିଲାମି ପୂର୍ବରୁ ଦଳ ମଧ୍ୟରେ ଟ୍ରେଡ ଆରମ୍ଭ ହୋଇଛି । ନିଲାମି ପୂର୍ବରୁ ଅନେକ ଖେଳାଳି ଙ୍କୁ ରିଲିଜ କରିବେ ଫ୍ରାଞ୍ଚାଇଚ । ଯେଉଁ ତାଲିକାରେ ଅନେକ ଦାମୀ ଖେଳାଳି ରହିଛନ୍ତି ।

ଗତ ସିଜିନରେ ଯେଉଁ ଖେଳାଳିଙ୍କ ପ୍ରଦର୍ଶନ ସେତେଟା ପ୍ରଭାବୀ ନ ଥିଲା ସେମାନଙ୍କୁ ରିଲିଜ କରି ନୂଆ ପ୍ଲେୟାରଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଛନ୍ତି ଫ୍ରାଞ୍ଚାଇଚ । ଏହା ସହ ଚଳିତ ବିଶ୍ଵକପରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିଙ୍କ ଉପରେ ନଜର ରହିଛି ଫ୍ରାଞ୍ଚାଇଚ ର । ରିଲିଜ ହେବାକୁ ଥିବା ଖେଳାଳିଙ୍କ ମଧ୍ୟରେ ସବୁଠୁ ଦାମୀ ଖେଳାଳି ଭାବେ ସାମ କୁରାନ ରହିଥିବା ନେଇ ଏବେ ଚର୍ଚ୍ଚା ହେଉଛି ।

ଇଂଲଣ୍ଡର ଅଲ ରାଉଣ୍ଡର ଶ୍ୟାମ କୁରାନ 2023ରେ ହେବାକୁ ଥିବା ନିଲାମିରେ ସର୍ବାଧିକ ଟଙ୍କା ଦେଇ ଦଳରେ ସାମିଲ କରିଥିଲା ପଞ୍ଜାବ କିଙ୍ଗସ । 18 କୋଟି 50 ଲକ୍ଷ ଟଙ୍କାରେ ପଞ୍ଜାବ ଟିମରେ ସାମିଲ ହୋଇଥିବା ଶ୍ୟାମ ଙ୍କ ପ୍ରଦର୍ଶନ ସେତେଟା ଉଶ୍ଚାହ ଜନକ ନ ଥିଲା । 14ଟି ମ୍ଯାଚରୁ ଶ୍ୟାମ 276 ରନ କରିଥିବା ବେଳେ 10ଟି ୱିକେଟ ହାତେଇ ଥିଲେ ।

ତେବେ ଶ୍ୟାମଙ୍କର ଏଭଳି ପ୍ରଦର୍ଶନ ଫ୍ରାଞ୍ଚାଇଚ କୁ ନିରାଶ କରିଥିଲା । କାରଣ 2022 ବିଶ୍ଵକପ ପ୍ରଦର୍ଶନ ଆଧାରରେ ଶ୍ୟାମ ଙ୍କୁ ଅଧିକ ଟଙ୍କା ଦେଇ ଦଳରେ ସାମିଲ କରିବାକୁ ପଛାଇ ନ ଥିଲା ପଞ୍ଜାବ କିଂସ । କିନ୍ତୁ ଚଳିତ ନିଲାମି ପୂର୍ବରୁ ରିଲିଜ କରି ଶ୍ୟାମ କୁରାନଙ୍କୁ କମ ଦାମରେ ଦଳରେ ସାମିଲ କରିପାରେ ପଞ୍ଜାବ କିଂସ । ସେହିପରି ଆରସିବି ପକ୍ଷରୁ ଖେଳୁଥିବା ହସରଙ୍ଗା ଙ୍କୁ ମଧ୍ୟ ପୁଣି ଥରେ ନିଲାମିରେ ଦେଖିବାକୁ ମିଳିପାରେ ।

କାରଣ ଗତ ସିଜିନରେ ହସରଙ୍ଗାଙ୍କ ପ୍ରଦର୍ଶନ ସେତେଟା ପ୍ରଭାବୀ ନ ଥିବା ବେଳେ ଏବେ ଆହତ ସମସ୍ଯା କାରଣରୁ କ୍ରିକେଟରୁ ଦୂରେଇ ଯାଇଛନ୍ତି । ହସରଙ୍ଗାଙ୍କ ଛଡା ହର୍ଷଦ ପଟେଲ, ଦିନେଶ କାର୍ତ୍ତିକ ଙ୍କୁ ମଧ୍ୟ ରିଲିଜ କରିପାରେ ରୟାଲ ଚ୍ୟାଲେଞ୍ଜର ବ୍ୟାଙ୍ଗାଲୋର । ଶ୍ୟାମ କୁରାନ ଙ୍କ ଭଳି ଇଂଲଣ୍ଡ ର ଷ୍ଟାର ଅଲ ରାଉଣ୍ଡର ବେନ ଷ୍ଟୋକ ଙ୍କୁ ମଧ୍ୟ ରିଲିଜ କରିପାରେ ଚେନ୍ନାଇ ସୁପର କିଙ୍ଗ ।

ଗତ ସିଜିନରେ ଷ୍ଟୋକ ଆଇପିଏଲରେ ସେଭଳି ଛାପ ଛାଡି ନ ଥିଲେ । ଏମିତିକି ଚଳିତ ବିଶ୍ଵକପରେ ମଧ୍ୟ ଷ୍ଟୋକ ସେଭଳି ପ୍ରଦର୍ଶନ କରି ନାହାନ୍ତି । ତେଣୁ ବେନ ଷ୍ଟୋକଙ୍କୁ ରିଲିଜ କରି ନୂଆ ଅଲ ରାଉଣ୍ଡର କୁ ଆଣିପାରେ । ଇଂଲଣ୍ଡ ର ଷ୍ଟାର ବୋଲୋର ଯୋଫ୍ରା ଆର୍ଜନଙ୍କୁ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ରିଲିଜ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

କାରଣ ଦୀର୍ଘ ଦିନ ଅନ୍ତର୍ଜାତୀୟ କ୍ରିକେଟ ପଡିଆରୁ ଦୂରେଇ ରହିଛନ୍ତି ଆର୍ଜର । ଅନେକ ଦାମୀ ଖେଳାଳିଙ୍କୁ ଫ୍ରାଞ୍ଚାଇଚ ରିଲିଜ କରିବାକୁ ଥିବା ବେଳେ ବିଶ୍ଵକପ ଷ୍ଟାରଙ୍କୁ ଦଳରେ ସାମିଲ କରିବାକୁ ପ୍ରସ୍ତୁତି ଚାଲିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।