ନିଜ ସାଥି କୁ ଖୋଜିବା ପାଇଁ ମହାବଳ ବାଘ 2000 କିମି ପାର ହୋଇ ଓଡିଶାରେ ପହଞ୍ଚି ସବୁ ଗୋରୁଗାଈ ମାରି ଖାଇଗଲା ।

vବନ ବିଭାଗ ଓ ଗାଁ ଲୋକେ ଯିଏ ବି ଜଙ୍ଗଲ କୁ ଗଲେ ଦେଖିଲେ ଏପଟ ସେପଟ ହୋଇ ପଡିଛି ଗାଈ ଗୋରୁ ଙ୍କ ଅଧା ଶରୀର । ଗାଈ ଗୋରୁ ଙ୍କୁ ଏଭଳି ଗିଳି ଦେଇଛି କିଏ ? ଆଉ ତା ପରେ ସତ ସାମ୍ନା କୁ ଆସିଥିଲା । କାରଣ ଜଙ୍ଗଲରେ ମିଳିଥିଲା ପାଦ ଚିହ୍ନ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ଜଙ୍ଗଲରେ ରହିଛି ବଡ ବାଘ ଯାହା ବିଷୟରେ ଜାଣିବା ପରେ ଏବେ ସମସ୍ତେ ଚିନ୍ତାରେ ପଡି ଯାଇଛନ୍ତି ଏତେ ବଡ ବାଘ କେଉଁଠୁ ଆସିଲା ?

ଏ ଜଙ୍ଗଲରେ ପଶି ଆସିଛି ମହାବଳ ବାଘ । ଜଙ୍ଗଲରେ ଏବେ ପୋଲିସ ବାଘ ର ପାଦ ଚିହ୍ନ କୁ ଚିହ୍ନଟ କରିଛି । ସୂଚନା ଅନୁଯାୟୀ ସାଥି ପାଇଁ ପାଗଳ ହୋଇ ବୁଲୁଛି ମହାରଷ୍ଟ୍ର ରୁ ଆସିଥିବା ଏହି ମହାବଳ ବାଘ । ଯେଉଁ ସାଥି ସହ ମହାରାଷ୍ଟ୍ର ରେ ରହୁଥିଲା ଏହି ମହାବଳ ବାଘ ସେ ସାଥୀକୁ ଖୋଜି ଖୋଜି ଏବେ ଗଜପତି ଅଞ୍ଚଳରେ ପହଞ୍ଚି ଯାଇଛି ମହାରଷ୍ଟ୍ର ର ମହାବଳ ବାଘ ।

ଓଡିଶା ଆନ୍ଧ୍ର ସୀମାରେ ଗଜପତି ଜିଲ୍ଲା ରହିଥିବା ବେଳେ ଜିଲ୍ଲା ର ରାୟଗଡା ଅଞ୍ଚଳରେ ଏବେ ଘୁରି ବୁଲୁଛି ପୁରୁଷ ମହାବଳ ବାଘ । ମହାରାଷ୍ଟ୍ର ରାଜ୍ୟ ବ୍ରହ୍ମପୁରୀ ବନ ଅଞ୍ଚଳରୁ ଚାଲି ଆସିଛି ମହାବଳ ବାଘ । ମହାରାଷ୍ଟ୍ର ରୁ 2000 କିମି ଅତିକ୍ରମ କରି ବାଘ ଟି ଆସିଥିବା କୁହା ଯାଉଛି । ଓଡିଶା ବନ ବିଭାଗ ମହାବଳ ବାଘର ଫୋଟୋ କୁ ପୋଷ୍ଟ କରିବ ସହ ଯାଞ୍ଚ କରି ଘଟଣା ସ୍ଥଳରେ ପହଞ୍ଚି ବାଇଲ୍ସ ଲାଇଫ ଇନଷ୍ଟିଚ୍ୟୁଟ ରେ ।

ତେବେ ବିଭାଗୀୟ ଅଧିକାରୀ ଙ୍କ ଠାରୁ ଏ ନେଇ କୌଣସି ସୂଚନା ମିଳିପାରି ନାହିଁ । ତେବେ ନିରାପଦ ରହଣି ସ୍ଥାନ ଓ ହାତୀ ବାଘୁଣୀ ସନ୍ଧାନ ରେ ମହାବଳ ବାଘ ଟି 2000 କିମି ଯାତ୍ରା କରି ଆସି ପହଞ୍ଚି ଯାଇଛି ଓଡିଶା ରେ । ତେବେ ବାଘ ର ଗତିପଥ ଚିହ୍ନଟ କରିବାକୁ ବେକରେ ରେଡିଓ କଲାର ବନ୍ଧା ଯାଇଥାଏ । କିନ୍ତୁ ମହାରାଷ୍ଟ୍ର ବନ ବିଭାଗ ଏହି ମହାବଳ ବାଘ ର ରେଡିଓ କଲାର ନ କରିଥିବା କୁହା ଯାଉଛି ।

ଆଉ ଯେଉଁଥି ପାଇଁ ବ୍ରହ୍ମପୁରୀ ଅଞ୍ଚଳରୁ ଆସିଥିବା ବାଘ ର ଦୂର ଯାତ୍ରା ସମ୍ପର୍କରେ ତଥ୍ୟ ହାସଲ କରିବା ସମ୍ଭବ ହେଉ ନାହିଁ । କିନ୍ତୁ ବାଘ ର ଏଭଳି ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନ କୁ ସ୍ଥାନର ହେବା ଦେଶରେ ବିରଳ କଥା । କାରଣ ଏତେ ଦୂର ବାଘ ଚାଲିକି ଆସିବା ନେଇ କେହି ସହଜରେ ବିଶ୍ଵାସ କରିପାରୁ ନାହାନ୍ତି । ସୂଚନା ଅନୁଯାୟୀ ବାଘ ଟି 2000 କିମି ଚାଲିକି ଆସିଛି ।

କୁହା ଯାଉଛି ପୁରୁଷ ମହାବଳ ବାଘ ଟି ଯାତ୍ରା ସମୟରେ ବହୁ ପ୍ରତିବନ୍ଧକ ଦେଇ ଆସିଛି । ବର୍ତ୍ତମାନ ଗଜପତି ଜିଲାଳର ରାୟଗଡା ବ୍ଲକରେ 2ଟି ଗାଈ, ହୁମା ବ୍ଲକର 2ଟି ଛେଳି ଖାଇ ଆତଙ୍କ ଖେଳାଇଛି ବାଘ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କାମେଣ୍ଟ କରନ୍ତୁ, ଧନ୍ୟବାଦ ।